🔥 TRENDING ଏଣିକି ନୂଆ ଗାଡ଼ି କିଣିବା ପାଇଁ ଦେବାକୁ ପଡ଼ିବ... बिरसा मुंडा जनजाति गौरव दिवस का उत्सव... ग्राम पंचायत ढोढ़ा के वार्ड‑5 में जलनि... புதுச்சேரி அரசு மருத்துவமனைகளில் செவில... वाराणसी में यातायात माह अभियान: सुबह-ए... ମହଙ୍ଗା ଭତ୍ତା ଆଉ ୩% ବୃଦ୍ଧି କଲେ ରାଜ୍ୟ ସର...
18 Nov 2026•
ગુજરાતી मराठी ਪੰਜਾਬੀ বাংলা
Local

୨୨ ଦିନ ହେଲା ଝିଅ ନିଖୋଜ, ଦ୍ୱନ୍ଦ୍ୱରେ ପରିବାର ଲୋକେ; ପୁଲିସ ନୀରବ

✍️ Reporter: Deepak Mahapatra 🗓 18 Nov 2026, 11:10 AM 👁 21
Share: 💬 WhatsApp 📘 Facebook 𝕏 Post
୨୨ ଦିନ ହେଲା ନିଖୋଜ ହୋଇଯାଇଛି ଝିଅ। ପରିବାର ଲୋକେ ଖୋଜି ଖୋଜି ନୟାନ୍ତ। ଥାନାରୁ ଏସପି ଅଫିସ୍‌ ଦୌଡ଼ି ଦୌଡ଼ି ହାଲିଆ। ତଥାପି ୧୯ ବର୍ଷୀୟା ଝିଅ ସଂପର୍କରେ ମିଳିପାରିନି କିଛି ସୂଚନା। ଦିନ ଗଡ଼ିବା ସହିତ ବଢୁଛି ପରିବାର ଲୋକଙ୍କ ଚିନ୍ତା। ଦ୍ୱନ୍ଦ୍ୱରେ ପଡ଼ିଯାଇଛନ୍ତି ସେମାନେ। ଘଟଣାଟି ଭଦ୍ରକ ଜିଲ୍ଲାର।


ପୀରହାଟ ଥାନା ଗୋକୁଳପୁର ଗାଁର ଭୁବନ ମୋହନ ବାରିକଙ୍କ ଝିଅ ପୂଜାରାଣୀ ୧୧ ବର୍ଷ ହେଲା ହରିପୁର ଗାଁରେ ତାଙ୍କ ପିଉସୀ ବାସନ୍ତୀ ମହାନ୍ତିଙ୍କ ଘରେ ରହି ପାଠ ପଢୁଥିଲେ। ସେ ଏବେ ବିଏସ୍‌ସି ନର୍ସିଂର ଛାତ୍ରୀ। ଅକ୍ଟୋବର ୨୭ ତାରିଖ ରାତିରେ ଖାଇ ସାରି ସେ ଶୋଇବାକୁ ଯାଇଥିଲେ। ରାତି ପ୍ରାୟ ୧ଟା ବେଳେ ତାଙ୍କ ପିଉସୀଙ୍କ ନିଦ ଭାଙ୍ଗିଥିଲା। ଘରେ ପୂଜାରାଣୀ ନଥିବା ସେ ଦେଖିବାକୁ ପାଇଥିଲେ। ସେ ଗାଁ ସାରା ଖୋଜିଲେ। କିନ୍ତୁ କେଉଁଠି ମିଳି ନଥିଲେ ପୂଜାରାଣୀ। ତା’ ପରଦିନ ଥାନାରେ ଅଭିଯୋଗ କରାଯାଇଥିଲା।

ଅକ୍ଟୋବର ୩୦ ତାରିଖ ସକାଳେ ମନ୍ତେଇ ନଦୀର ବାଲିଆପାଳ ଫେରିଘାଟ ନିକଟରେ ଜଣେ ଯୁବତୀଙ୍କ ମୃତଦେହ ଭାସୁଥିବା ଲୋକେ ଦେଖି ଘଣ୍ଟେଶ୍ୱର ଫାଣ୍ଡିକୁ ଜଣାଇଥିଲେ। କିନ୍ତୁ ପୁଲିସ୍ ତତ୍‌କାଳ କୌଣସି ପଦକ୍ଷେପ ନେଇ ନଥିଲେ। ପରେ ମୋବାଇଲ ଫୋନ୍‌ରେ ଉତ୍ତୋଳନ କରାଯାଇଥିବା ଭିଡିଓରୁ ତାହା ପୂଜାରାଣୀ ବୋଲି ଚିହ୍ନଟ କରିଥିଲେ ପରିବାର ଲୋକେ। ସେମାନେ ପୁଲିସକୁ ଏ ବିଷୟରେ ଜଣାଇଥିଲେ। ଏହା ପରେ ଦମକଳ ବାହିନୀ ଓ ଓଡ୍ରାଫ୍ ଟିମ୍ ଘଟଣାସ୍ଥଳକୁ ଯାଇଥିଲେ। ଖୋଜାଖୋଜି କରିବା ପରେ ବି ଶବଟି ମିଳିଲାନି। ପରେ ଚାରିବାଟିଆ ଫେରିଘାଟ ନିକଟରେ ପୂଜାରାଣୀଙ୍କ ଚପଲ ମିଳିଥିଲା।

