🔥 TRENDING Wasim Akram reporter ମହାଦେବ ବେଟିଂ ଆପ୍‌ ଉପରେ CBIର ମେଗା ରେଡ୍;... રાજકોટની સિવિલ હોસ્પિટલ ફરી એકવાર વિવા... ଦିଲ୍ଲୀରେ ଝଲସିବ ଓଡ଼ିଶାର କଳା, ସଂସ୍କୃତି ଓ... जनसेवा ही मेरे लिए सर्वोपरि : विधायक म... જનજાતીય ગૌરવ સપ્તાહ અંતર્ગત દેડિયાપાડા...
14 Nov 2026•
ગુજરાતી मराठी ਪੰਜਾਬੀ বাংলা
Education

ଆଜି ଶିଶୁ ଦିବସ, ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁଙ୍କ ଜନ୍ମଦିନ

✍️ Reporter: Deepak Mahapatra 🗓 14 Nov 2026, 03:25 PM 👁 20
Share: 💬 WhatsApp 📘 Facebook 𝕏 Post
ଭୁବନେଶ୍ୱର : ଆଜି ନଭେମ୍ବର ୧୪ ତାରିଖ। ସ୍ୱାଧୀନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁଙ୍କ ଜନ୍ମ ଦିବସ । ଆଜିର ଦିନଟିକୁ ପ୍ରତିବର୍ଷ ଭାରତରେ ଶିଶୁ ଦିବସ ଭାବେ ପାଳନ କରାଯାଇଥାଏ ।
ଜବାହରଲାଲ ନେହେରୁ ପିଲାମାନଙ୍କୁ ବହୁତ ଭଲ ପାଉଥିଲେ। ଆଜିର ଶିଶୁ ଆସନ୍ତାକାଲିର ନାଗରିକ। ଦେଶ ନିର୍ମାଣରେ ଶିଶୁର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଏହି କଥାକୁ ସେ ମର୍ମେ ମର୍ମେ ଅନୁଭବ କରିଥିଲେ । ସେ ଦେଶର ଭବିଷ୍ୟତକୁ ଶିଶୁମାନଙ୍କ ଆଖିରେ ଦେଖୁଥିଲେ। ଯେତେବେଳେ ବି ତାଙ୍କୁ ସମୟ ମିଳୁଥିଲା ସେ ପିଲାଙ୍କ ସହ ସମୟ ବିତାଉଥିଲେ। ସେଥିପାଇଁ ପିଲାମାନେ ନେହେରୁଙ୍କୁ ସ୍ନେହରେ 'ଚାଚା ନେହେରୁ' ବୋଲି ଡାକୁଥିଲେ।
ଜବାହରଲାଲ ନେହରୁ ବିଶ୍ୱାସ କରୁଥିଲେ ଯେ ପିଲାମାନେ ରାଷ୍ଟ୍ର ଗଠନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବେ ତେଣୁ ସେମାନଙ୍କୁ ଶିକ୍ଷାର ଅଧିକାର ପ୍ରଦାନ କରାଯିବା ଉଚିତ। ତେଣୁ ୧୯୬୪ ମସିହାରୁ ନେହେରୁଙ୍କ ଜୟନ୍ତୀକୁ ସାରା ଦେଶରେ 'ଶିଶୁ ଦିବସ' ଭାବେ ପାଳନ କରାଯାଉଛି।
ଜବାହରଲାଲ ନେହେରୁ ଉତ୍ତର ପ୍ରଦେଶର ଆଲ୍ଲାହାବାଦ ବର୍ତ୍ତମାନର ପ୍ରୟାଗରାଜ ସହରରେ ଏକ କାଶ୍ମିରୀ ପଣ୍ଡିତ ପରିବାରରେ ୧୮୮୯ ମସିହା ନଭେମ୍ବର ୧୪ ତାରିଖ ଦିନ ଜନ୍ମଗ୍ରହଣ କରିଥିଲେ। ତାଙ୍କ ପିତାଙ୍କ ନାମ ମୋତିଲାଲ ନେହେରୁ ଓ ମାତାଙ୍କ ନାମ ସ୍ୱରୂପାରାଣୀ ଥିଲା। ତାଙ୍କର ସ୍ନାତକ ତ୍ରିନିତୀ ମହାବିଦ୍ୟାଳୟ, କେମ୍ବ୍ରିଜରେ ସାରିଥିଲେ। ଭାରତକୁ ସ୍ବାଧୀନତା ଆଣିବାପାଇଁ ମଧ୍ଯ ସେ ଅନେକ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ଦେଶ ସ୍ବାଧୀନ ପରେ ସେ ସ୍ୱାଧୀନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଦ ଗ୍ରହଣ କରିଥିଲେ। ୧୯୬୪ ମସିହା ମଇ ମାସ ତାରିଖରେ ହୃଦ୍‌ଘାତରେ ନେହେରୁଙ୍କ ଦେହତ୍ଯାଗ ହୋଇଥିଲା।
୧୯୬୪ ମସିହାରେ ନେହରୁଙ୍କ ମୃତ୍ୟୁ ପୂର୍ବରୁ ନଭେମ୍ବର ୨୦ ତାରିଖକୁ ଶିଶୁ ଦିବସ ପାଳନ କରାଯାଉଥିଲା। କିନ୍ତୁ ନେହରୁଙ୍କ ମୃତ୍ୟୁ ପରେ ତାଙ୍କ ଜନ୍ମ ଦିନ ନଭେମ୍ବର ୧୪ ତାରିଖକୁ ଶିଶୁ ଦିବସ ରୂପେ ପାଳନ କରିବାକୁ ଭାରତ ସରକାର ନିଷ୍ପତ୍ତି ନେଇଥିଲେ।
ଏହି ଦିନରେ ବିଦ୍ୟାଳୟ ମାନଙ୍କରେ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥାଏ। ସ୍କୁଲରେ ବିଭିନ୍ନ ପ୍ରତିଯୋଗିତା ମୂଳକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥାଏ। ଯେମିତି ଖେଳ, ତର୍କ, ଆଲୋଚନା, ନାଚ, ଗୀତ, ପ୍ରବନ୍ଧ, ବକ୍ତୃତା ଓ ଚିତ୍ରାଙ୍କନ ଭଳି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥାଏ।
📲Get App