🔥 TRENDING कोशी स्नातक निर्वाचन: कटिहार में धारा... राजस्व प्राप्ति बढ़ाने और लंबित राजस्व... Modi says BJP will stay committed to s... West Bengal to close 250 private madra... Adani Group targets Rs 1 lakh crore in... Two child molestation cases reported i...
24 Sep 2026
ગુજરાતી मराठी ਪੰਜਾਬੀ বাংলা
Urban Election ପୌର ନିର୍ବାଚନ ପ୍ରସ୍ତୁତି: ପୁଣି ବଦଳିଲା ୱାର୍ଡ ପୁନର୍ଗଠନ ଓ ସଂରକ୍ଷଣ ତାରିଖ, ନଭେମ୍ବର ୩୦ରେ ଚୂଡ଼ାନ୍ତ ତାଲିକା
Politics

Urban Election ପୌର ନିର୍ବାଚନ ପ୍ରସ୍ତୁତି: ପୁଣି ବଦଳିଲା ୱାର୍ଡ ପୁନର୍ଗଠନ ଓ ସଂରକ୍ଷଣ ତାରିଖ, ନଭେମ୍ବର ୩୦ରେ ଚୂଡ଼ାନ୍ତ ତାଲିକା

✍️ Reporter: Deepak Mahapatra 🗓 24 Sep 2026, 12:14 PM 👁 13
Share: 💬 WhatsApp 📘 Facebook 𝕏 Post
ନୂଆ କାର୍ଯ୍ୟସୂଚୀ ଅନୁସାରେ ୯୯ଟି ପୌରପାଳିକା ଓ ଏନଏସି କ୍ଷେତ୍ରରେ ସମ୍ପୃକ୍ତ ଜିଲ୍ଲାପାଳମାନେ ଆସନ୍ତା ଅକ୍ଟୋବର ୧୨ ତାରିଖରେ ୱାର୍ଡ ବିଭାଜନ ଓ ଆସନ ସଂରକ୍ଷଣ ସମ୍ପର୍କିତ ଚିଠା ବିଜ୍ଞପ୍ତି ପ୍ରକାଶ କରି ଜନସାଧାରଣଙ୍କଠାରୁ ଆପତ୍ତି ଓ ପ୍ରସ୍ତାବ ଆହ୍ୱାନ କରିବେ।ରାଜ୍ୟର ପୌରାଂଚଳ ୱାର୍ଡ ପୁନର୍ଗଠନ ଓ ଆସନ ସଂରକ୍ଷଣ ପ୍ରକ୍ରିୟା ପାଇଁ ପୁଣିଥରେ ସଂଶୋଧିତ କାର୍ଯ୍ୟସୂଚୀ ଘୋଷଣା କରିଛନ୍ତି ରାଜ୍ୟ ସରକାର । ପୂର୍ବରୁ ଅକ୍ଟୋବର ୩୧ ସୁଦ୍ଧା ସମଗ୍ର ପ୍ରକ୍ରିୟା ସାରି ଚୂଡ଼ାନ୍ତ ବିଜ୍ଞପ୍ତି ଜାରି କରିବାକୁ ଦିନଧାର୍ଯ୍ୟ କରିଥିବାବେଳେ ଆଜି ଆଉ ଏକ ମାସ ବୃଦ୍ଧି କରି ନଭେମ୍ବର ୩୦ ତାରିଖ କରିଛନ୍ତି । ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ବୌଦ୍ଧ ଜିଲ୍ଲାକୁ ବାଦ୍ ଦେଇ ରାଜ୍ୟର ୯୯ଟି ପୌରପାଳିକା ଓ ବିଜ୍ଞାପିତ ଅଂଚଳ ପରିଷଦ (ଏନଏସି) ସମେତ ଭୁବନେଶ୍ୱର, କଟକ, ବ୍ରହ୍ମପୁର ଓ ରାଉରକେଲା ଭଳି ୪ଟି ମହାନଗର ନିଗମ ପାଇଁ ଲାଗୁ ହୋଇଛି। ପୂର୍ବ ନିର୍ଦ୍ଧାରିତ ସମୟସୀମାରେ ପରିବର୍ତ୍ତନ କରାଯାଇ ପୌରପାଳିକା ଓ ଏନଏସିଗୁଡ଼ିକରେ ଆସନ୍ତା ନଭେମ୍ବର ୩୦ତାରିଖରେ ଚୂଡ଼ାନ୍ତ ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି ସ୍ଥିର ହୋଇଛି।ନୂଆ କାର୍ଯ୍ୟସୂଚୀ ଅନୁସାରେ ୯୯ଟି ପୌରପାଳିକା ଓ ଏନଏସି କ୍ଷେତ୍ରରେ ସମ୍ପୃକ୍ତ ଜିଲ୍ଲାପାଳମାନେ ଆସନ୍ତା ଅକ୍ଟୋବର ୧୨ ତାରିଖରେ ୱାର୍ଡ ବିଭାଜନ ଓ ଆସନ ସଂରକ୍ଷଣ ସମ୍ପର୍କିତ ଚିଠା ବିଜ୍ଞପ୍ତି ପ୍ରକାଶ କରି ଜନସାଧାରଣଙ୍କଠାରୁ ଆପତ୍ତି ଓ ପ୍ରସ୍ତାବ ଆହ୍ୱାନ କରିବେ। ଜନସାଧାରଣ ଅକ୍ଟୋବର ୨୧ ତାରିଖ ସୁଦ୍ଧା ନିଜର ଦାବି କିମ୍ବା ଆପତ୍ତି ଦାଖଲ କରିପାରିବେ ଓ ଏହାପରେ ଅକ୍ଟୋବର ୨୮ ତାରିଖରେ ଜିଲ୍ଲାପାଳମାନଙ୍କ ଦ୍ୱାରା ପ୍ରାଥମିକ ବିଜ୍ଞପ୍ତି ପ୍ରକାଶ ପାଇବ।

