🔥 TRENDING ଧର୍ମେନ୍ଦ୍ରଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ; ଗ... गंडक नदी के कटाव से सिसवा मंगलपुर गांव... स्कूल के छात्र को आने-जाने का रास्ता... ଝଲସିବ ସିଲଭର ସିଟି; ପ୍ରଥମଥର ଐତିହାସିକ ବାଲ... ଦଶମ ଶ୍ରେଣୀର ଛାତ୍ରଙ୍କୁ ଛୁରୀ ଭୁସିଲା ଅନ୍ୟ... BJP and Akali Dal Form Alliance to Con...
24 Nov 2026•
ગુજરાતી मराठी ਪੰਜਾਬੀ বাংলা
Education

ଦଶମ ଶ୍ରେଣୀର ଛାତ୍ରଙ୍କୁ ଛୁରୀ ଭୁସିଲା ଅନ୍ୟ ଜଣେ ଛାତ୍ର , ଖେଳ ଛୁଟିବେଳେ ଘଟିଲା ଅଘଟଣ

✍️ Reporter: Deepak Mahapatra 🗓 24 Nov 2026, 02:49 PM 👁 19
Share: 💬 WhatsApp 📘 Facebook 𝕏 Post
ବାଲେଶ୍ୱର : ସାମାନ୍ୟ ବଚସାକୁ କେନ୍ଦ୍ର କରି ସହପାଠୀକୁ ଛୁରାମାଡ। ବାଲେଶ୍ୱରଷ୍ଟେସନ୍ ଛକସ୍ଥିତ ପବ୍ଲିକ୍ ହାଇସ୍କୁଲରେ ଛାତ୍ରକୁ ଛୁରାମାଡ଼।

ଷ୍ଟେସନ୍ ଛକସ୍ଥିତ ପିଏମ୍ ଶ୍ରୀ ପବ୍ଲିକ୍ ସରକାରୀ ହାଇସ୍କୁଲ ପରିସରରେ ଜଣେ ଦଶମ ଶ୍ରେଣୀ ଛାତ୍ରଙ୍କୁ ତାଙ୍କର ଜଣେ ସହପାଠୀ ଛୁରାମାଡ଼ କରିଛନ୍ତି। ଆଜି ସୋମବାର ଖେଳ ଛୁଟି ସମୟରେ ସାମାନ୍ୟ ବଚସାରୁ ଏହି ଅଭାବନୀୟ ଘଟଣା ଘଟିଛି।

ସୂଚନା ଅନୁଯାୟୀ ଖେଳ ଛୁଟି ଚାଲିଥିବା ବେଳେ ଦୁଇ ଦଶମ ଶ୍ରେଣୀ ଛାତ୍ରଙ୍କ ମଧ୍ୟରେ କୌଣସି କାରଣରୁ ଯୁକ୍ତିତର୍କ ହୋଇଥିଲା। ବଚସା ଉଗ୍ରରୂପ ନେବାରୁ ଜଣେ ଛାତ୍ର ହଠାତ୍ ସାଙ୍ଗରେ ଆଣିଥିବା ଏକ ଛୁରୀରେ ଅନ୍ୟ ଜଣେ ଛାତ୍ରଙ୍କ ବେକରେ ଆକ୍ରମଣ କରିଥିଲେ।

ଶିକ୍ଷକମାନେ ଗୁରୁତର ଆହତ ଛାତ୍ରଙ୍କୁ ତୁରନ୍ତ ଉଦ୍ଧାର କରି ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଆହାତ ଛାତ୍ରର ବେକରେ ୫ଟି ଷ୍ଟିଚ୍ ପଡ଼ିଥିବା ବେଳେ ବର୍ତ୍ତମାନ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଥିବା ଜଣାପଡ଼ିଛି। ଘଟଣାକୁ ନେଇ ପୋଲିସ୍ ତଦନ୍ତ ଆରମ୍ଭ କରିଛି।
📲Get App