Weather
ବାତ୍ୟା ସରିନି, ଆସୁଛି ଲଘୁଚାପ!
ଅତି ଭୀଷଣ ବାତ୍ୟା ‘ଅର୍ଣ୍ଣବ’ ଗତକାଲି ବିଳମ୍ବିତ ରାତିରେ ଆନ୍ଧ୍ରପ୍ରଦେଶର ବାପଟଲା ଓ ବିଶାଖାପାଟଣା ମଧ୍ୟବର୍ତ୍ତୀ ୟାନାମ ପାଖରେ ଲ୍ୟାଣ୍ଡଫଲ୍ କରିଛି। ସ୍ଥଳଭାଗ ଅତିକ୍ରମ କରିବା ପରେ ଦ୍ରୁତଗତିରେ ଦୁର୍ବଳ ହେଉଥିବା ‘ଅର୍ଣ୍ଣବ’ ଭୀଷଣ ବାତ୍ୟାରେ ପରିଣତ ହୋଇଛି। ଏହା କ୍ରମଶଃ ବାତ୍ୟା, ଗଭୀର ଅବପାତ ଓ ଅବପାତରେ ପରିଣତ ହେବ। ଏହା ଗଭୀର ଅବପାତ ଅବା ଅବପାତର ରୂପ ନେଇ ଆଜି ମାଲକାନଗିରି ଦେଇ ଛତିଶଗଡ଼ ଯିବାର ସମ୍ଭାବନା ରହିଛି। ଆଉ ଏହା ମଧ୍ୟରେ ସୂଚନା ଆସିଛି ଯେ ଦକ୍ଷିଣ ଆଣ୍ଡାମାନ ସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଗତକାଲି ଏହି ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହା ଲଘୁଚାପରେ ପରିଣତ ହେବାର ସମ୍ଭାବନା ରହିଛି। ତେବେ ଓଡ଼ିଶାରେ ଲଘୁଚାପର ପ୍ରଭାବ ପଡ଼ିବା ନେଇ କୌଣସି ସ୍ପଷ୍ଟ ସୂଚନା ନାହିଁ।
ଐନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍ଡି) ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି ଯେ ଆଣ୍ଡାମାନ ସାଗରରେ ଗୋଟିଏ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ। କିନ୍ତୁ ତାହା ଅବପାତ ହେବ କିମ୍ବା ବାତ୍ୟା ହେବ, ତା’ର ପୂର୍ବାନୁମାନ କରାଯାଇନାହିଁ। ତା’ର ପୂର୍ବାନୁମାନ କଲା ପରେ ତାହା କେଉଁ ଉପକୂଳକୁ ଯିବ ଓ କେତେ ତୀବ୍ରତାରେ ପହଞ୍ଚିବ, ତା’ର ବିବରଣୀ ପ୍ରଦାନ କରାଯିବ।
କିଛି ବିଦେଶୀ ସଂସ୍ଥା ଆକଳନ କରିଛନ୍ତି ଯେ ୩୦ ତାରିଖ ବେଳକୁ ଏହି ଘୂର୍ଣ୍ଣିବଳୟ ଲଘୁଚାପ କ୍ଷେତ୍ରରେ ପରିଣତ ହେବ। ସମ୍ଭବତଃ ଏହା ଓଡ଼ିଶା ଉପକୂଳ ମୁହାଁ ହେବ। ଏହା ନଭେମ୍ବର ୧ ତାରିଖ ବେଳକୁ ଗଞ୍ଜାମରୁ ବାଲେଶ୍ୱର ମଧ୍ୟରେ ଉପକୂଳ ଛୁଇଁପାରେ। ୟୁରୋପିଆନ ମଡେଲ ଇସିଏମ୍ଡବ୍ଲ୍ୟୁଏଫ ଆକଳନ କରିଛି ଯେ ଏହି ସିଷ୍ଟମ ଲଘୁଚାପରେ ହିଁ ସୀମିତ ରହିବ।
