🔥 TRENDING UP Police Arrest Murder Suspect in Fir... Suspect ‘Panga’ Arrested in Encounter... 13-year-old boy killed over alleged bi... રાજ્યપાલશ્રી આચાર્ય દેવવ્રતજીના ‘ગ્રામ... BoxOfficeWala compares Baahubali 2 and... Ramayana Joins Top-5 Indian Box-Office...
17 Nov 2026•
ગુજરાતી मराठी ਪੰਜਾਬੀ বাংলা
Local

ଦେବ୍ରିଗଡ଼ ଅଭୟାରଣ୍ୟରେ ବନ୍ୟଜନ୍ତୁ ଶିକାର ଯୋଜନା ପଣ୍ଡ, ୪ ଜଣ ଶିକାରୀଙ୍କୁ ଗିରଫ କଲା ବନ ବିଭାଗ

✍️ Reporter: Deepak Mahapatra 🗓 17 Nov 2026, 12:23 PM 👁 16
Share: 💬 WhatsApp 📘 Facebook 𝕏 Post
ଓଡ଼ିଶାର ଦେବ୍ରିଗଡ଼ ବନ୍ୟପ୍ରାଣୀ ଅଭୟାରଣ୍ୟ ନିକଟରେ ବନ ବିଭାଗ ଓ ପୋଲିସର ମିଳିତ ଚଢ଼ାଉରେ ୪ ଜଣ ଶିକାରୀ ଗିରଫ ହୋଇଛନ୍ତି। ମୋବାଇଲ ଟ୍ରାକିଂ ଜରିଆରେ ଶିକାରୀ ଗ୍ୟାଙ୍ଗର ପର୍ଦ୍ଦାଫାସ ହୋଇଛି।

ବନ୍ୟପ୍ରାଣୀ ଶିକାର ଓ ବେଆଇନ କାର୍ଯ୍ୟକଳାପକୁ ପ୍ରତିହତ କରିବା ପାଇଁ ଡେବ୍ରିଗଡ଼ ବନ୍ୟପ୍ରାଣୀ ଅଭୟାରଣ୍ୟ କର୍ତ୍ତୃପକ୍ଷ ଏବଂ ବରଗଡ଼ ଜିଲା ପୋଲିସ ପକ୍ଷରୁ ଏକ ମିଳିତ ଚଢ଼ାଉ କରାଯାଇ ୪ ଜଣ ଶିକାରୀଙ୍କୁ ଗିରଫ କରାଯାଇଛି। ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିବା ପରେ ସଶସ୍ତ୍ର ବନ କର୍ମଚାରୀ ଓ ପୋଲିସ ଅଧିକାରୀଙ୍କୁ ନେଇ ଅଭୟାରଣ୍ୟ ସୀମାନ୍ତବର୍ତ୍ତୀ ଅଞ୍ଚଳରେ ତଲାସୀ ଅଭିଯାନ ଚଳାଯାଇଥିଲା।

ଏହି ଅଭିଯାନ ସମୟରେ ୪ଜଣଙ୍କୁ ଗିରଫ କରାଯାଇଛି। ଗିରଫ ସମସ୍ତ ଅଭିଯୁକ୍ତ ବରଗଡ଼ ଜିଲ୍ଲା ଟିଲେଇମାଲ ଗାଁର। ସେମାନଙ୍କ ନିକଟରୁ ବନ୍ୟପ୍ରାଣୀ ଧରିବା ପାଇଁ ବ୍ୟବହୃତ ଫାଶ, ୫ କେଜି ବାଇଣ୍ଡିଂ ତାର, ଫାଶ ଓ ଜାଲ ଜବତ କରାଯାଇଛି, ଯାହା ବନ୍ୟପ୍ରାଣୀଙ୍କ ପ୍ରତି ବିଦ୍ୟୁତ୍ ଆଘାତ ଭଳି ଗମ୍ଭୀର ବିପଦ ସୃଷ୍ଟି କରିଥାଏ।

ପ୍ରାଥମିକ ତଥ୍ୟରୁ ଜଣାପଡ଼ିଛି ଯେ, ଗିରଫ ଶିକାରୀମାନେ ବନ୍ୟପ୍ରାଣୀ ଶିକାର କରିବା ପାଇଁ ଯୋଜନା କରି ଅଭୟାରଣ୍ୟ ମଧ୍ୟରେ ଫାଶ ବିଛାଇଥିଲେ। ଅନ୍ୟପକ୍ଷରେ, ଶିକାର ସମ୍ପର୍କିତ ନିର୍ଭରଯୋଗ୍ୟ ସୂଚନା ପ୍ରଦାନକାରୀଙ୍କ ପାଇଁ ଡେବ୍ରିଗଡ଼ କର୍ତ୍ତୃପକ୍ଷଙ୍କ ପକ୍ଷରୁ ୧ ହଜାର ଟଙ୍କାର ନଗଦ ପୁରସ୍କାର ରାଶି ଘୋଷଣା କରାଯାଇଛି। ଶିକାରୀମାନେ ଗ୍ରାମ ନିକଟସ୍ଥ ଜଙ୍ଗଲରେ ଅସ୍ତ୍ରଶସ୍ତ୍ର ଲୁଚାଇ ରଖୁଥିବାରୁ ଅଞ୍ଚଳକୁ ସୁରକ୍ଷିତ ରଖିବା ପାଇଁ ଅଭୟାରଣ୍ୟ ସୀମାରେ ମେଟାଲ ଡିଟେକ୍ଟର ଏବଂ ଲାଇଭୱାୟାର ଡିଟେକ୍ଟର ସାହାଯ୍ୟରେ ଯାଞ୍ଚ କରାଯାଉଛି। ସାମ୍ପ୍ରତିକ ଟ୍ରାକିଂ ଜରିଆରେ ଡେବ୍ରିଗଡ଼ ଅଭୟାରଣ୍ୟରେ ମହାବଳ ବାଘର ଉପସ୍ଥିତି ସ୍ପଷ୍ଟ ହୋଇଥିବାରୁ ବନ ବିଭାଗ, ପୋଲିସ ଏବଂ ସ୍ଥାନୀୟ ଜନସାଧାରଣଙ୍କ ସମନ୍ୱୟରେ ଆଗାମୀ ଦିନରେ ମଧ୍ୟ ଏଭଳି ଚଢ଼ାଉ ଓ ପାଟ୍ରୋଲିଂ ଜାରି ରହିବ ବୋଲି ବନବିଭାଗ ପକ୍ଷରୁ କୁହାଯାଇଛି।
📲Get App