🔥 TRENDING ದೇವದುರ್ಗದ: ಹೋಟೆಲ್‌ಗಳಲ್ಲಿ ಬೆಲೆ ಏರಿಕೆ, ಅ... China Announces New Space Mission Crew... नागभीडच्या रस्त्यावर हरणांचा मुक्त संच... BJP Slams Rahul Gandhi, Claims He Carr... Kanak News Odisha airs 8 AM weather bu... Fire engulfs salad shop in Jalandhar,...
24 Nov 2026•
ગુજરાતી मराठी ਪੰਜਾਬੀ বাংলা
Politics

ମୁହଁ ଖୋଲିଲେ ନବୀନ, କହିଲେ ଅଭିଯୋଗ ମିଛ, ଉପଯୁକ୍ତ ଜବାବ ଦିଆଯିବ: ଉପମୁଖ୍ୟମନ୍ତ୍ରୀଙ୍କ ବିଦେଶ ଗସ୍ତକୁ ନେଇ ବିଜେଡି-ବିଜେପି ମୁହାଁମୁହିଁ

✍️ Reporter: Deepak Mahapatra 🗓 24 Nov 2026, 01:41 PM 👁 29
Share: 💬 WhatsApp 📘 Facebook 𝕏 Post
ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଭିକେ ପାଣ୍ଡିଆନଙ୍କ ବିଦେଶ ଗସ୍ତ ଖର୍ଚ୍ଚର ଅନିୟମିତତା ଅଭିଯୋଗର ତଦନ୍ତ ନିର୍ଦ୍ଦେଶ ପରେ ରାଜ୍ୟ ରାଜନୀତିରେ ଝଡ଼ ସୃଷ୍ଟି ହୋଇଛି । ତଦନ୍ତ ନିର୍ଦ୍ଦେଶର ଦୁଇ ଦିନ ପରେ ସୋମବାର ନିରବତା ଭାଙ୍ଗି ବିଜେଡି ସୁପ୍ରିମୋ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ସମସ୍ତ ଅଭିଯୋଗକୁ ସିଧାସଳଖ ଖଣ୍ଡନ କରିବା ସହ 'ଉପଯୁକ୍ତ ଜବାବ ଦିଆଯିବ' ବୋଲି କଡ଼ା ଚେତାବନୀ ଦେଇଛନ୍ତି। ସେପଟେ ଆଜି ବିଧାନସଭାର ଶୂନ୍ୟକାଳରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ଇଣ୍ଡୋନେସିଆ ଗସ୍ତକୁ ନେଇ ଗୃହ ଭିତରେ ଓ ବାହାରେ ଶାସକ ବିଜେପି ଓ ବିରୋଧୀ ବିଜେଡି ମୁହାଁମୁହିଁ ହୋଇଛନ୍ତି।

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗତ ଦୁଇଦିନ ତଳେ ୨୦୨୨-୨୩ ଓ ୨୦୨୩-୨୪ ଆର୍ôଥକ ବର୍ଷରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ପୂର୍ବତନ ପ୍ରଶାସକ ଭିକେ ପାଣ୍ଡିଆନ ଓ ଆଇପିଏସ୍ ରବିକାନ୍ତଙ୍କ ବିଦେଶ ଗସ୍ତ ଖର୍ଚ୍ଚର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ସୂଚନା ଅଧିକାର ଆଇନ ବଳରେ ମିଳିଥିବା ତଥ୍ୟ ଆଧାରରେ କିଛି ସାମାଜିକ କର୍ମୀ ଇଟାଲୀ ଓ ଜାପାନ ଗସ୍ତର ଖର୍ଚ୍ଚ, ରେକର୍ଡ ଓ ସରକାରୀ ପ୍ରୋଟୋକଲରେ ଅସଙ୍ଗତି ଥିବା ଅଭିଯୋଗ ଆଣିବା ପରେ ସାଧାରଣ ପ୍ରଶାସନ ବିଭାଗର ପ୍ରମୁଖ ସଚିବ ସୁରେଶ କୁମାର ବଶିଷ୍ଠଙ୍କୁ ଏହାର ତଦନ୍ତ ଦାୟିତ୍ୱ ଦିଆଯାଇଛି।

