🔥 TRENDING Clash erupts among devotees at Chhath... Purnia Student Shahid Akhtar's Chat Li... Patna gears up for Chhattis 2026 with... Kharna Ritual Today: Auspicious Timing... Two Police Personnel Impersonate Bhopa... Three men arrested for gang rape of 15...
14 Nov 2026•
ગુજરાતી मराठी ਪੰਜਾਬੀ বাংলা
Education

ମାର୍ଚ୍ଚ ୧୨ ତାରିଖରୁ ଆରମ୍ଭ ମାଟ୍ରିକ ପରୀକ୍ଷା; ବୋର୍ଡ ପକ୍ଷରୁ ବିଜ୍ଞପ୍ତି ଜାରି

✍️ Reporter: Deepak Mahapatra 🗓 14 Nov 2026, 03:22 PM 👁 23
Share: 💬 WhatsApp 📘 Facebook 𝕏 Post
ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ବାରା ପରିଚାଳିତ ଓଡ଼ିଆ ମାଧ୍ୟମ ଦଶମ ଶ୍ରେଣୀ ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ (ମାଟ୍ରିକ)- ୨୦୨୭ ପରୀକ୍ଷା, ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ ପରୀକ୍ଷା (ଓପନ୍‌ ସ୍କୁଲ) ଓ ମଧ୍ୟମା ପରୀକ୍ଷା ମାର୍ଚ୍ଚ ୧୨ ତାରିଖରୁ ମାର୍ଚ୍ଚ ୨୭ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏ ସଂକ୍ରାନ୍ତରେ ବୋର୍ଡ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି।
ପରୀକ୍ଷା ମାର୍ଚ୍ଚ ୧୨ ତାରିଖରୁ ଆରମ୍ଭ ହୋଇ ୨୭ ତାରିଖ ଯାଏଁ ଚାଲିବ। ଉଭୟ ରେଗୁଲାର ଓ ଏକ୍ସରେଗୁଲାର ପରୀକ୍ଷାର୍ଥୀଙ୍କ ନିମନ୍ତେ ଦୈନିକ ଗୋଟିଏ ସିଟିଂ ପରୀକ୍ଷା ହେବ। ପରୀକ୍ଷା ସକାଳ ୯ଟାରୁ ଆରମ୍ଭ ହୋଇ ୧୧ଟା ୩୦ ଯାଏଁ ଚାଲିବ। କେବଳ ଗଣିତ ପରୀକ୍ଷା ନିମନ୍ତେ ଅତିରିକ୍ତ ୧୫ ମିନିଟ୍‌ ସମୟ ଦିଆଯିବ, ଅର୍ଥାତ୍‌ ପରୀକ୍ଷା ୧୧ଟା ୩୦ ପରିବର୍ତ୍ତେ ୧୧ଟା ୪୫ମିନିଟ୍‌ରେ ସରିବ ବୋଲି ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ ଏନେଇ ସୂଚନା ଦେଇଛନ୍ତି।
ପ୍ରଥମ ଦିନ ଅର୍ଥାତ ୧୨ ତାରିଖରେ ଫାର୍ଷ୍ଟ ଲାଙ୍ଗୁଏଜ ଏବଂ ଶେଷ ଦିନ ଅର୍ଥାତ ୨୭ ତାରିଖରେ ଥାର୍ଡ ଲାଙ୍ଗୁଏଜ ପରୀକ୍ଷା ଅନୁଷ୍ଠିତ ହେବ ବୋଲି ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି। ପରୀକ୍ଷା ନିମନ୍ତେ ଅନଲାଇନ୍‌ ଆବେଦନର ତାରିଖ ୨୧ ନଭେମ୍ବର ୨୦୨୬ ରାତି ୧୧ଟା ୪୫ ଯାଏଁ ଧାର୍ଯ୍ୟ କରାଯାଇଛି। ଏନେଇ ସମ୍ପୃକ୍ତ ଶିକ୍ଷାନୁଷ୍ଠାନ ଦ୍ୱାରା ଲଗଇନ୍‌ କରାଯାଇ ନିର୍ଦ୍ଧାରିତ ଫର୍ମ ପୂରଣ କରି ଦାଖଲ କରାଯିବ। ଏହାପୂର୍ବରୁ ବୋର୍ଡ ଛାତ୍ରଛାତ୍ରୀଙ୍କ ନାମ ଆଦି ତଥ୍ୟର ସଂଶୋଧନ ନିମନ୍ତେ ସମୟ ଦେଇଛନ୍ତି।
📲Get App