🔥 TRENDING J&K Public Works Department Promotes T... Two Arrested in J&K for Using Mule Acc... LG Manoj Sinha calls Jammu & Kashmir y... Large Religious Gathering Held at Dera... रेलवे का बड़ा आदेश: रात 11 से सुबह 5 ब... 🔥🪭 *6వ వార్డులో వైఎస్సార్‌సీపీ ప్రచార...
29 Oct 2026•
ગુજરાતી मराठी ਪੰਜਾਬੀ বাংলা
Weather

ଓଡ଼ିଶାରେ ବନ୍ୟା ଆଶଙ୍କା: ବୃଦ୍ଧି ପାଉଛି ନଦୀ ଜଳସ୍ତର, ୧୭ ଜିଲ୍ଲା ପାଇଁ ଆକସ୍ମିକ ବନ୍ୟା ସତର୍କତା ଜାରି କଲା CWC

✍️ Reporter: Deepak Mahapatra 🗓 29 Oct 2026, 01:42 PM 👁 15
Share: 💬 WhatsApp 📘 Facebook 𝕏 Post
ଭୁବନେଶ୍ୱର: ରାଜ୍ୟରେ ଆଗାମୀ ଦୁଇ ଦିନ ଧରି ମୁଷଳଧାରାରେ ବର୍ଷା ହେବାର ପୂର୍ବାନୁମାନ କରାଯାଇଥିବା ବେଳେ ଏବେ ବନ୍ୟା ପରିସ୍ଥିତିକୁ ନେଇ ଚିନ୍ତା ବଢ଼ିଛି। ବିଭିନ୍ନ ନଦୀର ଜଳସ୍ତର ବୃଦ୍ଧି ପାଉଥିବାରୁ ସମ୍ଭାବ୍ୟ ବନ୍ୟା ସ୍ଥିତି ନେଇ କେନ୍ଦ୍ରୀୟ ଜଳ ଆୟୋଗ (CWC) ପକ୍ଷରୁ ସତର୍କତା ଜାରି କରାଯାଇଛି।
ଅକ୍ଟୋବର ୨୮ରୁ ୨୯ ତାରିଖ ମଧ୍ୟରେ ରାଜ୍ୟର ପ୍ରମୁଖ ନଦୀଗୁଡ଼ିକର ତଳମୁଣ୍ଡ ଅଞ୍ଚଳରେ ଜଳସ୍ତର ଆଶାତୀତ ଭାବେ ବୃଦ୍ଧି ପାଇ ସ୍ୱାଭାବିକଠାରୁ ଅଧିକ ବନ୍ୟା ସ୍ଥିତି ସୃଷ୍ଟି ହୋଇପାରେ ବୋଲି ଆୟୋଗ ଆକଳନ କରିଛି। କେନ୍ଦ୍ରୀୟ ଜଳ ଆୟୋଗଙ୍କ ଆକଳନ ଅନୁଯାୟୀ, ମହାନଦୀ, ବୈତରଣୀ, ବ୍ରାହ୍ମଣୀ, ଇନ୍ଦ୍ରାବତୀ, ବଂଶଧାରା, ନାଗାବଳୀ, ସାବେରୀ, ଋଷିକୁଲ୍ୟା, ଦୟା ଏବଂ ଭାର୍ଗବୀ ନଦୀର ଅବାହିକାରେ ଜଳସ୍ତର ବୃଦ୍ଧି ପାଇବାର ସମ୍ଭାବନା ରହିଛି।