ଏହି ପ୍ରସଙ୍ଗରେ ସୋମବାର ବିଧାନସଭାରେ ନବୀନ ପଟ୍ଟନାୟକ ଗଣମାଧ୍ୟମକୁ କହିଛନ୍ତି, ମୁଁ ଖୁବ ସୀମିତ ବିଦେଶ ଗସ୍ତ କରିଥିଲି ଓ ତାହା କେବଳ ଓଡ଼ିଶାର ସ୍ୱାର୍ଥ ଓ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ପାଇଁ ଥିଲା। ମୋର ଓ ମୋ ଅଫିସରଙ୍କ ଗସ୍ତକୁ ନେଇ କିଛି ମିଥ୍ୟା ଅଭିଯୋଗ ଅଣାଯାଇଥିବା ମୁଁ ଜାଣିବାକୁ ପାଇଛି। ଏହାର ଉପଯୁକ୍ତ ଜବାବ ଦିଆଯିବ।
ନବୀନଙ୍କ ଏହି ବୟାନ ଉପରେ ପାଲଟା ଆକ୍ରମଣ କରିଛି ବିଜେପି। ଆଇନ ସମସ୍ତଙ୍କ ପାଇଁ ସମାନ ଓ ଅଭିଯୋଗ ଆସିଲେ ତାର ତଦନ୍ତ କରି ସତ୍ୟାସତ୍ୟ ସାମ୍ନାକୁ ଆଣିବା ସରକାରଙ୍କ କର୍ତ୍ତବ୍ୟ। ତଦନ୍ତର ସାମ୍ନା କରିବା ପରିବର୍ତ୍ତେ ବିଜେଡି ସଭାପତି କାହିଁକି ଆଗୁଆ ବୟାନବାଜି କରୁଛନ୍ତି ବୋଲି ବିଜେପି ନେତାମାନେ ପ୍ରଶ୍ନ କରିଛନ୍ତି। ଅନ୍ୟପଟେ ବିଜେଡି ଏହି ତଦନ୍ତକୁ ରାଜନୈତିକ ଉଦ୍ଦେଶ୍ୟପ୍ରଣୋଦିତ ବୋଲି କହିବା ସହ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ବିଦେଶ ଗସ୍ତକୁ ନେଇ ସରକାରଙ୍କୁ ଘେରିଛି।

ବିଧାନସଭାର ଶୂନ୍ୟକାଳରେ ଏହି ପ୍ରସଙ୍ଗ ଉଠାଇ ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ସରକାରଙ୍କ ଉପରେ ବର୍ଷିଥିଲେ। ସେ କହିଥିଲେ ଯେ, 'ପୋଷଣ ଯୋଜନାରେ ୬ ମାସ ହେଲା ହିତାଧିକାରୀଙ୍କୁ ଅର୍ଥ ମିଳିନଥିବାରୁ ଓ ୧୩ଦଫା ଦାବି ନେଇ ଶହ ଶହ ଅଙ୍ଗନବାଡ଼ି କର୍ମୀ ରାଜରାସ୍ତାରେ ଧାରଣାରେ ବସିଛନ୍ତି। ରାଜ୍ୟରେ ଏଭଳି ସମସ୍ୟା ଓ ବିଧାନସଭା ଅଧିବେଶନ ଚାଲିଥିବାବେଳେ କେଉଁ ଜରୁରୀ ପରିସ୍ଥିତିରେ ବିଭାଗୀୟ ମନ୍ତ୍ରୀ ତଥା ଉପମୁଖ୍ୟମନ୍ତ୍ରୀ ବିଦେଶ ଗସ୍ତରେ ଗଲେ? ରାଜ୍ୟରେ ସମସ୍ୟା ଚାଲିଥିବା ବେଳେ ସରକାରଙ୍କ ମନ୍ତ୍ରୀ ବିଦେଶ ନ ବୁଲନ୍ତୁ ।'