ସ୍ଥାନୀୟ ଜଣେ ଯୁବକ ପୂଜାରାଣୀଙ୍କୁ ମୋବାଇଲରେ ମେସେଜ୍ ପଠାଇ ହଇରାଣ କରୁଥିବା ତାଙ୍କ ବାପା ଭୁବନ ମୋହନ ବାରିକ ସନ୍ଦେହ କରୁଛନ୍ତି। ସେହି ରାତିରେ ତାଙ୍କ ଝିଅକୁ ଅପହରଣ କରି ମାରି ନଦୀରେ ଫିଙ୍ଗି ଦିଆଯାଇଥିବା ସେ ଅଭିଯୋଗ କରିଛନ୍ତି। ଏନେଇ ଅକ୍ଟୋବର ୩୧ ତାରିଖରେ ଆଉ ଏକ ଏତଲା ଦିଆଯାଇଥିଲେ ବି ମାମଲା ରୁଜୁ ହୋଇନି ବୋଲି ସେ କହିଛନ୍ତି। ଏବେ ପୂଜାରାଣୀ ଜୀବିତ ନା ମୃତ, ତାହାକୁ ନେଇ ପରିବାର ଲୋକେ ଦ୍ୱନ୍ଦ୍ୱରେ ଅଛନ୍ତି।
ଭୁବନ ମୋହନ ବାରିକ କହିଛନ୍ତି, ଏ ପର୍ଯ୍ୟନ୍ତ ଝିଅର ପତ୍ତା ମିଳିନି। ବାଲିଆପାଳ ନିକଟରେ ନଦୀରେ ଯେଉଁ ମୃତଦେହ ଭାସୁଥିଲା, ତାହା ଆମ ଝିଅର ହୋଇଥିବ ବୋଲି ଅନୁମାନ କରାଯାଉଛି। ସେ ମୃତଦେହରେ ଥିବା ପୋଷାକରୁ ଆମେ ଏହି ଅନୁମାନ କରୁଛୁ। ସେହିଭଳି ଝିଅ ଜୀବିତ ଅଛି ବୋଲି ବି ଆମ ପାଖରେ କିଛି ପ୍ରମାଣ ନାହିଁ। ବନ୍ଧୁବାନ୍ଧବଙ୍କଠାରୁ ଆରମ୍ଭ କରି ଯେଉଁ ସବୁ ଜାଗାକୁ ସେ ଯାଇପାରିବ, ସବୁଠି ଖୋଜି ସାରିଲୁଣି। କିନ୍ତୁ ଝିଅକୁ ପାଇନାହୁଁ। ସେ ପରିବାର ଲୋକଙ୍କୁ ଛାଡ଼ି ଗୋଟିଏ ମୁଭହୂର୍ତ୍ତ ରହିପାରିବ ନାହିଁ। ଯଦି ସେ ଜୀବିତ ଥା’ଆନ୍ତା, ତା’ହେଲେ ନିଶ୍ଚିତ ଫୋନ୍ କରିଥା’ନ୍ତା। ପୁଲିସ୍‌ର ସହଯୋଗ ଏ ପର୍ଯ୍ୟନ୍ତ ଯେମିତି ମିଳିବା କଥା ସେମିତି ମିଳିନି। ପୀରହାଟ ପୁଲିସ ଏଫଆଇଆର ନେଇଛି। ସେମାନେ ଚେଷ୍ଟା କରୁଛନ୍ତି ବୋଲି କହୁଛନ୍ତି। କଲ୍ ରେକର୍ଡ ଯାଞ୍ଚ କରୁଛନ୍ତି ବୋଲି କହୁଛନ୍ତି। କିନ୍ତୁ ମାମଲାକୁ ନେଇ କିଛି ସ୍ପଷ୍ଟ ସୂଚନା ଦେଇପାରିନାହିଁ।

ଅତିରିକ୍ତ ଏସପି ଅରୂପ ଅଭିଷେକ ବେହେରା କହିଛନ୍ତି, ପୀରହାଟ ଥାନାରେ ଏକ ନିଖୋଜ ମାମଲା ରୁଜୁ ହୋଇଛି। ଖୋଜାଖୋଜି ଚାଲିଛି। ବିଭିନ୍ନ ଥାନାକୁ ଏ ସଂକ୍ରାନ୍ତରେ ସୂଚନା ଦିଆଯାଇଛି। ବୈଷୟିକ ପ୍ରମାଣଗୁଡ଼ିକୁ ଅନୁଧ୍ୟାନ କରାଯାଉଛି। କଲ୍‌ ରେକର୍ଡ ଯାଞ୍ଚ କରାଯାଉଛି। ତଦନ୍ତ ଜାରି ରହିଛି। ନିଖୋଜ ଯୁବତୀଙ୍କୁ ଖୁବଶୀଘ୍ର ଠାବ କରାଯିବ ବୋଲି ସେ ଆଶା ରଖିଛନ୍ତି।
📲Get App