🔥 TRENDING जनार्दन ने पूर्णिया में जनता दर्शन के... फिरोजाबाद में नाबालिग से दुष्कर्म के आ... Telangana Medical Council Seizes Four... ବାତ୍ୟା ‘ଅକ୍ୱାନ୍' ପରେ ଓଡ଼ିଶାକୁ ବନ୍ୟା ଭୟ... Rahul Gandhi Accused of Contradicting... Hyderabad Food Authority Suspends Lice...
21 Nov 2026•
ગુજરાતી मराठी ਪੰਜਾਬੀ বাংলা
Weather

ଖସିବ ପାରଦ, ଥରିବ ଓଡ଼ିଶା; କାର୍ତ୍ତିକ ପୂର୍ଣ୍ଣିମା ବେଳକୁ ଅସମ୍ଭାଳ ଜାଡ଼, ୭ ଦିନ ପାଇଁ ସବୁ ଜିଲ୍ଲାକୁ ନୋ ୱାର୍ଣ୍ଣିଂ

✍️ Reporter: Deepak Mahapatra 🗓 21 Nov 2026, 03:37 PM 👁 17
Share: 💬 WhatsApp 📘 Facebook 𝕏 Post
ଭୁବନେଶ୍ୱର: ବାତ୍ୟାର ଭୟ ଟଳିବା ପରେ ଏବେ ଓଡ଼ିଶାକୁ ଘାରିଲା ଶୀତର ଚିନ୍ତା। ଆସନ୍ତାକାଲିଠାରୁ ରାଜ୍ୟରେ ବଢ଼ିବ ଶୀତର ପ୍ରକୋପ। ଖସିବ ରାତିର ତାପମାତ୍ରା, ଥରିବ ସାରା ଓଡ଼ିଶା। କାର୍ତ୍ତିକ ପୂର୍ଣ୍ଣିମା ବେଳକୁ ଶୀତ ଅସମ୍ଭାଳ ହେବାର ସମ୍ଭାବନା ରହିଛି। ଆକାଶ ମେଘମୁକ୍ତ ରହିବା ସହ ରାଜ୍ୟରେ ଶୀତର ଅନୁଭୂତି ବଢ଼ିବ।

୨୨ ତାରିଖରୁ ୨ରୁ ୪ ଡିଗ୍ରୀ ଖସିବ ପାରଦ

ପାଣିପାଗ ଆକଳନ ଅନୁସାରେ, ନଭେମ୍ବର ୨୨ ତାରିଖରୁ ରାଜ୍ୟର ବିଭିନ୍ନ ସ୍ଥାନରେ ରାତିର ତାପମାତ୍ରା ୨ରୁ ୪ ଡିଗ୍ରୀ ସେଲସିୟସ୍ ଯାଏଁ ହ୍ରାସ ପାଇପାରେ। ଫଳରେ ରାତି ସହ ସକାଳ ସମୟରେ ଶୀତର ପ୍ରକୋପ ଅଧିକ ଅନୁଭୂତ ହେବ। ବିଶେଷକରି କାର୍ତ୍ତିକ ପୂର୍ଣ୍ଣିମା ବେଳକୁ ଜାଡ଼ ବଢ଼ିବା ଆଶଙ୍କା ରହିଛି।

ବାତ୍ୟା ପରେ ବଡ଼ ଆଶ୍ୱସ୍ତି, ୭ ଦିନ ପାଇଁ ନୋ ୱାର୍ଣ୍ଣିଂ

ଅନ୍ୟପଟେ ବାତ୍ୟା ପରେ ଓଡ଼ିଶାବାସୀଙ୍କ ପାଇଁ ଆସିଛି ଆଶ୍ୱସ୍ତିକର ଖବର। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ, ନଭେମ୍ବର ୨୭ ତାରିଖ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ୩୦ଟି ଜିଲ୍ଲା ପାଇଁ କୌଣସି ପାଣିପାଗ ଚେତାବନୀ ଜାରି ହୋଇନାହିଁ। ସମସ୍ତ ଜିଲ୍ଲାକୁ ଗ୍ରୀନ୍ ଜୋନ୍‌ରେ ରଖାଯାଇଛି।

ନା ହଳଦିଆ, ନା କମଳା, ନା ଲାଲ୍ ଚେତାବନୀ

ଆଗାମୀ ୭ ଦିନ ପାଇଁ ଓଡ଼ିଶାର କୌଣସି ଜିଲ୍ଲାରେ ହଳଦିଆ, କମଳା କିମ୍ବା ଲାଲ୍ ଚେତାବନୀ ନାହିଁ। ନଭେମ୍ବର ୨୦ ତାରିଖରେ ବାତ୍ୟା ଗୋପାଳପୁର ନିକଟରେ ସ୍ଥଳଭାଗ ଅତିକ୍ରମ କରିଥିଲା। ଏବେ ବାତ୍ୟା ପ୍ରଣାଳୀ ଦୁର୍ବଳ ହେବା ପରେ ପାଣିପାଗ ସ୍ଥିତିରେ ସୁଧାର ଆସିଛି।

ତେବେ ନୋ ୱାର୍ଣ୍ଣିଂର ଅର୍ଥ ସମ୍ପୂର୍ଣ୍ଣ ବର୍ଷାମୁକ୍ତ ପାଗ ନୁହେଁ। ସ୍ଥାନୀୟ ଅଞ୍ଚଳରେ ପାଗର ପରିବର୍ତ୍ତନ ହୋଇପାରେ। ତେଣୁ ପାଣିପାଗ ବିଭାଗର ନିୟମିତ ସୂଚନା ଉପରେ ନଜର ରଖିବାକୁ ପରାମର୍ଶ।
📲Get App