🔥 TRENDING ਅਮਿਤ ਬਾਵਾ ਸੈਣੀ ਬਣੇ ਆਲ ਇੰਡੀਆ ਕਾਂਗਰਸ ਦੇ... ଗ୍ୟାସ୍ ଲିକ୍‌ରୁ ହୋଟେଲରେ ଅଗ୍ନିକାଣ୍ଡ, ମାଲ... महापौर ज्योती गाडे यांनी बिबट्याच्या ज... અમરેલી કુંકાવાવ રોડ પર ટેન્કરે બાઈકને... मुख्यमंत्री सामूहिक विवाह समारोह में प... योगापट्टी में पल्स पोलियो अभियान की तै...
21 Nov 2026•
ગુજરાતી मराठी ਪੰਜਾਬੀ বাংলা
Religion

ପଞ୍ଚୁକରେ ଚଳଚଞ୍ଚଳ ଶ୍ରୀକ୍ଷେତ୍ର, ୩୦ ପ୍ଲାଟୁନ୍ ପୋଲିସ ମୁତୟନ

✍️ Reporter: Deepak Mahapatra 🗓 21 Nov 2026, 04:04 PM 👁 14
Share: 💬 WhatsApp 📘 Facebook 𝕏 Post
୪ ଦିନ ନା ୫ ଦିନ ଏହି ଦ୍ବନ୍ଦ୍ବରେ ପଂଚୁକ ପାଳନ କରୁଛନ୍ତି ଓଡ଼ିଶାବାସୀ । ଗତକାଲିଠୁ କିଛି ଲୋକ ପଞ୍ଚୁକ ପାଳନ କରୁଥିବା ବେଳେ ଆଉ କିଛି ଆଜିଠୁ ପାଳନ କରୁଛନ୍ତି । ଖାସ କରି ଆଜି ଶ୍ରୀମନ୍ଦିରରେ ଆଜିଠାରୁ ଆରମ୍ଭ ହୋଇଛି ପବିତ୍ର ପଞ୍ଚୁକ ବ୍ରତ। ଧର୍ମ ମାସ କାର୍ତ୍ତିକ ପଞ୍ଚୁକ ବ୍ରତର ପ୍ରଥମ ଦିନ। ଏ ନେଇ ମହାପ୍ରଭୁଙ୍କ ସ୍ୱତନ୍ତ୍ର ବେଶ ଦର୍ଶନ କରିବାକୁ ଶ୍ରଦ୍ଧାଳୁ ଏବଂ ହବିଷ୍ୟାଳିମାନଙ୍କ ପ୍ରବଳ ଭିଡ ଲାଗିଛି। ଶୃଙ୍ଖଳିତ ଦର୍ଶନ ପାଇଁ ପୁରୀ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି।

ଶ୍ରୀମନ୍ଦିର ଭିତର ବେଢ଼ା ଓ ବାହାର ବେଢ଼ା ସହ ବାହାରେ ଭିଡ ନିୟନ୍ତ୍ରଣ ଓ ଟ୍ରାଫିକ ସୁପରିଚାଳନା ପାଇଁ ସମୁଦାୟ ୩୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି। କାର୍ତ୍ତିକ ପୂର୍ଣ୍ଣିମା ଦିନ ହବିଷ୍ୟାଳି ଡଙ୍ଗା ଭସାଇବାକୁ ଥିବାରୁ ସେଠାରେ ମଧ୍ୟ ଲାଇଫଗାର୍ଡ,ଅଗ୍ନିଶମ ବିଭାଗ ଅଧିକାରୀଙ୍କ ସମେତ ପୋଲିସ ଫୋର୍ସ ମୁତୟନ କରାଯିବ। ଭୁବନେଶ୍ୱର, କୋଣାର୍କ ଓ ବ୍ରହ୍ମଗିରି ପଟୁ ଆସୁଥିବା ଚାରିଚକିଆ ଯାନକୁ ନିର୍ଦ୍ଧିଷ୍ଟ ପାର୍କିଂରେ ରଖାଯିବ। ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ଉପରେ ପୋଲିସ ପ୍ରଶାସନ ଗୁରୁତ୍ୱ ଦେଇଥିବା ବେଳେ ସିସିଟିଭି ବଳୟ ମଧ୍ୟରେ ଶ୍ରୀକ୍ଷେତ୍ର ରହିଛି।

ମାର୍କେଟ ଛକଠାରୁ ଶ୍ରଦ୍ଧାଳୁମାନେ ୮ ଥାକିଆ ବ୍ୟାରିକେଡ୍ ମାଧ୍ୟମରେ ଶ୍ରୀମନ୍ଦିର ସିଂହଦ୍ବାର ଦେଇ ପ୍ରବେଶ କରି ଅନ୍ୟ ତିନି ଦ୍ୱାରରେ ପ୍ରସ୍ଥାନ କରିବେ। ଏହାଛଡା ବେଳାଭୂମିରେ ଭକ୍ତଙ୍କ ସୁରକ୍ଷିତ ସ୍ନାନ ଓ ସୁରକ୍ଷା ଉପରେ ମଧ୍ୟ ଗୁରୁତ୍ବ ଦିଆଯାଇଛି ବୋଲି ଏସପି ପ୍ରତୀକ ସିଂ ସୂଚନା ଦେଇଛନ୍ତି ।
📲Get App