🔥 TRENDING ಕಿತ್ತೂರು ಉತ್ಸವದ ವೇದಿಕೆಯಲ್ಲಿ ಕಾನಹೊಸಹಳ್ಳ... बदायूं के उघैती थाना क्षेत्र में ट्रैक... मेडिनीनगर में महिला एवं बाल विकास मंत्... कटिहार के आजमनगर थाना फील्ड में क्रिके... भारतीय किसान यूनियन (अमर टिकैत) के जिल... ସରକାରୀ ପଲିଟେକନିକରେ ଅଧ୍ୟାପକଙ୍କ ବିଶୃଙ୍ଖଳ...
29 Oct 2026•
ગુજરાતી मराठी ਪੰਜਾਬੀ বাংলা
Weather

ଲଗାଣ ବର୍ଷା ଯୋଗୁଁ ବାଲିବାଡ଼ ଘାଟି ରାସ୍ତାରେ ଭୂସ୍ଖଳନ, ୫ ଖଣ୍ଡ ଗାଁକୁ ଯୋଗାଯୋଗ ବିଚ୍ଛିନ୍ନ

✍️ Reporter: Deepak Mahapatra 🗓 29 Oct 2026, 01:29 PM 👁 12
Share: 💬 WhatsApp 📘 Facebook 𝕏 Post
ଗଜପତି : ଲଗାଣ ବର୍ଷା ଯୋଗୁଁ ଗଜପତି ଜିଲ୍ଲା ମୋହନା ଅଞ୍ଚଳର ବାଲିବାଡ଼ ଘାଟି ରାସ୍ତାରେ ଭୂସ୍ଖଳନ ଘଟିଛି । ପାହାଡ଼ ଉପରୁ ବଡବଡ ମାଟି ଅତଡ଼ା ଓ ପଥର ଖସିବା ଫଳରେ ସମ୍ପୂର୍ଣ୍ଣ ଘାଟି ରାସ୍ତା ଅବରୋଧ ହୋଇଯାଇଛି ।
ଏହି ଭୂସ୍ଖଳନ ଯୋଗୁଁ ବାଲିବାଡ଼ ଗାଁ ସମେତ ପାଖାପାଖି ୫ ଖଣ୍ଡ ଗାଁକୁ ବାହ୍ୟ ଯୋଗାଯୋଗ ସମ୍ପୂର୍ଣ୍ଣ ଭାବେ ବିଚ୍ଛିନ୍ନ ହୋଇଯାଇଛି । ରାସ୍ତା ଉପରେ ପଥର ଓ ମାଟି ଜମି ରହିଥିବାରୁ ସେହି ମାର୍ଗରେ ଗାଡ଼ି ମୋଟର ଚଳାଚଳ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି ।
ସ୍ଥାନୀୟ ପ୍ରଶାସନ ଘଟଣା ସ୍ଥଳରେ ପହଞ୍ଚି ଜେସିବି ସାହାଯ୍ୟରେ ରାସ୍ତାରୁ ମାଟି ଓ ପଥର ହଟାଇବା ସହ ଯାତାୟତ ସ୍ୱାଭାବିକ କରିବା ପାଇଁ ପ୍ରକ୍ରିୟା ଆରମକରିଛି। ସୁରକ୍ଷା ଦୃଷ୍ଟିରୁ ଏହି ଘାଟି ରାସ୍ତା ଦେଇ ଯାତ୍ରା ନକରିବାକୁ ଅଞ୍ଚଳବାସୀଙ୍କୁ ପରାମର୍ଶ ଦିଆଯାଉଛି।
📲Get App