🔥 TRENDING ದೇವದುರ್ಗದ: ಹೋಟೆಲ್‌ಗಳಲ್ಲಿ ಬೆಲೆ ಏರಿಕೆ, ಅ... China Announces New Space Mission Crew... नागभीडच्या रस्त्यावर हरणांचा मुक्त संच... BJP Slams Rahul Gandhi, Claims He Carr... Kanak News Odisha airs 8 AM weather bu... Fire engulfs salad shop in Jalandhar,...
24 Nov 2026•
ગુજરાતી मराठी ਪੰਜਾਬੀ বাংলা
Crime

ବେଡ୍‌ ରୁମ୍ ଲକ୍ କରିଦେଲେ; ଅନ୍ୟ ରୁମ୍‌ରୁ ସୁନା ଅଳଙ୍କାର ଲୁଟିଲେ, ଏସି ଲଗାଇ ଚା’ ପିଇଲେ

✍️ Reporter: Deepak Mahapatra 🗓 24 Nov 2026, 01:40 PM 👁 28
Share: 💬 WhatsApp 📘 Facebook 𝕏 Post
ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା କୁଲାଡ଼ ଗାଁର ଶିବ ପ୍ରସାଦ ସାହୁଙ୍କ ଘରେ କଳାକନା ବୁଲାଇଲେ ଚୋର। ୨୦ ଲକ୍ଷ ଟଙ୍କାର ସୁନା ଓ ରୁପା ଅଳଙ୍କାର ସହିତ ନଗଦ ୧୨ ହଜାର ଟଙ୍କା ନେଇଗଲେ ଚୋର। ଗତକାଲି ବିଳମ୍ବିତ ରାତିରେ ଏହି ଘଟଣା ଘଟିଥିବା ବେଳେ ପୁଲିସ ତନାଘନା କରୁଛି।


ଶିବ ପ୍ରସାଦ ସାହୁ କହିଛନ୍ତି, ଗତକାଲି ରାତି ସାଢ଼େ ୧୨ଟା ବେଳକୁ ଆମେ ସମସ୍ତେ ଶୋଇବାକୁ ଯାଇଥିଲୁ। ଭୋର ୪ଟା ବେଳେ ମୁଁ ଉଠିଲି। କିନ୍ତୁ ବେଡ୍ ରୁମ୍ କବାଟ ଖୋଲିଲାନି। ତେଣୁ ପୁଅକୁ ଫୋନ୍ କଲି। ପୁଅର ରୁମ୍‌ ମଧ୍ୟ ବନ୍ଦ ଥିଲା। ତେଣୁ କିଛି ଅଘଟଣ ଘଟିଥିବା ଆଶଙ୍କା କରି ପାଖ ପଡ଼ୋଶୀମାନଙ୍କୁ ଫୋନ୍ କରି ଜଣାଇଥିଲି। ସେମାନେ ଆସିବା ପରେ ଘରର ପଛପଟ ଦ୍ୱାର ଖୋଲା ଥିବା ଦେଖିବାକୁ ପାଇଥିଲେ।

ଚୋରମାନେ ପଛ ଦ୍ୱାର ଭାଙ୍ଗି ଘର ଭିତରେ ପଶିଥିଲେ। ସେମାନେ ବେଡ୍‌ ରୁମ୍ ଦୁଇଟିକୁ ଛାଡ଼ି ଆଉ ସବୁ ରୁମ୍‌ରେ ପଶି ଖୋଜାଖୋଜି କରି ୨୦ ଲକ୍ଷ ଟଙ୍କାର ସୁନା ଓ ରୁପା ଅଳଙ୍କାର ସହିତ ନଗଦ ୧୨ ହଜାର ଟଙ୍କା ନେଇଯାଇଛନ୍ତି। ସେମାନେ ଫ୍ରିଜ୍‌ରୁ କ୍ଷୀର ନେଇ ଚା’ କରି ପିଇଛନ୍ତି। ଏସି ଲଗାଇ ମଧ୍ୟ ବସିଛନ୍ତି ବୋଲି କହିଛନ୍ତି ଶିବ ପ୍ରସାଦ ସାହୁ।
ପୁଲିସ ସନ୍ଧାନୀ କୁକୁର ଓ ଫୋରେନ୍‌ସିକ୍ ଟିମ୍ ସହାୟତାରେ ଘଟଣାସ୍ଥଳ ଯାଞ୍ଚ କରିଛି। ପୁଲିସର ତଦନ୍ତ ଜାରି ରହିଥିବା ବେଳେ ଦୁର୍ବୃତ୍ତମାନଙ୍କ ସଂପର୍କରେ କିଛି ଜଣାପଡ଼ିନାହିଁ।

ଅନ୍ୟପକ୍ଷରେ ଗତକାଲି ରାତିରେ ବାଲେଶ୍ୱର ଜିଲ୍ଲା ଅନନ୍ତପୁର ଥାନା ଅଞ୍ଚଳରେ ଗତକାଲି ବିଳମ୍ବିତ ରାତିରେ ଏକ ଡକାୟତି ହୋଇଛି। ଘରେ ପଶି ଜଣେ ମହିଳା ଓ ତାଙ୍କ ବାପାଙ୍କୁ ମାଡ଼ ମାରି ପାଞ୍ଚ ଜଣ ମୁଖାପିନ୍ଧା ଦୁର୍ବୃତ୍ତ ଲକ୍ଷାଧିକ ଟଙ୍କାର ସୁନାଗହଣା ସହ ନଗଦ ୫୦ ହଜାର ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି।
📲Get App