ଏଥିପାଇଁ ଗଞ୍ଜାମ, ଗଜପତି, କୋରାପୁଟ, ରାୟଗଡ଼ା, ମାଲକାନଗିରି, ନବରଙ୍ଗପୁର, କନ୍ଧମାଳ, ଖୋର୍ଦ୍ଧା, ପୁରୀ, କଟକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ଭଦ୍ରକ, ବାଲେଶ୍ୱର, ଯାଜପୁର, କେନ୍ଦୁଝର ଏବଂ ମୟୂରଭଞ୍ଜ ସମେତ ଏକାଧିକ ଜିଲ୍ଲାର ପ୍ରଶାସନକୁ ସତର୍କ ରହିବାକୁ କୁହାଯାଇଛି।
IMD ଜାରି କଲା ଆକସ୍ମିକ ବନ୍ୟା ସୂଚନା
ଅନ୍ୟପଟେ ଭାରତୀୟ ପାଣିପାଗ ବିଭାଗ (IMD) ପକ୍ଷରୁ ଗଞ୍ଜାମ, ଗଜପତି, କୋରାପୁଟ, ରାୟଗଡ଼ା, ନବରଙ୍ଗପୁର, କନ୍ଧମାଳ, ନୟାଗଡ଼, ବୌଦ୍ଧ, ସୁବର୍ଣ୍ଣପୁର, ବରଗଡ଼, ସମ୍ବଲପୁର, ଅନୁଗୁଳ, ଖୋର୍ଦ୍ଧା, ପୁରୀ, ନୂଆପଡ଼ା, ବଲାଙ୍ଗୀର ଓ ଝାରସୁଗୁଡ଼ା ଆଦି ୧୭ଟି ଜିଲ୍ଲାରେ ଆକସ୍ମିକ ବନ୍ୟା ନେଇ ଚେତାବନୀ ଦିଆଯାଇଛି।
ପ୍ରବଳ ବର୍ଷା ଯୋଗୁଁ ନିଷ୍କାସନ ବ୍ୟବସ୍ଥା ବାଧାପ୍ରାପ୍ତ ହୋଇ ତଳିଆ ଅଞ୍ଚଳରେ ଜଳବନ୍ଦୀ ସ୍ଥିତି ଉପୁଜିପାରେ। ସ୍ଥିତି ଉପରେ କଡ଼ା ନଜର ରଖିବା ପାଇଁ ସ୍ଥାନୀୟ ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି।
ଦ୍ରୁତ ଗତିରେ ବଢ଼ୁଛି ନଦୀ ଓ ଜଳଭଣ୍ଡାରର ଜଳସ୍ତର
ସିଡବ୍ଲ୍ୟୁସି ତଥ୍ୟ ଅନୁଯାୟୀ ଗଞ୍ଜାମ ସୋରଡ଼ା ଓ ପୁରୁଷୋତ୍ତମପୁର ନିକଟରେ ଋଷିକୁଲ୍ୟା ନଦୀର ଜଳସ୍ତର କ୍ରମାଗତ ଭାବେ ବୃଦ୍ଧି ପାଉଛି। ଗଜପତି ମହେନ୍ଦ୍ରଗଡ଼ଠାରେ ବଡ଼ଝୋର ଏବଂ ମୋହନାଠାରେ ହରଭଙ୍ଗୀ ନଦୀର ଜଳସ୍ତର ଉପରମୁଖୀ ରହିଛି। କୋରାପୁଟ ସିରିମୋଡ଼ା ନିକଟରେ କୋଲାବ ନଦୀର ଜଳପ୍ରବାହ ବୃଦ୍ଧି ପାଇବାରେ ଲାଗିଛି।
ଏହାସହ ବାଲିମେଳା, ଜଳାପୁଟ, ଅପର ଇନ୍ଦ୍ରାବତୀ, କୋଲାବ ଏବଂ ରେଙ୍ଗାଳି ଭଳି ବୃହତ୍ ଜଳଭଣ୍ଡାରଗୁଡ଼ିକୁ ପ୍ରଚୁର ପରିମାଣରେ ବର୍ଷାଜଳ ପ୍ରବେଶ କରୁଛି। ଉପରମୁଣ୍ଡରେ କୃତ୍ରିମ ବନ୍ୟା ଏବଂ ତଳମୁଣ୍ଡରେ ଜଳପ୍ଲାବନ ଏଡ଼ାଇବା ପାଇଁ ଜଳସେଚନ ନିୟମାନୁସାରେ ଡ୍ୟାମ୍ ପରିଚାଳନା କରିବାକୁ କର୍ତ୍ତୃପକ୍ଷଙ୍କୁ ପରାମର୍ଶ ଦିଆଯାଇଛି।
📲Get App