🔥 TRENDING Doja Cat Expresses Frustration Over Mi... Sagar Verma Unveils Debut EP 'Aakhri T... लखनऊ होटल से गिरकर समरीन की मौत के मा... Raghav Raja Releases ‘Kumbh Ka Parv Aa... Controversy Over Ambulance Use for Pri... Maharashtrian groom opts for bicycle i...
20 Nov 2026•
ગુજરાતી मराठी ਪੰਜਾਬੀ বাংলা
Weather

ବାତ୍ୟା ମୁକାବିଲା ପାଇଁ ଗଞ୍ଜାମ ପ୍ରଶାସନର ବଡ଼ ପ୍ରସ୍ତୁତି: ୧.୩୮ ଲକ୍ଷରୁ ଅଧିକ ଲୋକ ସ୍ଥାନାନ୍ତର, ରାତିସାରା ଜଗିବେ ଅଧିକାରୀ

✍️ Reporter: Deepak Mahapatra 🗓 20 Nov 2026, 02:20 PM 👁 26
Share: 💬 WhatsApp 📘 Facebook 𝕏 Post
ବ୍ରହ୍ମପୁର: ସମ୍ଭାବ୍ୟ ବାତ୍ୟା ‘ଅକଭାନ’କୁ ମୁକାବିଲା କରିବା ପାଇଁ ଗଞ୍ଜାମ ଜିଲ୍ଲାରେ ପ୍ରଶାସନିକ ତତ୍ପରତା ବଢ଼ିଛି। ଲୋକଙ୍କ ଜୀବନ ଓ ଧନସମ୍ପତ୍ତିର ସୁରକ୍ଷାକୁ ସର୍ବାଧିକ ଗୁରୁତ୍ୱ ଦେଇ ବ୍ୟାପକ ସ୍ଥାନାନ୍ତର ପ୍ରକ୍ରିୟା ଜାରି ରହିଛି। ଗୁରୁବାର ରାତି ସୁଦ୍ଧା ଜିଲ୍ଲାର ୧ ଲକ୍ଷ ୩୮ ହଜାର ୩୧୧ ଜଣଙ୍କୁ ବିପଦସଙ୍କୁଳ ଅଞ୍ଚଳରୁ ସୁରକ୍ଷିତ ସ୍ଥାନକୁ ନିଆଯାଇଛି। ଏଥିପାଇଁ ୬୦୦ଟି ବାତ୍ୟା ଆଶ୍ରୟସ୍ଥଳୀରେ ରହିବା ବ୍ୟବସ୍ଥା କରାଯାଇଛି।

ଜିଲ୍ଲାପାଳ ଭି. କୀର୍ତ୍ତି ଭାସନଙ୍କ ସୂଚନା ଅନୁଯାୟୀ, ଆଶ୍ରୟସ୍ଥଳୀରେ ରହୁଥିବା ଲୋକଙ୍କ ପାଇଁ ରନ୍ଧା ଖାଦ୍ୟ, ଶୁଖିଲା ଖାଦ୍ୟ ଓ ପାନୀୟ ଜଳର ବ୍ୟବସ୍ଥା ହୋଇଛି। ବାତ୍ୟା ସମୟରେ ଯେପରି କୌଣସି ଅବ୍ୟବସ୍ଥା ନହୁଏ, ସେଥିପାଇଁ ଅଧିକାରୀ ଓ କର୍ମଚାରୀମାନେ ରାତିସାରା କ୍ଷେତ୍ରସ୍ତରରେ ରହି ପରିସ୍ଥିତି ଉପରେ ନଜର ରଖିବେ।