ଅତି ଭୀଷଣ ବାତ୍ୟା ‘ଅର୍ଣ୍ଣବ’ ଉପକୂଳ ଅତିକ୍ରମ କରିସାରିବା ପରେ ବହୁତ ଧୀରେ ଧୀରେ ଗତି କରୁଛି। ଏହା ଏବେ ଆନ୍ଧ୍ର ପ୍ରଦେଶ ଉପକୂଳରେ କେନ୍ଦ୍ରୀଭୂତ ହୋଇଛି। ତାହା ଦୁର୍ବଳ ହୋଇ ଭୀଷଣ ବାତ୍ୟାରେ ପରିଣତ ହୋଇଛି। ଏହା ଯେତେବେଳେ ଆନ୍ଧ୍ର ଉପକୂଳରେ ଉତ୍ତରକୁ ଗତି କରିବ ଆହୁରି ଦୁର୍ବଳ ହେବ। ପରେ ଏହା ବାତ୍ୟାର ରୂପ ନେବ ଓ ଆଜି ସନ୍ଧ୍ୟା ବେଳକୁ ଏହା ଏକ ଗଭୀର ଅବପାତରେ ପରିଣତ ହେବ। ସେତେବେଳେ ଏହା ଦକ୍ଷିଣ-ପଶ୍ଚିମ ଓଡ଼ିଶାର ଜିଲ୍ଲା- କୋରାପୁଟ, ନବରଙ୍ଗପୁର, ରାୟଗଡ଼ା ଏବଂ ଛତିଶଗଡ଼ ରାଜ୍ୟର ଦାନ୍ତେୱାଡା ଓ ବସ୍ତର ପାଖରେ କେନ୍ଦ୍ରୀଭୂତ ହେବ। ଏହାର ଗତି ଉତ୍ତର ଦିଗରେ ଜାରି ରହିବ। ଆସନ୍ତାକାଲି ସକାଳ ବେଳକୁ ଏହା ଏକ ଅବପାତରେ ପରିଣତ ହେବ ଓ ସନ୍ଧ୍ୟା ବେଳକୁ ଏହା ଆହୁରି ଦୁର୍ବଳ ହୋଇ ଲଘୁଚାପ କ୍ଷେତ୍ରରେ ପରିଣତ ହେବାର ପୂର୍ବାନୁମାନ କରାଯାଇଛି।
ଏହାର ପ୍ରଭାବରେ ଓଡ଼ିଶାରେ ଆଜି ସର୍ବାଧିକ ବର୍ଷା ହେବାର ସମ୍ଭାବନା ରହିଛି। କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ଓ କିଛି ସ୍ଥାନରେ ଅତି ଭୀଷଣ ବର୍ଷା ହେବାର ସମ୍ଭାବନା ରହିଛି। ସେହିଭଳି ପବନର ବେଗ ଘଣ୍ଟାପ୍ରତି ସର୍ବାଧିକ ୬୦ରୁ ୮୦ କିମି ରହିପାରେ। ଝଟକା ପବନର ବେଗ ଘଣ୍ଟାପ୍ରତି ସର୍ବାଧିକ ୯୦ କିମି ରହିପାରେ। ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, ନବରଙ୍ଗପୁର ଓ ମାଲକାନଗିରି ଜିଲ୍ଲାରେ ପବନର ସ୍ଥିତି ଏମିତି ରହିପାରେ। ଆଜି ଅପରାହ୍ନରୁ ରାତି ଯାଏ ଏହି ସବୁ ସ୍ଥାନରେ ପବନ ହେବାର ସମ୍ଭାବନା ରହିଛି। ସେହିପରି ଛତିଶଗଡ଼କୁ ଲାଗି ରହିଥିବା ଓଡ଼ିଶାର ଆଭ୍ୟନ୍ତରୀଣ ଜିଲ୍ଲାଗୁଡ଼ିକରେ ଆଜି ରାତିରୁ ଆସନ୍ତାକାଲି ସକାଳ ପର୍ଯ୍ୟନ୍ତ ଅତିବେଶୀରେ ଘଣ୍ଟାପ୍ରତି ୪୫ରୁ ୫୫ କିମି ବେଗରେ ପବନ ପ୍ରବାହିତ ହେବାର ସମ୍ଭାବନା ରହିଛି। ସେହିପରି ଝଟକା ପବନର ବେଗ ଘଣ୍ଟାପ୍ରତି ୬୫ କିମି ରହିପାରେ।