🔥 ट्रेंडिंग ફોનમાં 5 રૂપિયાની નોટ માટે 25 લાખનું વ... କୋଟିଆରେ ଆନ୍ଧ୍ର ନିର୍ବାଚନ ଡିସେମ୍ବର ୨କୁ ଘ... गर्भपात नहीं, अपूर्ण गर्भपात का इलाज क... ୨୨ ନଭେମ୍ବରରେ ନବକୃଷ୍ଣ ଚୌଧୁରୀଙ୍କ ୧୨୫ତମ ର... ପଞ୍ଚୁକରେ ଚଳଚଞ୍ଚଳ ଶ୍ରୀକ୍ଷେତ୍ର, ୩୦ ପ୍ଲାଟ... 35 साल पुरानी मंदिर धरोहर के पुनर्निर्...
21 नव. 2026•
ગુજરાતી मराठी ਪੰਜਾਬੀ বাংলা
मनोरंजन

ବରଗଡ଼ ଧନୁଯାତ୍ରା ପାଇଁ ୨୭ ତାରିଖରେ ହେବ କଂସ ଚୟନ ପ୍ରକ୍ରିୟା

✍️ रिपोर्टर: Deepak Mahapatra 🗓 21 नव. 2026, 03:42 PM 👁 22
शेयर करें: 💬 WhatsApp 📘 Facebook 𝕏 Post
ବରଗଡ଼ : ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ପାଇଁ ଆସନ୍ତା ନଭେମ୍ବର ୨୭ ତାରିଖ ସକାଳ ୧୦ଟା ସମୟରେ ବରଗଡ଼ ଟାଉନ୍ ହଲ୍‌ଠାରେ ମହାରାଜ କଂସ ଚରିତ୍ରର ଚୟନ ପ୍ରକ୍ରିୟା ଅନୁଷ୍ଠିତ ହେବ।

ସୂଚନା ରହିଛି କି ନଭେମ୍ବର ୧ରୁ ୧୫ ତାରିଖ ମଧ୍ୟରେ ହୋଇଥିବା ଆବେଦନ ପ୍ରକ୍ରିୟାରେ ମୋଟ ୨୩ ଜଣ ଆଶାୟୀ କଳାକାର କଂସ ଭୂମିକା ପାଇଁ ଆବେଦନ କରିଛନ୍ତି। ଆଗାମୀ ଦୁଇ ବର୍ଷ ପାଇଁ ଜଣେ ନୂତନ କଂସ କଳାକାରଙ୍କୁ ଚୟନ କରାଯିବ। ପୂର୍ବରୁ ଥିବା ୬୦ ବର୍ଷ ବୟସ ସୀମା କଟକଣାକୁ କମିଟି ପକ୍ଷରୁ ହଟାଇ ଦିଆଯାଇଛି।

ଆସନ୍ତା ୨୦୨୭ ମସିହା ଜାନୁଆରୀ ୧୨ ତାରିଖରୁ ୭୯ତମ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆରମ୍ଭ ହୋଇ ଜାନୁଆରୀ ୨୨ ତାରିଖ ପର୍ଯ୍ୟନ୍ତ ଦୀର୍ଘ ୧୧ ଦିନ ଧରି ଚାଲିବ।
📲Get App