🔥 TRENDING सांख्यिकी पदाधिकारी नियुक्ति पर बिरैचा... સાબરકાંઠા જિલ્લામાં પૂર્વ સૈનિકો અને ત... बरमान स्कूल में बवाल! प्रिंसिपल पर अभद... एटा के दीपक यादव बने मुलायम सिंह यूथ ब... Sargwada na Khedut ne dholka Cort ma l... मुकुट, शंख-चक्र अन् पद्मपीठम तिरुपतील...
26 Nov 2026•
ગુજરાતી मराठी ਪੰਜਾਬੀ বাংলা

ଡିସେମ୍ବର ୨୭ରୁ ଆରମ୍ଭ ହେବ ମାଲ୍ୟବନ୍ତ ମହୋତ୍ସବ-୨୦୨୬ ପାଞ୍ଚ ଦିନ ଧରି ଜମିବ ଲୋକକଳା ଓ ଜନଜାତି ସଂସ୍କୃତିର ଆସର, ପ୍ରସ୍ତୁତି ବୈଠକରେ ଚୂଡ଼ାନ୍ତ ହେଲା ରୂପରେଖ

✍️ Reporter: Sukumar Mandal 🗓 26 Nov 2026, 08:35 PM 👁 23
Share: 💬 WhatsApp 📘 Facebook 𝕏 Post
ମାଲକାନଗିରି, ୨୬/୧୧ : ଆସନ୍ତା ଡିସେମ୍ବର ୨୭ ତାରିଖରୁ ୩୧ ତାରିଖ ପର୍ଯ୍ୟନ୍ତ ପାଞ୍ଚ ଦିନ ବ୍ୟାପୀ ସ୍ଥାନୀୟ ଡିଏନକେ ଖେଳ ପଡ଼ିଆଠାରେ ଆୟୋଜିତ ହେବ ଜିଲ୍ଲାସ୍ତରୀୟ ମାଲ୍ୟବନ୍ତ ମହୋତ୍ସବ-୨୦୨୬। ଏହାକୁ ନେଇ ଆଜି ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଜିଲ୍ଲା ସଂସ୍କୃତି ପରିଷଦ ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଜିଲ୍ଲାପାଳ ତଥା ଜିଲ୍ଲା ସଂସ୍କୃତି ପରିଷଦର ଅଧ୍ୟକ୍ଷ ପ୍ରଥମେଶ ଅରବିନ୍ଦ ରାଜଶିର୍କେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା।

ବୈଠକରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସମାରୀ ତାଙ୍ଗୁଲୁ, ଉପାଧ୍ୟକ୍ଷ ପତିତ ପାବନ ବୈଦ୍ୟ, ଆରକ୍ଷୀ ଅଧୀକ୍ଷକ ବିନୋଦ ପାଟିଲ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଦାଶରଥି ସରାବୁ, ଅତିରିକ୍ତ ଜିଲ୍ଲାପାଳ ବେଦବର ପ୍ରଧାନ ଓ ଉପଜିଲ୍ଲାପାଳ ଦୁର୍ଯ୍ୟୋଧନ ଭୋଇ ପ୍ରମୁଖ ମଞ୍ଚାସୀନ ଥିଲେ।

ଜିଲ୍ଲାର ପାରମ୍ପରିକ ଲୋକକଳା, ଲୋକନୃତ୍ୟ, ଜନଜାତି ଭାଷା, ସଂସ୍କୃତି ଓ ପରମ୍ପରାର ସୁରକ୍ଷା ସହ ଏହାର ପ୍ରଚାରପ୍ରସାର ଉପରେ ଜିଲ୍ଲାପାଳ ଗୁରୁତ୍ୱାରୋପ କରିଥିଲେ। ମାଲ୍ୟବନ୍ତ ମହୋତ୍ସବ ଜିଲ୍ଲାର ସମୃଦ୍ଧ କଳା, ସଂସ୍କୃତି ଓ ଜନଜାତି ପରମ୍ପରାର ଏକ ଅନନ୍ୟ ପରିଚୟ। ସ୍ଥାନୀୟ କଳାକାରଙ୍କୁ ଉପଯୁକ୍ତ ମଞ୍ଚ ପ୍ରଦାନ କରିବା ସହ ଜିଲ୍ଲାର ଐତିହ୍ୟକୁ ରାଜ୍ୟ ଓ ଜାତୀୟସ୍ତରରେ ପହଞ୍ଚାଇବା ଏହି ମହୋତ୍ସବର ମୁଖ୍ୟ ଉଦ୍ଦେଶ୍ୟ ବୋଲି ସେ କହିଥିଲେ। ସମସ୍ତଙ୍କ ସହଯୋଗ ଓ ସାମୂହିକ ଭାଗିଦାରୀରେ ମହୋତ୍ସବକୁ ଆକର୍ଷଣୀୟ ଓ ଶାନ୍ତିଶୃଙ୍ଖଳାର ସହ ଆୟୋଜନ କରାଯିବ ବୋଲି ସେ ଆଶାବ୍ୟକ୍ତ କରିଥିଲେ।

