🔥 TRENDING క్రీడలు असोहा में सड़क हादसे के पीड़ित परिवारो... પાર્ટીમાં ડ્રિંકમાં નશીલો પદાર્થ મિલાવ... Karnataka Turns 70: Economic Growth Fu... Delhi's AQI Surges Past 480 at IIT Del... A2B raises $180 million from James Mur...
13 Nov 2026•
ગુજરાતી मराठी ਪੰਜਾਬੀ বাংলা
Local

ମଶା ଧୂପରୁ ଲାଗିଲା ନିଆଁ, ବିଷାକ୍ତ ଧୂଆଁ ନେଇଗଲା ଜୀବନ; ଶୋଇଥିବା ବେଳେ ଚାଲିଗଲା ଚିତ୍ରଶିଳ୍ପୀଙ୍କ ପ୍ରାଣ

✍️ Reporter: Deepak Mahapatra 🗓 13 Nov 2026, 02:46 PM 👁 21
Share: 💬 WhatsApp 📘 Facebook 𝕏 Post
କେନ୍ଦ୍ରାପଡ଼ା: ମଶା ଧୂପ ହେଲା ମୃତ୍ୟୁର କାରଣ। ରାତିରେ ଶୋଇଥିବା ବେଳେ ମଶା ଧୂପରୁ ବିଛଣାରେ ଲାଗିଲା ନିଆଁ। ବନ୍ଦ କୋଠରୀରେ ଭରିଗଲା ବିଷାକ୍ତ ଧୂଆଁ। ଶ୍ୱାସରୁଦ୍ଧ ହୋଇ ଚାଲିଗଲା ଜଣେ ଜଣାଶୁଣା ଚିତ୍ରଶିଳ୍ପୀଙ୍କ ଜୀବନ। ମୃତକ ହେଉଛନ୍ତି କେନ୍ଦ୍ରାପଡ଼ା ଟାଉନ୍ ଥାନା ଅନ୍ତର୍ଗତ ଇଚ୍ଛାପୁର ଗ୍ରାମର ଦେବେନ୍ଦ୍ର ରାୟ (୫୩)। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।
ସୂଚନା ଅନୁସାରେ, ଦେବେନ୍ଦ୍ର ଜଣେ ଜଣାଶୁଣା ଚିତ୍ରଶିଳ୍ପୀ ଥିଲେ। ମଙ୍ଗଳବାର ରାତିରେ ସେ ନିଜ ଘରେ ମଶା ଧୂପ ଲଗାଇ ଶୋଇଥିଲେ। ତେବେ ଶୋଇଥିବା ଅବସ୍ଥାରେ ଧୂପର ନିଆଁ ବିଛଣାରେ ଲାଗିଯାଇଥିଲା। ଫଳରେ ଘର ଭିତରେ ଧୀରେ ଧୀରେ ପ୍ରବଳ ଧୂଆଁ ଭରିଯାଇଥିଲା। କବାଟ ଓ ଝରକା ବନ୍ଦ ଥିବାରୁ ଧୂଆଁ ବାହାରକୁ ଯାଇପାରିନଥିଲା। ଫଳରେ ଶ୍ୱାସରୁଦ୍ଧ ହୋଇ ଶୋଇଥିବା ଅବସ୍ଥାରେ ହିଁ ସେ ଅଚେତ ହୋଇପଡ଼ିଥିଲେ।
ବୁଧବାର ସକାଳେ ଦୀର୍ଘ ସମୟ ଧରି ଦେବେନ୍ଦ୍ର କବାଟ ନଖୋଲିବାରୁ ପରିବାର ଲୋକେ ଡାକିଥିଲେ। କିନ୍ତୁ ଭିତରୁ କୌଣସି ଉତ୍ତର ମିଳିନଥିଲା। ଏହାପରେ ପଡ଼ୋଶୀଙ୍କ ସହାୟତାରେ କବାଟ ଭାଙ୍ଗି ଘର ଭିତରକୁ ପ୍ରବେଶ କରିଥିଲେ ପରିବାର ଲୋକେ। ସେତେବେଳକୁ ଘର ଧୂଆଁରେ ଭରି ରହିଥିବା ବେଳେ ଦେବେନ୍ଦ୍ର ବିଛଣାରେ ଅଚେତ ଅବସ୍ଥାରେ ପଡ଼ିଥିଲେ।
ତୁରନ୍ତ ତାଙ୍କୁ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନିଆଯାଇଥିଲା। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଅତ୍ୟଧିକ ଧୂଆଁ ଯୋଗୁଁ ଶ୍ୱାସରୁଦ୍ଧ ହୋଇ ତାଙ୍କର ମୃତ୍ୟୁ ହୋଇଥିବା ଡାକ୍ତର ସୂଚନା ଦେଇଛନ୍ତି।
📲Get App