🔥 TRENDING St. Joseph’s College Hosts Academic Ta... Bank Manager Gunned Down After Minor D... ମୁଖ୍ୟମନ୍ତ୍ରୀଙ୍କ ମନ୍ତବ୍ୟକୁ ଜିଲ୍ଲା କଂଗ୍ର... Three Officials Transferred in Jammu &... J&K CM Omar Abdullah Announces Upcomin... नांदेड अधिवक्ता संघाने न्यायसाठीच्या आ...
18 Nov 2026•
ગુજરાતી मराठी ਪੰਜਾਬੀ বাংলা

ମୁଖ୍ୟମନ୍ତ୍ରୀଙ୍କ ମନ୍ତବ୍ୟକୁ ଜିଲ୍ଲା କଂଗ୍ରେସର ନିନ୍ଦା, ବିଧାୟକ ମଙ୍ଗୁ ଖିଲଙ୍କୁ ମାଇକ୍ ନଦେବା ଘଟଣାକୁ ମଧ୍ୟ ଦୃଢ଼ ବିରୋଧ

✍️ Reporter: Sukumar Mandal 🗓 18 Nov 2026, 12:32 AM 👁 14
Share: 💬 WhatsApp 📘 Facebook 𝕏 Post
ମାଲକାନଗିରି, ୧୭ ନଭେମ୍ବର (ହି.ସ.) : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ମାଲକାନଗିରି ଜିଲ୍ଲା ଗସ୍ତ ସମୟରେ ଦିଆଯାଇଥିବା କେତେକ ମନ୍ତବ୍ୟକୁ ନେଇ ଜିଲ୍ଲା କଂଗ୍ରେସ ପକ୍ଷରୁ ତୀବ୍ର ଅସନ୍ତୋଷ ପ୍ରକାଶ କରାଯାଇଛି। ଏନେଇ ଆଜି ଜିଲ୍ଲା କଂଗ୍ରେସ ଭବନଠାରେ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରାଯାଇ ମୁଖ୍ୟମନ୍ତ୍ରୀଙ୍କ ମନ୍ତବ୍ୟ ସହିତ ରାଜ୍ୟସ୍ତରୀୟ ଆଦିବାସୀ ଗୌରବ ଦିବସ ମଞ୍ଚରେ ଚିତ୍ରକୋଣ୍ଡା ବିଧାୟକ ମଙ୍ଗୁ ଖିଲଙ୍କ ପ୍ରତି କରାଯାଇଥିବା ଆଚରଣକୁ କଂଗ୍ରେସ ଦଳ ଦୃଢ଼ ନିନ୍ଦା କରିଛି।

ଗତ ୧୫ ନଭେମ୍ବରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମାଲକାନଗିରି ଗସ୍ତରେ ଆସି ରାଜ୍ୟସ୍ତରୀୟ ଆଦିବାସୀ ଗୌରବ ଦିବସ କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେଇଥିଲେ। ଏହି ସମୟରେ ଗାନ୍ଧୀ ପରିବାରର ଇନ୍ଦିରା ଗାନ୍ଧୀ, ରାଜୀବ ଗାନ୍ଧୀ ଏବଂ ସହିଦ ଲକ୍ଷ୍ମଣ ନାୟକଙ୍କ ପରିବାର ପ୍ରତି ଅସମ୍ମାନଜନକ ମନ୍ତବ୍ୟ ଦିଆଯାଇଥିବା ଅଭିଯୋଗ କରି ଜିଲ୍ଲା କଂଗ୍ରେସ ପର୍ଯ୍ୟବେକ୍ଷକ ମନୋରଞ୍ଜନ ତ୍ରିପାଠୀ ଏହାକୁ କଡ଼ା ଭାଷାରେ ନିନ୍ଦା କରିଛନ୍ତି।

ସେହିପରି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ସହ ମଞ୍ଚରେ ଉପସ୍ଥିତ ଥିବା ଚିତ୍ରକୋଣ୍ଡା ବିଧାୟକ ମଙ୍ଗୁ ଖିଲଙ୍କୁ ଭାଷଣ ଦେବା ପାଇଁ ମାଇକ୍ ନଦେବା ଏବଂ ଗଣଶିକ୍ଷା ତଥା ପଛୁଆ ବର୍ଗ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ବିଧାୟକଙ୍କୁ ନିକଟକୁ ଡାକି ଟିପ୍ପଣୀ କରିବା ଘଟଣାକୁ ମଧ୍ୟ କଂଗ୍ରେସ ପକ୍ଷରୁ ତୀବ୍ର ବିରୋଧ କରାଯାଇଛି।

ଆଗାମୀ ଦିନରେ ବିଜେପି ଦଳର ନେତାମାନେ ଏଭଳି ମନ୍ତବ୍ୟ ଦେବା ଜାରି ରଖିଲେ କଂଗ୍ରେସ ଦଳ ଏହାର ଘୋର ବିରୋଧ କରିବ ବୋଲି ସାମ୍ବାଦିକ ସମ୍ମିଳନୀରେ ଚେତାବନୀ ଦିଆଯାଇଛି।

ଏହି ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା କଂଗ୍ରେସ ସଭାପତି ଜି. ଶ୍ରୀନିବାସ ରାଓ, ରାଜ୍ୟ କଂଗ୍ରେସ ସାଧାରଣ ସମ୍ପାଦକ ଗୋବିନ୍ଦ ପାତ୍ର, ସମ୍ପାଦକ ପଦ୍ମଚରଣ ପାଙ୍ଗି, ବରିଷ୍ଠ କଂଗ୍ରେସ ନେତା ପ୍ରାଣକୃଷ୍ଣ ମଣ୍ଡଳ, ପି. କେଶୁ ରାଓ, ସନ୍ତୋଷ ପଟ୍ଟନାୟକ, ଛବି ଦାସ, ଭାସ୍କର ଫଟକା, କୃଷ୍ଣ ଅନୁଗୁ, ଲଲାଟେନ୍ଦୁ ପଟ୍ଟନାୟକଙ୍କ ସମେତ ବହୁ କଂଗ୍ରେସ କର୍ମକର୍ତ୍ତା ଓ ନେତା ଉପସ୍ଥିତ ଥିଲେ।
📲Get App