ଏହି ପ୍ରାଥମିକ ବିଜ୍ଞପ୍ତି ବିରୋଧରେ ଆପତ୍ତି-ଅଭିଯୋଗ ଥିଲେ ଅକ୍ଟୋବର ୨୮ତାରିଖରୁ ନଭେମ୍ବର ୧୧ ତାରିଖ ମଧ୍ୟରେ ନଗର ଉନ୍ନୟନ ବିଭାଗ ନିକଟରେ ଅପିଲ୍ ଦାଏର କରିବାକୁ ସୁଯୋଗ ମିଳିବ। ସମସ୍ତ ଅପିଲ୍ ଆବେଦନ ଓ ତା’ଉପରେ ଜିଲ୍ଲାପାଳମାନଙ୍କ ମତାମତ ନଭେମ୍ବର ୧୨ ତାରିଖ ସୁଦ୍ଧା ଭୁବନେଶ୍ୱରସ୍ଥିତ ପୌର ପ୍ରଶାସନ ନିର୍ଦ୍ଦେଶକଙ୍କ ନିକଟରେ ପହଂଚିବା ପରେ ନଭେମ୍ବର ୧୮ରୁ ୨୫ ମଧ୍ୟରେ ସରକାରୀ ସ୍ତରରେ ଶୁଣାଣି ସରି ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ। ଏହାପରେ ସମସ୍ତ ଆବଶ୍ୟକ ସଂଶୋଧନ କରି ଆସନ୍ତା ନଭେମ୍ବର ୩୦ତାରିଖରେ ଜିଲ୍ଲାପାଳମାନେ ଚୂଡ଼ାନ୍ତ ବିଜ୍ଞପ୍ତି ଜାରି କରିବେ। ଅନ୍ୟପକ୍ଷରେ ଭୁବନେଶ୍ୱର, କଟକ, ବ୍ରହ୍ମପୁର ଓ ରାଉରକେଲା ଭଳି ୪ଟି ମହାନଗର ନିଗମ ପାଇଁ ମଧ୍ୟ ସ୍ୱତନ୍ତ୍ର ସମୟସୂଚୀ ନିର୍ଦ୍ଧାରଣ କରାଯାଇଛି। ସମ୍ପୃକ୍ତ ମହାନଗର ନିଗମ କମିଶନରମାନେ ୱାର୍ଡ ବିଭାଜନ ଓ ଆସନ ସଂରକ୍ଷଣ ସମ୍ପର୍କିତ ତଥ୍ୟ ନିର୍ଦ୍ଧାରିତ ଫର୍ମ-୧ ଓ ଫର୍ମ-୨ ସହ ସ୍କେଚ୍ ମ୍ୟାପ୍ ଆକାରରେ ଅକ୍ଟୋବର ୮ ସୁଦ୍ଧା ବିଭାଗ ନିକଟରେ ଦାଖଲ କରିବେ। ଏହା ଆଧାରରେ ସରକାରଙ୍କ ପକ୍ଷରୁ ଅକ୍ଟୋବର ୨୨ରେ ଚିଠା ବିଜ୍ଞପ୍ତି ପ୍ରକାଶ କରାଯିବ ଓ ଅକ୍ଟୋବର ୩୧ ତାରିଖ ପର୍ଯ୍ୟନ୍ତ ଜନସାଧାରଣ ନିଜର ଆପତ୍ତି ଓ ପ୍ରସ୍ତାବ ଜଣାଇପାରିବେ।

ପୌର ନିର୍ବାଚନ ପ୍ରକ୍ରିୟାର ଏହି ପ୍ରାରମ୍ଭିକ ପର୍ଯ୍ୟାୟ କାର୍ଯ୍ୟକୁ ସମୟବଦ୍ଧ ଓ ତ୍ରୁଟିଶୂନ୍ୟ ଭାବେ ଶେଷ କରିବା ପାଇଁ ସମସ୍ତ ମହାନଗର ନିଗମ କମିଶନର, ଜିଲ୍ଲାପାଳ ତଥା ପୌର ସଂସ୍ଥାର କାର୍ଯ୍ୟନିର୍ବାହୀ ଅଧିକାରୀମାନଙ୍କୁ ସଂଶୋଧିତ କାର୍ଯ୍ୟସୂଚୀ ଅନୁସାରେ କଡ଼ାକଡ଼ି ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
📲Get App