🔥 TRENDING ଦଶମ ଶ୍ରେଣୀର ଛାତ୍ରଙ୍କୁ ଛୁରୀ ଭୁସିଲା ଅନ୍ୟ... BJP and Akali Dal Form Alliance to Con... BJP and Akali Dal to Announce Punjab A... Zubeen's Wife Declines State Aid Amid... Assam Remains Optimistic Despite COP31... Assam CM Himanta Biswa Sarma Calls for...
24 Nov 2026•
ગુજરાતી मराठी ਪੰਜਾਬੀ বাংলা
Entertainment

ଆଜିଠାରୁ ଆରମ୍ଭ ହେବ ଐତିହାସିକ ବାଲିଯାତ୍ରା, ଉଦଘାଟନ କରିବେ ରାଷ୍ଟ୍ରପତି

✍️ Reporter: Deepak Mahapatra 🗓 24 Nov 2026, 02:42 PM 👁 22
Share: 💬 WhatsApp 📘 Facebook 𝕏 Post
କଟକ: କାର୍ତ୍ତିକ ପୂର୍ଣ୍ଣିମା ବା ଆଜିଠାରୁ ଆରମ୍ଭ ହେବାକୁ ଯାଉଛି ବିଶ୍ୱ ପ୍ରସିଦ୍ଧ ଐତିହାସିକ କଟକ ବାଲିଯାତ୍ରା । ନଭେମ୍ବର ୨୪ରୁ ଡିସେମ୍ବର ୧ ପର୍ଯ୍ୟନ୍ତ ଆଠ ଦିନ ଧରି ଚାଲିବ ଏହି ଐତିହ୍ୟ ଓ ପରମ୍ପରାର ମହାପର୍ବ। ବାଲିଯାତ୍ରାର ଇତିହାସରେ ଆଉ ଏକ ଅଧ୍ୟାୟ ଯୋଡ଼ି ହେବ । ଚଳିତବର୍ଷର ପ୍ରଥମଥର ପାଇଁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବାଲିଯାତ୍ରାର ଉଦଘାଟନ କରିବେ । ରାଜ୍ୟପାଳ ବ୍ରଜମୋହନ ରାମ ଓ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଯୋଗ ପ୍ରମୁଖ ଯୋଗ ଦେବେ ।

ରାଷ୍ଟ୍ରପତି ସିଲଭର ସିଟି ବୋଟ୍ କ୍ଲବ୍‌ରୁ ‘କଳିଙ୍ଗ ତରଙ୍ଗିଣୀ’ ନାମକ ସ୍ୱତନ୍ତ୍ର ବୋଟ୍‌ରେ ମହାନଦୀ ପାର ହୋଇ ଗଡ଼ଗଡ଼ିଆ ଘାଟରେ ପହଞ୍ଚିବେ। ସେଠାରେ ପାରମ୍ପରିକ ବୋଇତ ବନ୍ଦାଣ କାର୍ଯ୍ୟକ୍ରମରେ ସାମିଲ ହେବା ସହ ବାଲିଯାତ୍ରା ପଡ଼ିଆକୁ ଯିବାର କାର୍ଯ୍ୟକ୍ରମ ରହିଛି। ପରେ ରାଷ୍ଟ୍ରପତି ବାଲିଯାତ୍ରା ଏବଂ କଟକ ଇନ୍ କଟକ’ ପ୍ରଦର୍ଶନୀର ଶୁଭ ଉଦଘାଟନ କରିବେ । ରାଷ୍ଟ୍ରପତିଙ୍କ ଏହି ନୌଯାତ୍ରାକୁ ନେଇ ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା ହୋଇଛି। ତାଙ୍କ ବୋଟ୍ ସହ ସାତଟି ସୁରକ୍ଷା ଡଙ୍ଗା ମୁତୟନ ରହିବେ। ଭାରତୀୟ ନୌସେନା, ଅଗ୍ନିଶମ ବାହିନୀ ଓ ଓଡ୍ରାଫ୍ ଟିମ୍ ସୁରକ୍ଷା ଦାୟିତ୍ୱରେ ରହିବେ।

ଏଥର ପ୍ରାୟ ୬୦ ଏକର ଜମିରେ ଉଭୟ ଉପର ଓ ତଳ ବାଲିଯାତ୍ରା ପଡ଼ିଆରେ ବଜାର ଲାଗିବ । ପ୍ରାୟ ୧୮୦୦ରୁ ଅଧିକ ଷ୍ଟଲ୍‌ ଖୋଲିବାକୁ ଯୋଜନା ରହିଛି। ହସ୍ତଶିଳ୍ପ, ହସ୍ତତନ୍ତ, ଘରକରଣା ସାମଗ୍ରୀ, ଖାଦ୍ୟର ପସରା ସାଙ୍ଗକୁ ମନୋରଞ୍ଜନର ଭରପୂର ବ୍ୟବସ୍ଥା ଦର୍ଶକଙ୍କୁ ଆକର୍ଷିତ କରିବ।

ରାଷ୍ଟ୍ରପତିଙ୍କ ଗସ୍ତ ଓ ଲକ୍ଷାଧିକ ଦର୍ଶକଙ୍କ ସମାଗମକୁ ଦୃଷ୍ଟିରେ ରଖି କଟକରେ ସୁରକ୍ଷା ବ୍ୟବସ୍ଥାକୁ ଅତ୍ୟନ୍ତ କଡ଼ାକଡ଼ି କରାଯାଇଛି। ସମଗ୍ର ବାଲିଯାତ୍ରା ପଡ଼ିଆରେ ୬୨ ପ୍ଲାଟୁନ୍ ପୁଲିସ ଫୋର୍ସ ମୁତୟନ ହେବେ। ଭିଡ଼ ନିୟନ୍ତ୍ରଣ, ଟ୍ରାଫିକ୍ ପରିଚାଳନା, ପାର୍କିଂ ଓ ଆଇନଶୃଙ୍ଖଳା ଉପରେ ପୁଲିସର ସ୍ୱତନ୍ତ୍ର ନଜର ରହିବ।

ଏଥିସହ ବାଲିଯାତ୍ରା ପଡ଼ିଆର ପାଞ୍ଚ କିଲୋମିଟର ପରିଧିକୁ ନଭେମ୍ବର ୨୨ରୁ ଡିସେମ୍ବର ୩ ପର୍ଯ୍ୟନ୍ତ ଡ୍ରୋନ୍ ଉଡ଼ାଣ ନିଷିଦ୍ଧ ଅଞ୍ଚଳ ଘୋଷଣା କରାଯାଇଛି।

ଆଗ କାଳରେ ସାଧବପୁଅମାନେ ନିଜ ବୋଇତରେ ଜାଭା, ବାଲି, ସୁମାତ୍ରା,ବୋର୍ଣ୍ଣିଓ (ଏବେକାର ଇଣ୍ଡୋନେସିଆ) ଆଦି ସ୍ଥାନକୁ ବେପାର ବଣିଜ କରିବାକୁ ଯାଉଥିଲେ ଯାହାର ସ୍ମୃତିରେ ଉପକୂଳ ଅଞ୍ଚଳମାନଙ୍କରେ ବାଲିଯାତ୍ରାର ଆୟୋଜନ କରାଯାଇଥାଏ ।
📲Get App