🔥 TRENDING ସ୍କୁଲରୁ ୧୫ କ୍ୱିଣ୍ଟାଲ ଚାଉଳ, ଗ୍ୟାସ୍ ଟାଙ୍... ભાવનગર–સોમનાથ હાઈવે પર વધુ એક ગમખ્વાર... ਕਪਿਲ ਸ਼ਰਮਾ ਸ਼ੋਅ 'ਚ ਨਜ਼ਰ ਆਉਣਗੇ ਕੇਂਦਰੀ ਮ... ट्रक की टक्कर से बाइक सवार अधेड़ की मौ... ಮಾದಕ ವಸ್ತುಗಳ ವಿರುದ್ಧ ಜಾಗೃತಿಗಾಗಿ ರಾಯಚೂರ... କୂଅରୁ ମିଳିଲା ୮ ମାସର ଶିଶୁପୁତ୍ରର ମୃତଦେହ
20 Nov 2026•
ગુજરાતી मराठी ਪੰਜਾਬੀ বাংলা
Crime

ଭିଜିଲାନ୍ସ ଜାଲରେ ଓଏଏସ୍‌ ଅଫିସର: ନିଜ ପାଇଁ ୧୦ ହଜାର ମାଗିଥିଲେ, ଡ୍ରାଇଭରକୁ ୨ ହଜାର ଦେବାକୁ କହିଥିଲେ; ଧରାପଡ଼ିଲେ

✍️ Reporter: Deepak Mahapatra 🗓 20 Nov 2026, 01:11 PM 👁 21
Share: 💬 WhatsApp 📘 Facebook 𝕏 Post
୧୨ ହଜାର ଟଙ୍କା ଲାଞ୍ଚ ନେଇ ଧରାପଡ଼ିଛନ୍ତି ଓଏଏସ୍ ଅଧିକାରୀ ତଥା କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ତହସିଲଦାର ଚନ୍ଦନ କୁମାର ନାୟକ। ନିଜ ଡ୍ରାଇଭରଙ୍କ ଜରିଆରେ ଜଣେ ଆବେଦନକାରୀଙ୍କଠାରୁ ଲାଞ୍ଚ ନେବା ବେଳେ ସେ ଧରାପଡ଼ିଛନ୍ତି। ତହସିଲଦାର ଶ୍ରୀ ନାୟକ ଓ ତାଙ୍କ ଡ୍ରାଇଭର ପଙ୍କଜ ସିପକାଙ୍କୁ ଧରିଛି ଭିଜିଲାନ୍ସ।


ଭିଜିଲାନ୍ସ ସମସ୍ତ ଲାଞ୍ଚ ଅର୍ଥ ଜବତ କରିଛି। ଏହି ୧୨ ହଜାର ଟଙ୍କାରୁ ୧୦ ହଜାର ଟଙ୍କା ତହସିଲଦାରଙ୍କ ପାଇଁ ଓ ୨ ହଜାର ଟଙ୍କା ତାଙ୍କ ଡ୍ରାଇଭରଙ୍କ ପାଇଁ ଉଦ୍ଦିଷ୍ଟ ଥିଲା।

ଆବେଦନକାରୀ ତାଙ୍କର ଏକ ଚାଷ ଜମିକୁ ଘରବାଡ଼ିରେ ପରିବର୍ତ୍ତନ କରିବାକୁ ଗତ ଅକ୍ଟୋବର ମାସରେ ନିୟମ ପ୍ରକାରେ ଅନ୍‌ଲାଇନ୍‌ରେ ଆବେଦନ କରିଥିଲେ। ଆରଆଇ ନଭେମ୍ବର ୨ ତାରିଖରେ ଗୋଲାମୁଣ୍ଡା ତହସିଲଦାର ଚନ୍ଦନ କୁମାର ନାୟକଙ୍କୁ ଆବଶ୍ୟକ କାଗଜପତ୍ର ସହିତ ତଦନ୍ତ ରିପୋର୍ଟ ଦେଇଥିଲେ। ଏହା ସତ୍ତ୍ୱେ ତହସିଲଦାର ଫାଇଲକୁ ଆଗକୁ ବଢ଼ିବାକୁ ଦେଇ ନଥିଲେ। କାମ କରି ଦେବାକୁ ସେ ଆବେଦନକାରୀଙ୍କୁ ଲାଞ୍ଚ ମାଗିଥିଲେ। ସେ ନିଜ ପାଇଁ ୧୦ ହଜାର ଟଙ୍କା ମାଗିବା ସହିତ ତାଙ୍କ ଡ୍ରାଇଭରଙ୍କ ପାଇଁ ଅତିରିକ୍ତ ୨ ହଜାର ଟଙ୍କା ମାଗିଥିଲେ।
ତହସିଲଦାର ଲାଞ୍ଚ ମାଗିବାରୁ ଉପାୟଶୂନ୍ୟ ହୋଇ ଘଟଣା ସଂପର୍କରେ ଭିଜିଲାନ୍ସକୁ ଜଣାଇଥିଲେ ଆବେଦନକାରୀ। ଯୋଜନା ପ୍ରକାରେ ସେ ଆଜି ତହସିଲଦାରଙ୍କୁ ଭେଟି ଲାଞ୍ଚ ଅର୍ଥ ଦେଇଥିଲେ। ତହସିଲଦାର ତାଙ୍କ ଡ୍ରାଇଭରଙ୍କ ଜରିଆରେ ଲାଞ୍ଚ ଅର୍ଥ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ। ତହସିଲଦାର ଓ ତାଙ୍କ ଡ୍ରାଇଭରଙ୍କୁ ଭିଜିଲାନ୍ସ ନିଜ ହେପାଜତରେ ରଖି ପଚରାଉଚରା କରୁଛି।

ଲାଞ୍ଚ ନେଇ ଧରାପଡ଼ିବା ପରେ ତହସିଲଦାର ଶ୍ରୀ ନାୟକଙ୍କ ଦୁଇଟି ଠିକଣା ସହିତ ଡ୍ରାଇଭର ପଙ୍କଜ ସିପକାଙ୍କ ବାସଭବନରେ ଚଢ଼ାଉ କରିଛି ଭିଜିଲାନ୍ସ। ସେମାନେ ଆୟ ବହିର୍ଭୂତ ସଂପତ୍ତି ଠୁଳ କରିଥିବା ସନ୍ଦେହରେ ଏହି ଚଢ଼ାଉ କରାଯାଇଛି।

ଏହି ଘଟଣାକୁ ନେଇ କୋରାପୁଟ ଭିଜିଲାନ୍ସ ଥାନାରେ ଏକ ମାମଲା ରୁଜୁ ହୋଇଛି। ଉଭୟ ଅଭିଯୁକ୍ତଙ୍କ ବିରୋଧରେ ତଦନ୍ତ ଜାରି ରହିଛି।
📲Get App