ବୈଠକରେ ନିଷ୍ପତ୍ତି ଅନୁଯାୟୀ, ଡିସେମ୍ବର ୧୦ରୁ ୨୦ ତାରିଖ ମଧ୍ୟରେ ଜିଲ୍ଲାର ବିଭିନ୍ନ ବ୍ଲକରେ ବ୍ଲକସ୍ତରୀୟ ମାଲ୍ୟବନ୍ତ ମହୋତ୍ସବ ଆୟୋଜିତ ହେବ। ଚଳିତ ବର୍ଷ କାଲିମେଳା ବ୍ଲକର ପୋଲୁରୁଠାରୁ ପବିତ୍ର କଳସ ଜଳ ସଂଗ୍ରହ କରାଯାଇ ଜିଲ୍ଲା ସଦର ମହକୁମାସ୍ଥିତ ଭୈରବୀ ମନ୍ଦିରରେ ଏକତ୍ରିତ ହେବ। ସେଠାରୁ ଜଗନ୍ନାଥ ମନ୍ଦିର ଅଭିମୁଖେ ଏକ ଭବ୍ୟ ଶୋଭାଯାତ୍ରା ବାହାରିବ।

ଏହା ସହିତ ଚଳିତ ବର୍ଷ ନୌକା ଚାଳନା ପ୍ରତିଯୋଗିତା ଆୟୋଜନ କରାଯିବା ସହ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ କୃତିତ୍ୱ ହାସଲ କରିଥିବା ବ୍ୟକ୍ତିବିଶେଷଙ୍କୁ ସମ୍ମାନିତ କରାଯିବ। ପୂର୍ବବର୍ଷ ଭଳି ସଂସ୍କୃତି ଭବନଠାରେ ଦୁଇ ଦିନ ଧରି ଲୋକନୃତ୍ୟ ପ୍ରତିଯୋଗିତା, ମିନି ମାରାଥନ, ନୌକା ଚାଳନା ପ୍ରତିଯୋଗିତା ଓ ପଥ ଉତ୍ସବ ଆୟୋଜନ କରାଯିବ।

ବୈଠକରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ପ୍ରମିଳା ମାଝୀ ସ୍ୱାଗତ ଭାଷଣ ଓ ଧନ୍ୟବାଦ ଅର୍ପଣ କରିଥିଲେ। ଜିଲ୍ଲା ସଂସ୍କୃତି ଅଧିକାରୀ ସନ୍ତ୍ରାସ ନାରାୟଣ ପଣ୍ଡା, ଜିଲ୍ଲା ପରିଷଦର ଅର୍ଥ ପରିଚାଳକ ମାନସ ମିଶ୍ରଙ୍କ ସମେତ ସମସ୍ତ ବ୍ଲକ ଅଧ୍ୟକ୍ଷ, ଜିଲ୍ଲା ପରିଷଦ ସଦସ୍ୟ, ବିଡିଓ, ତହସିଲଦାର, ବିଭିନ୍ନ ବିଭାଗର ଅଧିକାରୀ, ଜିଲ୍ଲା ଆଦିବାସୀ ସମାଜ ମହାସଂଘ, ଜିଲ୍ଲା କଳା ସଂସ୍କୃତି ସଂଘର ସଦସ୍ୟ ଓ ବୁଦ୍ଧିଜୀବୀମାନେ ଉପସ୍ଥିତ ରହି ମହୋତ୍ସବର ସଫଳ ଆୟୋଜନ ନେଇ ଆଲୋଚନା କରିଥିଲେ।
📲Get App