🔥 TRENDING কলকাতা মেডিকেল কলেজে নকশাল পন্থি ছাত্র... कांग्रेस ने पंचायत राज चुनाव में 129 स... सरिस्का के जंगलों में वन्यजीव सुरक्षा... રાજુલાના છતડીયા ગામમાં 70 વર્ષીય વલકુભ... Assam CM extends greetings on Tai Kham... Glass of Stationary Train Shattered at...
21 Nov 2026•
ગુજરાતી मराठी ਪੰਜਾਬੀ বাংলা
Religion

ଲକ୍ଷ୍ମୀନାରାୟଣ ବେଶରେ ଦର୍ଶନ ଦେଲେ ମହାପ୍ରଭୁ

✍️ Reporter: Deepak Mahapatra 🗓 21 Nov 2026, 04:01 PM 👁 19
Share: 💬 WhatsApp 📘 Facebook 𝕏 Post
ଭୁବନେଶ୍ୱର ,ପଞ୍ଚୁକର ପ୍ରଥମ ଦିନରେ ଶ୍ରୀଜିଉମାନଙ୍କର ଲକ୍ଷ୍ମୀନାରାୟଣ ବେଶ ଅନୁଷ୍ଠିତ ହୋଇଥାଏ। ଅବକାଶ ନୀତି ପରେ ମହାପ୍ରଭୁଙ୍କୁ ସୁନା ଓ ବିଭିନ୍ନ ପାରମ୍ପରିକ ଅଳଙ୍କାରରେ, ସଜ୍ଜିତ କରାଯାଏ। ଏହି ବେଶରେ ଶ୍ରୀଜିଉମାନେ ସୁବର୍ଣ୍ଣ ଅଳଙ୍କାରରେ, ବିଭୂଷିତ ହୋଇଥାନ୍ତି। ମସ୍ତକରେ ସୁବର୍ଣ୍ଣ କିରୀଟ ବା ଠିଆକିଆ ଲାଗି ହେଉଥିବାରୁ, ଏହି ବେଶର ନାମ ଠିଆକିଆ ବେଶ ହୋଇଛି। ମହାପ୍ରଭୁଙ୍କ ଏହି ମନୋରମ ବେଶ ଦର୍ଶନ କରିବାକୁ ଭକ୍ତମାନେ, ବର୍ଷସାରା ଅପେକ୍ଷା କରିଥାନ୍ତି।ଚଳିତ ବର୍ଷ ତିଥି କ୍ଷୟ ଯୋଗୁଁ ପାରମ୍ପରିକ ପାଞ୍ଚ ଦିନ ପରିବର୍ତ୍ତେ, ଚାରି ଦିନ ପାଳନ ହେଉଛି ପଞ୍ଚୁକ। ଏହି ସମୟରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ, ବିଭିନ୍ନ ଦୁର୍ଲଭ ବେଶ ଅନୁଷ୍ଠିତ ହେବ। ଏହି ପବିତ୍ର ଅବସରରେ ପୁରୀକୁ ଭକ୍ତଙ୍କ ଆଗମନ ବୃଦ୍ଧି ପାଇଥାଏ। ମହାପ୍ରଭୁଙ୍କ ଦର୍ଶନ ସହ ପଞ୍ଚୁକ ବ୍ରତ ପାଳନ କରି ଭକ୍ତମାନେ ଆଧ୍ୟାତ୍ମିକ ପୁଣ୍ୟ ଲାଭର, କାମନା କରିଥାନ୍ତି।ପଞ୍ଚୁକ ଅବସରରେ ଶ୍ରୀମନ୍ଦିରରେ ଭକ୍ତଙ୍କ ପ୍ରବଳ ଭିଡ଼କୁ ଆଖିଆଗରେ ରଖି ପ୍ରଶାସନ ପକ୍ଷରୁ ,ସ୍ୱତନ୍ତ୍ର ଦର୍ଶନ ବ୍ୟବସ୍ଥା କରାଯାଇଛି। ଭକ୍ତମାନେ ସିଂହଦ୍ୱାର ଦେଇ ମନ୍ଦିରକୁ ପ୍ରବେଶ କରୁଥିବା ବେଳେ ଅନ୍ୟ ତିନି ଦ୍ୱାର ଦେଇ ପ୍ରସ୍ଥାନ କରୁଛନ୍ତି। ବାହାରକାଠ ନିକଟରୁ ଭକ୍ତମାନେ ମହାପ୍ରଭୁଙ୍କ ଦିବ୍ୟ ବେଶ ,ଦର୍ଶନ କରୁଛନ୍ତି। ଶୃଙ୍ଖଳିତ ଦର୍ଶନ ପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ଆବଶ୍ୟକ ବ୍ୟବସ୍ଥା କରାଯାଇଛି।ପଞ୍ଚୁକର ପ୍ରଥମ ଦିନରେ ଶ୍ରୀଜିଉମାନଙ୍କର ଲକ୍ଷ୍ମୀନାରାୟଣ ବେଶ ଅନୁଷ୍ଠିତ ହୋଇଥାଏ। ଅବକାଶ ନୀତି ପରେ ମହାପ୍ରଭୁଙ୍କୁ ସୁନା ଓ ବିଭିନ୍ନ ପାରମ୍ପରିକ ଅଳଙ୍କାରରେ ସଜ୍ଜିତ କରାଯାଏ।
📲Get App