🔥 TRENDING कांग्रेस ने भीलवाड़ा के करेड़ा में जीत... रायबरेली: दबंगों द्वारा किसान की पुश्त... ସୁନା-ରୁପା ବଜାରରେ ବଡ଼ ହଲଚଲ୍; କିଲୋ ପିଛା... Tripura Minister Bikash Debbarma Meets... Tripura BJP MP Biplab Deb Dismisses CP... Himachal CM Claims Rs 4,000 Crore Boos...
20 Nov 2026•
ગુજરાતી मराठी ਪੰਜਾਬੀ বাংলা
Local

ସ୍କୁଲରୁ ୧୫ କ୍ୱିଣ୍ଟାଲ ଚାଉଳ, ଗ୍ୟାସ୍ ଟାଙ୍କି ଓ ୨ ପେଟି ଅଣ୍ଡା ଚୋରି

✍️ Reporter: Deepak Mahapatra 🗓 20 Nov 2026, 01:22 PM 👁 20
Share: 💬 WhatsApp 📘 Facebook 𝕏 Post
ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ୍ ଖୁରିଗାଁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରୁ ଗତକାଲି ରାତିରେ ୧୫ କ୍ୱିଣ୍ଟାଲ ଚାଉଳ, ଗୋଟିଏ ଗ୍ୟାସ୍ ଟାଙ୍କି ଓ ୨ ପେଟି ଅଣ୍ଡା ସମେତ ଅନ୍ୟାନ୍ୟ ସାମଗ୍ରୀ ଚୋରି ହୋଇଥିବା ଅଭିଯୋଗ ହୋଇଛି। ଚୋରି ହୋଇଥିବା ସାମଗ୍ରୀ ମଧ୍ୟାହ୍ନ ଭୋଜନ ପାଇଁ ଗଚ୍ଛିତ ରଖାଯାଇଥିଲା। ଏହି ଘଟଣାକୁ ବିଭିନ୍ନ ମହଲରେ ତୀବ୍ର ନିନ୍ଦା କରାଯାଇଛି।

କାଶୀପୁର ବ୍ଲକ୍ ସଦର ମହକୁମାଠାରୁ ମାତ୍ର ୪ କିଲୋମିଟର ଦୂରରେ ଥିବା ଏହି ବିଦ୍ୟାଳୟରୁ ଚୋରି ହୋଇଛି। ଘଟଣା ସମ୍ପର୍କରେ କାଶୀପୁର ବିଇଓ ସୁମିତ୍ ବିଶ୍ୱାସ କହିଛନ୍ତି ଯେ ଚୋରି ସାମଗ୍ରୀର ସଠିକ୍ ତଥ୍ୟ ମିଳିନାହିଁ। ଏଥିସହ ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ଥାନାରେ ଲିଖିତ ଏତଲା ଦେବାକୁ ନିର୍ଦ୍ଦେଶ ଦେଇଥିବା ସେ ସୂଚନା ଦେଇଛନ୍ତି।
📲Get App