🔥 TRENDING ଦଶମ ଶ୍ରେଣୀର ଛାତ୍ରଙ୍କୁ ଛୁରୀ ଭୁସିଲା ଅନ୍ୟ... BJP and Akali Dal Form Alliance to Con... BJP and Akali Dal to Announce Punjab A... Zubeen's Wife Declines State Aid Amid... Assam Remains Optimistic Despite COP31... Assam CM Himanta Biswa Sarma Calls for...
24 Nov 2026•
ગુજરાતી मराठी ਪੰਜਾਬੀ বাংলা
Religion

ଧାରଣାରେ ବସିଛନ୍ତି କୋଣାର୍କ ସୂର୍ଯ୍ୟ ମନ୍ଦିର ପାର୍ଶ୍ବ ନବଗ୍ରହ ମନ୍ଦିର ସେବାୟତ

✍️ Reporter: Deepak Mahapatra 🗓 24 Nov 2026, 02:39 PM 👁 20
Share: 💬 WhatsApp 📘 Facebook 𝕏 Post
କୋଣାର୍କ : ଆଜି ଠାରୁ ଶାନ୍ତିପୂର୍ଣ୍ଣ ଗଣଧାରଣା ଆରମ୍ଭ କରିଛନ୍ତି କୋଣାର୍କ ସୂର୍ଯ୍ୟ ମନ୍ଦିର ପାର୍ଶ୍ୱସ୍ଥ ପ୍ରାଚୀନ ନବଗ୍ରହ ମନ୍ଦିରର ସେବାୟତ।ମନ୍ଦିର ସମ୍ମୁଖରେ ବସି ଧାରଣା ଦେଇଥିବାରୁ ଶ୍ରଦ୍ଧାଳୁ ମାନେ ଆସି ନିରାଶ ହୋଇ ଫେରିଛନ୍ତି।

ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା (ASI) ଦ୍ୱାରା ସୂର୍ଯ୍ୟ ମନ୍ଦିରର ପ୍ରସ୍ଥାନ ଦ୍ୱାର ବନ୍ଦ କରାଯିବା ଏବଂ ବିଭିନ୍ନ ପାରମ୍ପରିକ ଅଧିକାର କ୍ଷୁଣ୍ଣ ହେଉଥିବା ପ୍ରତିବାଦରେ ସେବାୟତ ସଂଘ ଏହି ଆନ୍ଦୋଳନକୁ ଓହ୍ଲାଇଛି।

ଏଏସଆଇ ପକ୍ଷରୁ ନବଗ୍ରହ ମନ୍ଦିର ନିକଟରେ ଥିବା ସୂର୍ଯ୍ୟ ମନ୍ଦିରର ପ୍ରସ୍ଥାନ ଗେଟ୍‌କୁ ଦୀର୍ଘ ଦିନ ଧରି ବନ୍ଦ ରଖାଯାଇଛି, ଯାହା ଫଳରେ ପର୍ଯ୍ୟଟକ ଓ ଶ୍ରଦ୍ଧାଳୁମାନେ ନବଗ୍ରହ ମନ୍ଦିରକୁ ଯାଇ ଦର୍ଶନ କରିପାରୁନାହାନ୍ତି। ଶ୍ରଦ୍ଧାଳୁଙ୍କ ଆଗମନ କମିଯାଇଥିବାରୁ ନବଗ୍ରହ ମନ୍ଦିରର ପୂଜାପାଠ ଉପରେ ନିର୍ଭର କରୁଥିବା ସେବାୟତମାନଙ୍କ କୌଳିକ ବୃତ୍ତି ଓ ଜୀବିକା ଗୁରୁତର ଭାବେ ପ୍ରଭାବିତ ହୋଇଛି।

ଆହୁରି ମଧ୍ଯ ସେବାୟତମାନେ ଅଭିଯୋଗ କରିଛନ୍ତି ଯେ ମନ୍ଦିରର ମୁଖ୍ୟ ଗେଟ୍‌ ଓ ଯାତାୟାତ ପଥ ବନ୍ଦ କରାଯିବା ଯୋଗୁଁ ଶନିବାର, ସଂକ୍ରାନ୍ତି ତଥା ଅନ୍ୟାନ୍ୟ ପର୍ବପର୍ବାଣିରେ ହେଉଥିବା ପାରମ୍ପରିକ ପୂଜାନୀତି ଏବଂ ହୋମଯଜ୍ଞ କାର୍ଯ୍ୟରେ ବାଧା ସୃଷ୍ଟି ହେଉଛି।

ପ୍ରତ୍ନତତ୍ତ୍ୱ ବିଭାଗର ମନମୁଖୀ କାର୍ଯ୍ୟକଳାପ, ମନ୍ଦିର ପରିସରର ଅବ୍ୟବସ୍ଥା ଏବଂ ବାରମ୍ବାର ଦାବି ସତ୍ତ୍ୱେ କୌଣସି ସ୍ଥାୟୀ ସମାଧାନ ନହେବାରୁ ସେବାୟତମାନେ ଗଣଧାରଣା ଦେବାକୁ ବାଧ୍ୟ ହୋଇଛନ୍ତି।
📲Get App