🔥 ट्रेंडिंग जम्मू-कश्मीर के एलजी मनोज सिन्हा ने सु... Poornima International School, CBSE Ra... इंदौर में RSS की कार्यकारी मंडल की बैठ... કારજન એસપીજી ગ્રુપ દ્વારા સરદાર પટેલ જ... जगतगुरु रामानंदाचार्य राजस्थान संस्कृत... शिवहर में जिला स्तरीय युवा उत्सव 2026...
31 अक्टू. 2026•
ગુજરાતી मराठी ਪੰਜਾਬੀ বাংলা
जीवनशैली

ବାତ୍ୟା ପରେ ବିଦ୍ୟୁତ୍ ସେବା ପୁନରୁଦ୍ଧାର; ୯୧% କାମ ଶେଷ, ୭.୬୨ ଲକ୍ଷ ଘରକୁ ଫେରିଲା ବିଜୁଳି

✍️ रिपोर्टर: Deepak Mahapatra 🗓 31 अक्टू. 2026, 01:04 PM 👁 21
शेयर करें: 💬 WhatsApp 📘 Facebook 𝕏 Post
ବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବରେ ପଶ୍ଚିମ ଓଡ଼ିଶାର ୪ଟି ଜିଲ୍ଲାରେ ବିଦ୍ୟୁତ୍ ସେବା ବ୍ୟାହତ ହୋଇଥିବାବେଳେ ଏହାର ପୁନରୁଦ୍ଧାର କାର୍ଯ୍ୟ ଜୋରଦାର ଭାବେ ଜାରି ରହିଛି। ବଲାଙ୍ଗୀର, ସୋନପୁର, ନୂଆପଡ଼ା ଓ କଳାହାଣ୍ଡିରେ ପ୍ରଭାବିତ ୮ ଲକ୍ଷ ୩୮ ହଜାର ୪୦୫ ଜଣ ଉପଭୋକ୍ତାଙ୍କ ମଧ୍ୟରୁ ୭ ଲକ୍ଷ ୬୨ ହଜାର ୪୯ ଜଣଙ୍କ ଘରକୁ ବିଦ୍ୟୁତ୍ ଯୋଗାଣ ସ୍ୱାଭାବିକ କରାଯାଇଛି।
ଟିପି ୱେଷ୍ଟର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିଡବ୍ଲୁଓଡିଏଲ୍) ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ, ଅକ୍ଟୋବର ୨୯ ଅପରାହ୍ଣ ୩ଟା ସୁଦ୍ଧା ପ୍ରାୟ ୯୧ ପ୍ରତିଶତ ବିଦ୍ୟୁତ୍ ପୁନରୁଦ୍ଧାର କାର୍ଯ୍ୟ ଶେଷ ହୋଇଛି। ବାକି ଅଞ୍ଚଳରେ ବିଦ୍ୟୁତ୍ ସେବା ଶୀଘ୍ର ସ୍ୱାଭାବିକ କରିବାକୁ ୪୧୦ ଜଣ କର୍ମଚାରୀ ନିୟୋଜିତ ହୋଇଛନ୍ତି।
ଅକ୍ଟୋବର ୨୮ରୁ ବାତ୍ୟା ଓ ପ୍ରତିକୂଳ ପାଣିପାଗ ଯୋଗୁଁ ଏହି ଜିଲ୍ଲାଗୁଡ଼ିକରେ ବିଦ୍ୟୁତ୍ ବିତରଣ ବ୍ୟବସ୍ଥା ପ୍ରଭାବିତ ହୋଇଥିଲା। ଏଥିରେ ୧୧୮ଟି ୩୩ କେଭି ଫିଡର୍‌ ମଧ୍ୟରୁ ୧୧୦ଟି ଏବଂ ୯୯୫ଟି ୧୧ କେଭି ଫିଡର୍‌ ମଧ୍ୟରୁ ୮୭୯ଟିକୁ କାର୍ଯ୍ୟକ୍ଷମ କରାଯାଇଛି। ସେହିପରି ୧୯ଟି ସବ୍‌ଷ୍ଟେସନ୍‌ ମଧ୍ୟରୁ ୧୪ଟିରେ ବିଦ୍ୟୁତ୍ ଯୋଗାଣ ଫେରିଛି।
ବାତ୍ୟାରେ ୨୭,୮୩୦ଟି ଡିଷ୍ଟ୍ରିବ୍ୟୁସନ୍ ଟ୍ରାନ୍ସଫର୍ମର ପ୍ରଭାବିତ ହୋଇଥିବାବେଳେ ୨୭,୧୮୫ଟିର ମରାମତି ଶେଷ ହୋଇଛି। ଏହାସହ ୧୧ଟି ବିଦ୍ୟୁତ୍ ଖୁଣ୍ଟ, ୩୪ଟି ସ୍ଥାନରେ ତାର ଏବଂ ପ୍ରାୟ ୪୩୦ ମିଟର ଏଲ୍‌ଟି କେବୁଲ୍ କ୍ଷତିଗ୍ରସ୍ତ ହୋଇଛି। ଏସବୁର ମରାମତି ଜାରି ରହିଛି।
ସମସ୍ତ ପ୍ରଭାବିତ ଅଞ୍ଚଳରେ ବିଦ୍ୟୁତ୍ ଯୋଗାଣ ଫେରାଇବାକୁ କମ୍ପାନୀର କଣ୍ଟ୍ରୋଲ୍ ରୁମ୍‌ ନିରନ୍ତର ନଜର ରଖିଛି। ଏଥିସହ ସ୍ଥାନୀୟ ପ୍ରଶାସନ ଓ ଜରୁରୀକାଳୀନ ସେବା ସଂସ୍ଥା ସହ ସମନ୍ୱୟ ରଖାଯାଇଛି। ଅନ୍ୟପଟେ ଛିଣ୍ଡିଥିବା ବିଦ୍ୟୁତ୍ ତାର କିମ୍ବା ଭାଙ୍ଗି ପଡ଼ିଥିବା ଖୁଣ୍ଟଠାରୁ ଦୂରେଇ ରହିବାକୁ ଜନସାଧାରଣଙ୍କୁ କମ୍ପାନୀ ପରାମର୍ଶ ଦେଇଛି।
📲Get App