🔥 TRENDING ବାତ୍ୟା ‘ଅକଭାନ’ ମୁକାବିଲା: ଖୋର୍ଦ୍ଧା ଜିଲ୍... ଅକୱାନ' ପାଇଁ ସୁଦୃଢ଼ କରାଗଲା ଟେଲିକମ୍ ନେଟୱ... ବାତ୍ୟା ମୁକାବିଲା ପାଇଁ ଗଞ୍ଜାମ ପ୍ରଶାସନର ବ... बावत्रा के पदरु पायु स्कूल में शिक्षक... जालौर में पंचायती राज चुनाव के परिणाम... ଆଜି ସ୍ଥଳଭାଗ ଛୁଇଁବ ବାତ୍ୟା ‘ଅକଭାନ’; ଆଶ୍ର...
20 Nov 2026•
ગુજરાતી मराठी ਪੰਜਾਬੀ বাংলা
Weather

ବାତ୍ୟା ପାଇଁ ୩ ଲକ୍ଷ ୭୨ ହଜାର ଲୋକଙ୍କୁ ସ୍ଥାନାନ୍ତର, ଜନ୍ମ ହେଲେ ୧୪୫୦ ଶିଶୁ

✍️ Reporter: Deepak Mahapatra 🗓 20 Nov 2026, 02:17 PM 👁 21
Share: 💬 WhatsApp 📘 Facebook 𝕏 Post
ଭୁବନେଶ୍ୱର: ଶୁକ୍ରବାର ସକାଳେ ବାତ୍ୟା ‘ଅକ୍ୱାନ’ ଗୋପାଳପୁରଠାରେ ସ୍ଥଳଭାଗ ଛୁଇଁଚି । ପ୍ରାୟ ଦୁଇ ଘଣ୍ଟା ଧରି ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଜାରି ରହିଥିଲା । ଏହା କ୍ରମଶଃ ଦୁର୍ବଳ ହୋଇ ଗଭୀର ଅବପାତରେ ପରିଣତ ହେବ । ବାତ୍ୟା ସମୟରେ କୌଣସି ସ୍ଥାନରେ କାହାର ପ୍ରାଣ ହାନି ହୋଇନଥିବା ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ସୂଚନା ଦେଇଛନ୍ତି ।

ମୁଖ୍ୟ ଶାସନ ସଚିବଙ୍କ ସୂଚନା ଆଧାରରେ, ବାତ୍ୟା ପ୍ରଭାବରେ ହୋଇଥିବା ବର୍ଷାରେ କାଁ ଭାଁ ସ୍ଥାନରେ ରାସ୍ତା ଉପରେ ପାଣି ଜମିଛି । କିନ୍ତୁ ବର୍ଷା ଜଳ ଧିରେ ଧିରେ ନିଷ୍କାସିତ ମଧ୍ୟ ହେଉଛି । ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପାଳ ଏବଂ ଦାୟିତ୍ୱରେ ଥିବା ବରିଷ୍ଠ ଅଧିକାରୀମାନେ ସ୍ଥିତି ଉପରେ ନିରନ୍ତର ନଜର ରଖିଛନ୍ତି ।

ସେହିପରି ବାତ୍ୟା ଅକ୍ୱାନ ପାଇଁ ମୋଟ ୩ ଲକ୍ଷ ୭୨ ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି । ସେମାନଙ୍କ ମଧ୍ୟରୁ ପ୍ରାୟ ୧୦ ହଜାର ଲୋକଙ୍କୁ ବିଭିନ୍ନ ବାତ୍ୟା ଆଶ୍ରୟସ୍ଥଳୀରେ ରଖାଯାଇଛି। ସେହିପରି ବାତ୍ୟା ପାଇଁ ୪୪୭୦ ଗର୍ଭବତୀଙ୍କୁ ସୁରକ୍ଷିତ ସ୍ଥାନାନ୍ତରିତ କରାଯାଇଥିଲା । ତନ୍ମଧ୍ୟରୁ ୧୪୫୦ ପିଲା ଜନ୍ମ ନେଇଛନ୍ତି । ଉଭୟ ମା ଓ ଶିଶୁ ସୁସ୍ଥ ରହିଥିବା ଅନୁ ଗର୍ଗ ସୂଚନା ଦେଇଛନ୍ତି ।
📲Get App