ଗୋପାଳପୁର ନିକଟରେ ସ୍ଥଳଭାଗ ଛୁଇଁବା ଆଶଙ୍କା

ପ୍ରଶାସନର ଆକଳନ ଅନୁସାରେ, ଶୁକ୍ରବାର ସକାଳ ୬ଟାରୁ ଅପରାହ୍ନ ୨ଟା ମଧ୍ୟରେ ବାତ୍ୟା ଗୋପାଳପୁର ନିକଟରେ ସ୍ଥଳଭାଗ ଅତିକ୍ରମ କରିପାରେ। ଏହି ଆଶଙ୍କାକୁ ଦୃଷ୍ଟିରେ ରଖି ଚିକିଟିଠାରୁ ଖଲ୍ଲିକୋଟ ପର୍ଯ୍ୟନ୍ତ ଉପକୂଳବର୍ତ୍ତୀ ଅଞ୍ଚଳରେ ସତର୍କତା ବଢ଼ାଯାଇଛି। ଡାକବାଜି ଯନ୍ତ୍ର ମାଧ୍ୟମରେ ଲୋକଙ୍କୁ ବାତ୍ୟା ସମ୍ପର୍କରେ ସଚେତନ କରାଯିବା ସହ ଅନାବଶ୍ୟକ ଭାବେ ଘରୁ ବାହାରକୁ ନଯିବାକୁ ପରାମର୍ଶ ଦିଆଯାଇଛି।

୮୦୦ ଗର୍ଭବତୀ ଚିହ୍ନଟ, ୩୪୪ ଜଣଙ୍କ ପ୍ରସବ

ବାତ୍ୟା ମୁକାବିଲାରେ ଗର୍ଭବତୀ ମହିଳା ଓ ଅନ୍ୟ ସମ୍ବେଦନଶୀଳ ବର୍ଗଙ୍କ ସୁରକ୍ଷାକୁ ମଧ୍ୟ ପ୍ରାଥମିକତା ଦିଆଯାଇଛି। ଜିଲ୍ଲାରେ ପ୍ରାୟ ୮୦୦ ଜଣ ଗର୍ଭବତୀ ମହିଳାଙ୍କୁ ଚିହ୍ନଟ କରାଯାଇଥିବାବେଳେ ସେମାନଙ୍କ ମଧ୍ୟରୁ ୩୪୪ ଜଣଙ୍କର ସୁରକ୍ଷିତ ପ୍ରସବ ହୋଇଛି। ଅବଶିଷ୍ଟ ମହିଳାଙ୍କ ସ୍ୱାସ୍ଥ୍ୟ ଓ ସୁରକ୍ଷା ଉପରେ ପ୍ରଶାସନ ନଜର ରଖିଛି।

ଉଦ୍ଧାର କାର୍ଯ୍ୟରେ ୩୯ଟି ଟିମ୍ ନିୟୋଜିତ

ଜରୁରୀକାଳୀନ ପରିସ୍ଥିତିରେ ତୁରନ୍ତ ଉଦ୍ଧାର ଓ ସହାୟତା ପହଞ୍ଚାଇବା ପାଇଁ ଜିଲ୍ଲାରେ ବିଭିନ୍ନ ଉଦ୍ଧାରକାରୀ ଦଳଙ୍କୁ ମୁତୟନ କରାଯାଇଛି। ଏଥିରେ ଓଡ୍ରାଫର ୧୨ଟି ଟିମ୍, ଏନ୍‌ଡିଆର୍‌ଏଫ୍‌ର ୩ଟି ଟିମ୍ ଏବଂ ଅଗ୍ନିଶମ ବିଭାଗର ୨୪ଟି ଟିମ୍ ସାମିଲ ଅଛନ୍ତି। ସେହିପରି ଜିଲ୍ଲାର ୫୯ଟି ଭୂସ୍ଖଳନ ସମ୍ଭାବ୍ୟ ଅଞ୍ଚଳକୁ ଚିହ୍ନଟ କରାଯାଇ ସେଠାରେ ରହୁଥିବା ଲୋକଙ୍କୁ ପୂର୍ବରୁ ସୁରକ୍ଷିତ ସ୍ଥାନକୁ ନିଆଯାଇଛି।
📲Get App