🔥 TRENDING ପଞ୍ଚୁକରେ ଜନସମୁଦ୍ର ଶ୍ରୀକ୍ଷେତ୍ର; ଲକ୍ଷ୍ମୀ... Kerala Seeks New Export Avenues Throug... ଖସିବ ପାରଦ, ଥରିବ ଓଡ଼ିଶା; କାର୍ତ୍ତିକ ପୂର୍... Muvattupuzha Streets Darken Days After... KSRTC Launches Daily Swift Bus from Ni... India Lead New Zealand by 118 Runs Aft...
21 Nov 2026•
ગુજરાતી मराठी ਪੰਜਾਬੀ বাংলা
Politics

ଢେଙ୍କାନାଳ ପୌରପରିଷଦର ଜଣେ କାଉନସିଲର ନିଖୋଜ, ଅପହରଣ ଚର୍ଚ୍ଚା

✍️ Reporter: Deepak Mahapatra 🗓 21 Nov 2026, 03:22 PM 👁 27
Share: 💬 WhatsApp 📘 Facebook 𝕏 Post
ଢେଙ୍କାନାଳ ପୌରପରିଷଦର ୩ ନମ୍ବର ୱାର୍ଡର କାଉନସିଲର ଅଭିମନ୍ୟୁ ପଣ୍ଡା ଗତକାଲିଠାରୁ ନିଖୋଜ ଥିବା ନେଇ ତାଙ୍କ ପରିବାର ପକ୍ଷରୁ ଟାଉନ ଥାନାରେ ଲିଖିତ ଅଭିଯୋଗ କରାଯାଇଛି।
ଅଭିମନ୍ୟୁ ଗତକାଲି ବ୍ୟାଙ୍କ କାମ ଥିବା କହି ଦିନ ପ୍ରାୟ ୧୨ଟା ବେଳେ ବସଷ୍ଟାଣ୍ଡ ନିକଟସ୍ଥ ଭଡ଼ା ଘରୁ ବାହାରି ଯାଇଥିଲେ। ପରେ ତାଙ୍କ ଫୋନ୍ ଆଉ ଲାଗିନଥିଲା। ପରିବାର ଲୋକେ ବହୁ ଖୋଜାଖୋଜି କରିବା ପରେ ତାଙ୍କର କୌଣସି ସନ୍ଧାନ ନପାଇବାରୁ ଆଜି ସକାଳେ ଢେଙ୍କାନାଳ ଟାଉନ ଥାନାରେ ଲିଖିତ ଭାବରେ ଜଣାଇଛନ୍ତି।
ସେ ନିଖୋଜ ଅଛନ୍ତି ଅବା ତାଙ୍କୁ କେହି ଅପହରଣ କରିଛି ତା'କୁ ନେଇ ଅନେକ କଳ୍ପନା ଜଳ୍ପନା ଓ ଚର୍ଚ୍ଚା ଜୋର୍ ଧରିଛି । କିଛି ଦିନ ତଳେ ଅଭିମନ୍ୟୁ ବିଜେଡି ଛାଡି ବିଜେପିରେ ଯୋଗ ଦେଇଥିଲେ। ଅଭିମନ୍ୟୁଙ୍କୁ ଉଦ୍ଧାର କରିବା ପାଇଁ ପୋଲିସ୍ ପକ୍ଷରୁ ଖୋଜା ଖୋଜି ଜାରି ରହିଥିବା ଢେଙ୍କାନାଳ ଏସ୍‌ପି କହିଛନ୍ତି।
📲Get App