🔥 TRENDING ఇచ్చోడ:రూ.7 కోట్లతో విద్యా సంస్థల అభివ... અમરેલી સિવિલ હોસ્પિટલમાં બાપા સીતારામ... साप्ताहिक समीक्षा बैठक में जिला कलेक्ट... வேலூர் புதிய பேருந்து நிலையத்தில் போக்... Punjab Congress lifts suspension of fo... Majuli Launches Northeast’s First Doub...
23 Nov 2026•
ગુજરાતી मराठी ਪੰਜਾਬੀ বাংলা
Weather

୩ଟି ବାତ୍ୟା ଗଲା; ଆଉ ଗୋଟିଏ ଆସିବ କି? ପଢ଼ନ୍ତୁ, କ’ଣ କହିଛନ୍ତି IMD ଡିଜି

✍️ Reporter: Deepak Mahapatra 🗓 23 Nov 2026, 03:08 PM 👁 18
Share: 💬 WhatsApp 📘 Facebook 𝕏 Post
ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ। ଭାରତୀୟ ପାଣିପାଗ ବିଭାଗ ମହାନିର୍ଦ୍ଦେଶକ (ଡିଜି) ମୃତ୍ୟୁଞ୍ଜୟ ମହାପାତ୍ର ଆଜି ଏହି ସୂଚନା ଦେଇଛନ୍ତି।

ସେ କହିଛନ୍ତି, ଆମେ ଏ ପର୍ଯ୍ୟନ୍ତ କୌଣସି ବାତ୍ୟାର ପୂର୍ବାନୁମାନ କରିନାହୁଁ। ପ୍ରତିଦିନ ମନିଟରିଂ ଚାଲିଛି। ଯଦି ଏଭଳି କିଛି ଡେଭଲପମେଣ୍ଟ ହୁଏ, ତା’ହେଲେ ତା’ର ପୂର୍ବାନୁମାନ କରାଯିବ। ଗତ ଗୁରୁବାର ଜାରି ହୋଇଥିବା ୧୫ ଦିନିଆ ଆଗୁଆ ଆକଳନରେ ଉଲ୍ଲେଖ କରାଯାଇଛି ଯେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ। କିନ୍ତୁ ଏହାର ସ୍ଥିତି କ’ଣ ରହିବ, କେତେ ତୀବ୍ରତା ରହିବ- ତା’ର କୌଣସି ରୂପରେଖ ଏପର୍ଯ୍ୟନ୍ତ ଆମେ ଜାରି କରିନାହୁଁ।

ଶ୍ରୀ ମହାପାତ୍ର କହିଛନ୍ତି, ପ୍ରତି ବର୍ଷ ସାଧାରଣତଃ ୫ଟି ବାତ୍ୟା ବଙ୍ଗୋପସାଗରରେ ସୃଷ୍ଟି ହୋଇଥାଏ। ଏହି ୫ଟି ବାତ୍ୟା ମଧ୍ୟରୁ ୩/୪ଟି ଅକ୍ଟୋବର, ନଭେମ୍ବର, ଡିସେମ୍ବରରେ ଏବଂ ୧/୨ଟି ଏପ୍ରିଲ, ମେ ଓ ଜୁନ୍ ସମୟରେ ସୃଷ୍ଟି ହୋଇଥାଏ। ଏ ବର୍ଷ ଏ ପର୍ଯ୍ୟନ୍ତ ୩ଟି ବାତ୍ୟା ହୋଇଛି। ଅର୍ଥାତ୍ ସାଧାରଣତଃ ଯେତିକି ବାତ୍ୟା ସୃଷ୍ଟି ହୋଇଥାଏ, ତା’ଠାରୁ କମ୍ ହୋଇଛି। ଏ ବର୍ଷ ୩ଟି ବାତ୍ୟା ଗୋଟିଏ ପରେ ଗୋଟିଏ ସୃଷ୍ଟି ହୋଇଛି ଏବଂ ଏହା ଆନ୍ଧ୍ର ପ୍ରଦେଶ ଓ ଓଡ଼ିଶାକୁ ପ୍ରଭାବିତ କରିଛି।
ସେ ଆହୁରି କହିଛନ୍ତି, ତୁଳନା କଲେ ଦେଖାଯାଏ ଯେ ୧୯୮୭ରେ ଏହିଭଳି ହୋଇଥିଲା। ଅକ୍ଟୋବର, ନଭେମ୍ବର, ଡିସେମ୍ବରରେ ୩ଟି ବାତ୍ୟା ସୃଷ୍ଟି ହୋଇଥିଲା। ତା’ ପୂର୍ବରୁ କୌଣସି ବାତ୍ୟା ହୋଇ ନଥିଲା। ଏ ବର୍ଷ ମଧ୍ୟ ସେମିତି ହୋଇଛି। ସେଗୁଡ଼ିକ ମଧ୍ୟ ଆନ୍ଧ୍ର ପ୍ରଦେଶ ଓ ଓଡ଼ିଶାକୁ ପ୍ରଭାବିତ କରିଥିଲା। ଯଦି ଆମେ ବାୟୂମଣ୍ଡଳର ପ୍ରକ୍ରିୟା ଦେଖିବା ତା’ହେଲେ ଏ ବର୍ଷଟି ହେଉଛି ଏକ ଷ୍ଟ୍ରଙ୍ଗ୍ ଏଲିନୋ ବର୍ଷ। ୧୯୮୭ ମଧ୍ୟ ଷ୍ଟ୍ରଙ୍ଗ ଏଲିନୋ ବର୍ଷ ଥିଲା। ତେଣୁ ଗୋଟିଏ ସାମଞ୍ଜସ୍ୟ ଦେଖାଯାଉଛି ଯେ ଏଲିନୋ ପାଇଁ ବାତ୍ୟାର ଏହିଭଳି ଗତିବିଧି ଦେଖିବାକୁ ମିଳିଛି। ଆଉ ଗୋଟିଏ କଥା ହେଉଛି ଯେ ୧୯୮୭ରେ ମଧ୍ୟ ମୌସୁମୀ ଋତୁରେ ସ୍ୱାଭାବିକଠାରୁ କମ୍ ବର୍ଷା ହୋଇଥିଲା। ଆଉ ଚଳିତ ବର୍ଷ ମଧ୍ୟ ସ୍ୱାଭାବିକଠାରୁ କମ୍ ବର୍ଷା ହୋଇଛି। ୧୯୮୭ରେ ଆମର ପୂର୍ବାନୁମାନ ଓ ସତର୍କ ସୂଚନା ଏତେ ଦୃଢ଼ ନଥିଲା। କିନ୍ତୁ ବର୍ତ୍ତମାନ ମୌସୁମୀ ବର୍ଷା ହେଉ ଅବା ବାତ୍ୟା- ସବୁଗୁଡ଼ିକୁ ଖୁବ୍ ସଠିକ ଭାବେ ଆକଳନ କରାଯାଇପାରୁଛି।
📲Get App