ସେହିପରି ବିଜେଡି ବିଧାୟକ ଗଣେଶ୍ୱର ବେହେରା ସରକାରଙ୍କୁ 'ଉତ୍ସବମୁଖର ସରକାର' ବୋଲି କଟାକ୍ଷ କରି କହିଛନ୍ତି, \"ଉତ୍ସବ ବିଳାସରେ ବଂଚି ଆସୁଥିବା ସରକାର ଲୋକଙ୍କ ଦୁଃଖ ବୁଝିବେ କ’ଣ? ଗୃହ ଚାଲିଥିବାବେଳେ ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ କିମ୍ବା ମନ୍ତ୍ରୀଙ୍କ ଦେଖା ମିଳୁନାହିଁ । ରାଜ୍ୟ ବିପର୍ଯ୍ୟୟର ସାମ୍ନା କରୁଥିବାବେଳେ ଓ ଉପମୁଖ୍ୟମନ୍ତ୍ରୀଙ୍କ ବିଭାଗୀୟ କର୍ମୀ ହକ୍ ପାଇଁ ରାଜରାସ୍ତାରେ ବସିଥିବା ବେଳେ ସେ ଉତ୍ସବ ମନାଇବାକୁ ବିଦେଶ ଗସ୍ତରେ ଅଛନ୍ତି। ନିୟମ ଅନୁଯାୟୀ ବାଚସ୍ପତିଙ୍କ ଅନୁମତି ନେଇ ସେ ବିଦେଶ ଯାଇଛନ୍ତି କି ନାହିଁ ତାହା ସ୍ପଷ୍ଟ ହେବା ଦରକାର, ଆଉ ଯଦି ଅନୁମତି ଦିଆଯାଇଛି ତେବେ ତାହା ଆଦୌ ଉଚିତ୍ ନୁହେଁ।'

ବିଜେଡିର ଏହି ଆକ୍ରମଣକୁ ଶୂନ୍ୟକାଳରେ କଡ଼ା କାଉଣ୍ଟର କରିଛନ୍ତି ବିଜେପି ବିଧାୟକ ସନ୍ତୋଷ ଖଟୁଆ। ସେ ପୂର୍ବତନ ମୁଖ୍ୟମନ୍ତ୍ରୀ ଓ 'ଛାୟା ମୁଖ୍ୟମନ୍ତ୍ରୀ'ଙ୍କ ରୋମ ଗସ୍ତ କଥା ଉଠାଇ ତୀବ୍ର ସମାଲୋଚନା କରିଛନ୍ତି। ସେ କହିଛନ୍ତି, 'ବିଜେଡି ସରକାର ସମୟରେ ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀମାନେ ବିଧାନସଭାରେ କେତେ ସମୟ ଉପସ୍ଥିତ ରହୁଥିଲେ ତାହା ସମସ୍ତେ ଜାଣନ୍ତି। ସେତେବେଳର ମୁଖ୍ୟମନ୍ତ୍ରୀ କାହାକୁ ପଚାରି ବିଦେଶ ଗସ୍ତରେ ଯାଉଥିଲେ? ବିରୋଧୀ ଦଳ ତିନି ଦିନ ଧରି ବିଧାନସଭା ଚଳାଇ ଦେଇନଥିବାବେଳେ ଏବେ ସେମାନଙ୍କର ବୁଦ୍ଧି ଉଦୟ ହୋଇଛି ବୋଲି ସେ କହିଛନ୍ତି।

ଉଲ୍ଲେଖଯୋଗ୍ୟ ଯେ, ୨୦୧୨ରେ ପ୍ରଥମ ଥର ବ୍ରିଟେନ ଗସ୍ତ କରିଥିବା ନବୀନ ୨୦୨୨ ଜୁନରେ ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମ ଓ ପୋପ୍ ଫ୍ରାନ୍ସିସଙ୍କୁ ଭେଟିବା ପାଇଁ ଇଟାଲୀ ଓ ନିବେଶକ ସମ୍ମିଳନୀ ପାଇଁ ଦୁବାଇ ଯାଇଥିଲେ। ସେହିପରି ୨୦୨୩ ଏପ୍ରିଲରେ ପୁଞ୍ଜିନିବେଶ ଆକୃଷ୍ଟ କରିବା ପାଇଁ ସେ ଜାପାନ ଓ ସିଙ୍ଗାପୁର ଗସ୍ତ କରିଥିଲେ।
📲Get App