🔥 TRENDING Central Labour Ministry Raises EPFO Sa... HAL Hands Over Tejas Fighters and Adva... સાબરકાંઠા કલેક્ટર દ્વારા 'કિસાન દિવસ'... 4,900 Creches Launched Across Karnatak... Amit Shah Predicts NDA to Form Punjab... सिकंदराराऊ में हादसे में माँ की ममता न...
24 Oct 2026•
ગુજરાતી मराठी ਪੰਜਾਬੀ বাংলা
Jobs & Career

ଓଡ଼ିଶା ପୁଲିସରେ ବମ୍ପର ନିଯୁକ୍ତି: OUSSSC ପକ୍ଷରୁ ବିଜ୍ଞପ୍ତି ପ୍ରକାଶ, ପୂରଣ ହେବ ୭୨୬୮ ପଦବି!

✍️ Reporter: Deepak Mahapatra 🗓 24 Oct 2026, 02:55 PM 👁 16
Share: 💬 WhatsApp 📘 Facebook 𝕏 Post
ଭୁବନେଶ୍ୱର: ଓଡ଼ିଶାର ଯୁବକଯୁବତୀଙ୍କ ପାଇଁ ଆଶ୍ୱସ୍ତିକର ଖବର। ଓଡ଼ିଶା ପୁଲିସ, ଅଗ୍ନିଶମ ଓ ପରିବହନ ସେବାରେ ବିଭିନ୍ନ ପଦବି ପୂରଣ କରିବାକୁ ଓଡ଼ିଶା ୟୁନିଫର୍ମଡ୍ ସେବା କର୍ମଚାରୀ ଚୟନ ଆୟୋଗ (OUSSSC) ପକ୍ଷରୁ ଆନୁଷ୍ଠାନିକ ବିଜ୍ଞପ୍ତି ପ୍ରକାଶ ପାଇଛି। କମ୍ବାଇନ୍ଡ ୟୁନିଫର୍ମଡ ସର୍ଭିସେସ୍ ଅଧୀନରେ ଅଣ୍ଡର ଗ୍ରାଜୁଏଟ୍ ସ୍ତରର ମୋଟ ୭,୨୬୮ଟି ପଦବି ପାଇଁ ଅନ୍ଲାଇନ୍ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି।
କେଉଁ ପଦବିରେ କେତେଟି ଶୂନ୍ୟସ୍ଥାନ?
ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ, ବିଭିନ୍ନ କ୍ୟାଡ଼ରରେ ନିମ୍ନୋକ୍ତ ସଂଖ୍ୟକ ପଦବି ପୂରଣ କରାଯିବ:
କନଷ୍ଟେବଳ (ସିଭିଲ୍): ୪,୨୧୯ଟି
କନଷ୍ଟେବଳ (ଓଆଇଏସ୍ଏଫ୍): ୨,୨୧୨ଟି
କନଷ୍ଟେବଳ (କମ୍ୟୁନିକେସନ୍): ୩୦୦ଟି
ଅଗ୍ନିଯୋଦ୍ଧା (Fireman): ୩୧୭ଟି
ଡ୍ରାଇଭର (PMT): ୧୫୪ଟି
ଅଗ୍ନିଶମ ଡ୍ରାଇଭର: ୬୨ଟି
ଟ୍ରାଫିକ୍ କନଷ୍ଟେବଳ: ୪ଟି
ସବୁଠାରୁ ବଡ଼ ଆକର୍ଷଣ: ଗୋଟିଏ ପରୀକ୍ଷାରେ ମିଳିବ ଏକାଧିକ ସୁଯୋଗ
ଚଳିତ ନିଯୁକ୍ତି ପ୍ରକ୍ରିୟାର ସବୁଠାରୁ ବଡ଼ ବିଶେଷତ୍ୱ ହେଲା—ପ୍ରଥମ ଥର ପାଇଁ ଆଶାୟୀମାନେ କେବଳ ଗୋଟିଏ ଏକକ (Single) ପରୀକ୍ଷା ମାଧ୍ୟମରେ ଏକାଧିକ ପଦବିର ନିଯୁକ୍ତି ପ୍ରକ୍ରିୟାରେ ସାମିଲ ହେବାର ସୁଯୋଗ ପାଇବେ। ଅର୍ଥାତ୍ ଜଣେ ପ୍ରାର୍ଥୀଙ୍କୁ ପୃଥକ ପୃଥକ ପରୀକ୍ଷା ଦେବାକୁ ପଡ଼ିବ ନାହିଁ।
ଆବେଦନ ପ୍ରକ୍ରିୟା ଓ ଗୁରୁତ୍ୱପୂର୍ଣ୍ଣ ତାରିଖ:
ଆବେଦନ ଆରମ୍ଭ: ୨୩ ଅକ୍ଟୋବର (ସନ୍ଧ୍ୟା ୫ଟାରୁ)
ଆବେଦନର ଶେଷ ତାରିଖ: ୧୨ ନଭେମ୍ବର (ରାତି ୧୦ଟା ପର୍ଯ୍ୟନ୍ତ)
ଅଫିସିଆଲ୍ ୱେବସାଇଟ୍: ଯୋଗ୍ୟ ଓ ଆଶାୟୀ ପ୍ରାର୍ଥୀମାନେ OUSSSC ର ଅଫିସିଆଲ୍ ପୋର୍ଟାଲ https://ousssc.odisha.gov.in ଜରିଆରେ ଅନଲାଇନରେ ଆବେଦନ କରିପାରିବେ।
📲Get App