🔥 TRENDING ସ୍କୁଲରୁ ୧୫ କ୍ୱିଣ୍ଟାଲ ଚାଉଳ, ଗ୍ୟାସ୍ ଟାଙ୍... ભાવનગર–સોમનાથ હાઈવે પર વધુ એક ગમખ્વાર... ਕਪਿਲ ਸ਼ਰਮਾ ਸ਼ੋਅ 'ਚ ਨਜ਼ਰ ਆਉਣਗੇ ਕੇਂਦਰੀ ਮ... ट्रक की टक्कर से बाइक सवार अधेड़ की मौ... ಮಾದಕ ವಸ್ತುಗಳ ವಿರುದ್ಧ ಜಾಗೃತಿಗಾಗಿ ರಾಯಚೂರ... କୂଅରୁ ମିଳିଲା ୮ ମାସର ଶିଶୁପୁତ୍ରର ମୃତଦେହ
20 Nov 2026•
ગુજરાતી मराठी ਪੰਜਾਬੀ বাংলা
Crime

ଆଖି ବୁଜିଲେ ଅର୍ଦ୍ଧଦଗ୍ଧ ଯୁବତୀ, ପୂର୍ବତନ ପ୍ରେମିକ ଗିରଫ

✍️ Reporter: Deepak Mahapatra 🗓 20 Nov 2026, 01:10 PM 👁 17
Share: 💬 WhatsApp 📘 Facebook 𝕏 Post
ଭୁବନେଶ୍ୱରର ଇନ୍‌ଫୋସିଟି ଥାନା ପଥରଗାଡ଼ିଆ ରୋଡ୍‌ରେ ମଙ୍ଗଳବାର ଆତ୍ମାହୁତି ଉଦ୍ୟମ କରିଥିବା ଯୁବତୀଙ୍କର ଆଜି ମୃତ୍ୟୁ ହୋଇଯାଇଛି। ଭୁବନେଶ୍ୱର ଏମ୍‌ସରେ ଚିକିତ୍ସାଧୀନ ଅବସ୍ଥାରେ ସେ ଆଖି ବୁଜିଛନ୍ତି। ତାଙ୍କ ଶରୀରର ପ୍ରାୟ ୯୦% ପୋଡ଼ି ଯାଇଥିଲା।

ଗୋଟିଏ ପଟେ ଯୁବତୀଙ୍କର ମୃତ୍ୟୁ ହୋଇଯାଇଥିବା ବେଳେ ଅନ୍ୟପକ୍ଷରେ ପୁଲିସ ତାଙ୍କ ପୂର୍ବତନ ପ୍ରେମିକଙ୍କୁ ଗିରଫ କରିଛି। ତାଙ୍କ ନାଁ ସୌମ୍ୟରଞ୍ଜନ ପ୍ରଧାନ। ଆତ୍ମହତ୍ୟା ପାଇଁ ଉସୁକାଇବା ଅଭିଯୋଗରେ ତାଙ୍କୁ ଗିରଫ କରିଛି ଇନଫୋସିଟି ଥାନା ପୁଲିସ। CCTV, ସାକ୍ଷୀଙ୍କ ବୟାନ ଓ ମୃତ୍ୟୁକାଳୀନ ଜମାନବନ୍ଦୀ ଆଧାରରେ ତାଙ୍କୁ ଗିରଫ କରାଯାଇଛି।

ଯୁବତୀଙ୍କୁ ପୋଡ଼ି ମାରିଦେବାକୁ ଉଦ୍ୟମ କରାଯାଇଥିଲା ବୋଲି ତାଙ୍କ ବାପା ଇନ୍‌ଫୋସିଟି ଥାନାରେ ଅଭିଯୋଗ କରିଥିଲେ। ଜଣେ ଏସିପିଙ୍କ ନେତୃତ୍ୱରେ ସ୍ୱତନ୍ତ୍ର ଟିମ୍‌ ଘଟଣାର ତଦନ୍ତ କରାଯାଉଛି।
ଯୁବତୀ ଜଣଙ୍କ ନୟାପଲ୍ଲୀ ଅଞ୍ଚଳରେ ଥିବା ଏକ ନର୍ସିଂ ସଂସ୍ଥାରେ କମ୍ପ୍ୟୁଟର ଅପରେଟର୍‌ ଥିଲେ। ଅନୁଗୋଳର ସୌମ୍ୟରଞ୍ଜନ ପ୍ରଧାନ ସହ ତାଙ୍କର ପ୍ରେମ ସମ୍ପର୍କ ଥିଲା। କିଛି ମାସ ତଳେ ସେମାନଙ୍କର ବ୍ରେକ୍‌ଅପ୍‌ ହୋଇଥିଲା। ଏହାକୁ ନେଇ ସେ ମାନସିକ ଚାପରେ ଥିଲେ। ମଙ୍ଗଳବାର ତାଙ୍କୁ ପଥରଗାଡ଼ିଆ ରୋଡ୍‌ରେ ଅର୍ଦ୍ଧଦଗ୍ଧ ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ପୁଲିସ ତାଙ୍କୁ ଉଦ୍ଧାର କରି କ୍ୟାପିଟାଲ ହସ୍‌ପିଟାଲକୁ ନେଇଥିଲା। ପରେ ସେଠାରୁ ତାଙ୍କୁ ଏମ୍ସ ସ୍ଥାନାନ୍ତର କରାଯାଇଥିଲା।
📲Get App