🔥 TRENDING ఆదిలాబాద్: రేపటితో ముగియనున్న డిగ్రీ ఫ... अररिया, 28 अक्टूबर 2026 কয়লার কালো মাটিতে ৮০ হাজার কোটির স্বপ... બાબરા સ્વદેશી મેળામાં રાઈડ મુદ્દે મારા... ब्राइट कैरियर स्कूल में महासम्मेलन एवं... आज सुबह से लगातार बारिश, ठंडा मौसम जार...
29 Oct 2026•
ગુજરાતી मराठी ਪੰਜਾਬੀ বাংলা

ଗଜଲକ୍ଷ୍ମୀ ପୂଜା ତୋରଣ ଭାଙ୍ଗିରୁଜି ଚୁରମାର, ଅଳ୍ପକେ ବର୍ତ୍ତିଲେ କିଛିଲୋକ l

✍️ Reporter: Dulendra Kumar Meher 🗓 29 Oct 2026, 10:47 AM 👁 23
Share: 💬 WhatsApp 📘 Facebook 𝕏 Post

ଅର୍ଣ୍ଣବ ବାତ୍ୟାର ପ୍ରଭାବରେ ଜିଲ୍ଲାର ବହୁଅଂଚଳରେ ଚାଷ ନଷ୍ଟ, ଗଜଲକ୍ଷ୍ମୀ ପୂଜାର ଚମକ ଫିକା l

ଗଜଲକ୍ଷ୍ମୀ ପୂଜା ର ତୋରଣ ଭୁଷୁଡ଼ି ପଡିବାରୁ ରାସ୍ତା ଅବରୋଧ l

ଅର୍ଣ୍ଣବ ବାତ୍ୟାର ପ୍ରଭାବରେ କଳାହାଣ୍ଡି ଜିଲ୍ଲାର ଅନେକ ଅଞ୍ଚଳରେ କ୍ଷୟକ୍ଷତି l
କଳାହାଣ୍ଡି:-କଳାହାଣ୍ଡି ଜିଲ୍ଳା ଜୁନାଗଡ଼ ବ୍ଲକରେ ଅର୍ଣ୍ଣବ' ର ପ୍ରଭାବରେ ଜିଲ୍ଲାରେ ବର୍ଷା ଓ ପବନର ବେଗ ଜାରି ରହିଥିବାବେଳେ ଜୁନାଗଡ଼ ସହରରେ ଘଟିଛି ଅଘଟଣ, ପ୍ରବଳ ପବନ ଯୋଗୁଁ ବଡ଼ପଡା ଗାନ୍ଧୀ ଛକ ନିକଟରେ ଜାତୀୟ ରାଜପଥ-୨୬ ରାସ୍ତାକଡରେ ନିର୍ମିତ ଗଜଲକ୍ଷ୍ମୀ ପୂଜା ତୋରଣ ଭାଙ୍ଗି ରାସ୍ତା ଉପରେ ପଡିଯାଇଛି l ଫଳରେ ତୋରଣ ପଡିଯିବାରୁ ରାସ୍ତାରେ ଥିବା ଅଟୋରିକ୍ସା, ବୋଲେରୋ ଆଦି ଚାରିଚକିଆ ଯାନ ଚାପି ହୋଇଯାଇଛି l ସୂଚନା ଅନୁଯାୟୀ ବୁଧବାର ଅପରାହ୍ନ ରୁ କଳାହାଣ୍ଡି ଜିଲ୍ଲାରେ ବାତ୍ୟା 'ଅର୍ଣ୍ଣବ 'ର ପ୍ରଭାବ ଅନୁଭୁତ ହୋଇଛି l ବର୍ଷା ସାଙ୍ଗକୁ ପବନ ଲାଗିରହିଥିବାରୁ ଜନ ଜୀବନ ଅସ୍ତ ବ୍ୟସ୍ତ ହୋଇପଡିଛି lଏହି ସମୟରେ ବଡ଼ପଡା ଥାନା ନିକଟରେ ହେଉ ଥିବା ଗଜଲକ୍ଷ୍ମୀ ପୂଜା ର ତୋରଣ, ହଟାତ ଭାଙ୍ଗିଯାଇ ତଳେ ପଡି ଯାଇଥିଲା l ତୋରଣଟି ରାସ୍ତା ଉପରେ ପଡିଯିବାରୁ ରାସ୍ତାରେ ଯାଉଥିବା ତିନୋଟି ଗାଡି କ୍ଷତିଗ୍ରସ୍ତ ହୋଇଛି, ଘଟଣା ପରେ ଜାତୀୟ ରାଜପଥ -୨୬ 'ରେ ଯାତାୟତ ବାଧା ପ୍ରାପ୍ତ ହୋଇଯାଇଥିଲା lଖବର ପାଇ ଜୁନାଗଡ଼ ପୋଲିସ ଓ ଅଗ୍ନିଶମ ବିଭାଗର କର୍ମ ଚାରି ଘଟଣା ସ୍ଥଳରେ ପହଂଚି ପଡିଯାଇଥିବା ତୋରଣ କୁ ହଟାଇବା ଓ ଯାତାୟତ ସ୍ୱାଭାବିକ କରିବା ଦିଗରେ ପଦକ୍ଷେପ ନିଆଯାଉଛି l ତେବେ ଏହିଘାଟଣାରେ କେହି ଆହତ ହୋଉଛନ୍ତି କି ନାହିଁ, ସେ ନେଇ କୋଣସି ସ୍ପଷ୍ଟ ସୂଚନା ମିଳିନାହିଁ l ବନ୍ୟା ଜନିତ ପ୍ରତିକୂଳ ପାଗକୁ ଦୃଷ୍ଟି ରେ ରଖି ପ୍ରଶାସନ ପକ୍ଷରୁ ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରିବା ଜରୁରୀ ହୋଇପଡିଛି l
📲Get App