🔥 TRENDING Jodhpur: PG Resident Doctor Nikki Chau... ਵਿੱਤੀ ਸੰਕਟ ਅਤੇ ਹਵਾਈ ਅੱਡੇ ਦੇ ਬਕਾਇਆ ਭੁਗਤ... बिचोलीम के एएसआई निलेश फोगेरी को स्वाभ... ମହଙ୍ଗା ହେଲା ବସ୍ ଯାତ୍ରା: ସବୁ ବର୍ଗର ବସଭଡ଼... କଣ୍ଟେନର ଗାଡ଼ି ଉପରେ ପଡ଼ିଗଲା ଲୁହା ଗାର୍ଡର ବୈତରଣୀରେ ବୁଡ଼ ପକାଇବା ବେଳେ ବୁଡ଼ିଗଲେ ଦମ୍ପ...
13 Nov 2026•
ગુજરાતી मराठी ਪੰਜਾਬੀ বাংলা
Sarkari Yojana

୧୪ରେ ବଣ୍ଟାଯିବ ୨.୯୧ଲକ୍ଷ ଆବାସ ଘର, ବଲାଙ୍ଗୀରରୁ ଶୁଭାରମ୍ଭ କରିବେ କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ

✍️ Reporter: Deepak Mahapatra 🗓 13 Nov 2026, 12:37 PM 👁 8
Share: 💬 WhatsApp 📘 Facebook 𝕏 Post
ରାଜ୍ୟର ଗରିବ ଓ ବାସହୀନ ପରିବାରଙ୍କ ପାଇଁ ଖୁସି ଖବର। ଆସନ୍ତା ୧୪ତାରିଖ ଶନିବାର ରାଜ୍ୟବାସୀଙ୍କୁ ମିଳିବ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପକ୍କାଘର। ବଲାଙ୍ଗିର ଜିଲ୍ଲା ମୁଖ୍ୟାଳୟଠାରେ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଶିବରାଜ ସିଂ ଚୌହ୍ୱାନ ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉପସ୍ଥିତିରେ ହିତାଧିକାରୀଙ୍କୁ ଏହି ଆବାସ କାର୍ଯ୍ୟାଦେଶ ବଣ୍ଟନ କରାଯିବ। ଏନେଇ ପଂଚାୟତିରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ସବୁ ଜିଲ୍ଲାପାଳଙ୍କୁ ଅବଗତ କରାଯାଇଛି।
ରାଜ୍ୟ ପଂଚାୟତିରାଜ ଓ ପାନୀୟ ଜଳ ବିଭାଗ ମନ୍ତ୍ରୀ ରବିନାରାୟଣ ନାଏକ ଆଜି ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, , ପୂର୍ବରୁ ସଠିକ୍ ତାଲିକା ନଥିବା କାରଣରୁ ଅନେକ ପ୍ରକୃତ ହିତାଧିକାରୀ ପକ୍କା ଘର ପାଇବାରୁ ବଂଚିତ ହୋଇ ରହିଥିଲେ। ତେବେ ବର୍ତ୍ତମାନର ସରକାର ଦାୟିତ୍ୱ ନେବାପରେ ସମ୍ପୂର୍ଣ୍ଣ ସ୍ୱଚ୍ଛତା ଅବଲମ୍ବନ କରି 'ଆବାସ+ ୨୦୨୪' ମାଧ୍ୟମରେ ଅନଲାଇନ୍ ସର୍ଭେ କରିଥିଲେ, ଯେଉଁଥିରେ ପ୍ରାୟ ଦେଢ଼ ବର୍ଷ ଭିତରେ ୩୭ ଲକ୍ଷରୁ ଅଧିକ ଲୋକ ପଞ୍ଜିକୃତ ହୋଇଛନ୍ତି।
ପୂର୍ବରୁ କେନ୍ଦ୍ର ସରକାରଙ୍କ ଦ୍ୱାରା ପିଏମଆବାସରେ ରାଜ୍ୟକୁ ୪ଲକ୍ଷ ଘର ମିଳିସାରିଥିବାବେଳେ ଅନ୍ତ୍ୟୋଦୟ ଗୃହ ଯୋଜନାରେ ମଧ୍ୟ ୫ ଲକ୍ଷ ଘର ଯୋଗାଇ ଦିଆଯାଉଛି। ଏବେ 'ଆବାସ+ ୨୦୨୪' ସର୍ଭେ ତାଲିକାରୁ ଅତିରିକ୍ତ ଭାବେ ଆଉ ୨ ଲକ୍ଷ ୯୧ ହଜାର ୬୬୬ଟି ଘର ଆସନ୍ତା ୧୪ ତାରିଖରେ ଆବଣ୍ଟନ କରାଯିବ।
ଏହାସହିତ ହିତାଧିକାରୀମାନଙ୍କୁ ଶୀଘ୍ର ଗୃହନିର୍ମାଣ କାର୍ଯ୍ୟକୁ ପ୍ରୋତ୍ସାହିତ କରିବା ପାଇଁ ରାଜ୍ୟ ସରକାର ପ୍ରୋତ୍ସାହନ ରାଶିକୁ ବୃଦ୍ଧି କରିଛନ୍ତି। ପୂର୍ବରୁ ନିର୍ଦ୍ଧାରିତ ଅବଧିରେ ଗୃହ ନିର୍ମାଣ କାର୍ଯ୍ୟ ଶେଷ କଲେ ଯେଉଁ ୨୦ହଜାର ଟଙ୍କା ମିଳୁଥିଲା ତାକୁ ରାଜ୍ୟ ସରକାର ୩୫ହଜାର ଟଙ୍କାକୁ ବୃଦ୍ଧି କରିଛନ୍ତି। ସରକାରଙ୍କ ଏହି ନିଷ୍ପତ୍ତି ଫଳରେ ରାଜ୍ୟର ଲକ୍ଷାଧିକ ଗରିବ ପରିବାର ନିଜର ପକ୍କାଘର ସ୍ୱପ୍ନ ପୂରଣ କରିପାରିବେ ବୋଲି ମନ୍ତ୍ରୀ ଶ୍ରୀ ନାଏକ କହିଛନ୍ତି।
ଅନ୍ୟପକ୍ଷରେ ରାଜ୍ୟ ପଂଚାୟତିରାଜ ଓ ପାନୀୟ ଜଳ ବିଭାଗର ସ୍ୱତନ୍ତ୍ର ପ୍ରକଳ୍ପ ନିର୍ଦ୍ଦେଶକ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ସବୁ ଜିଲ୍ଲାପାଳ ଓ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀମାନଙ୍କୁ ଚିଠି ଲେଖି ୧୪ତାରିଖ କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟର ସମସ୍ତ ଜିଲ୍ଲା ମୁଖ୍ୟାଳୟ, ବ୍ଲକ ଓ ପଂଚାୟତସ୍ତରରେ ସାଧାରଣ ଲୋକେ ଯେପରି ଏହି କାର୍ଯ୍ୟକ୍ରମକୁ ଦେଖିପାରିବେ, ସେଥିପାଇଁ ବ୍ୟାପକ ବ୍ୟବସ୍ଥା କରିବାକୁ କୁହାଯାଇଛି । ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମଗୁଡ଼ିକୁ ସମ୍ପୃକ୍ତ ସଦର ମହକୁମା ବ୍ଲକ ସହ ମିଶାଇ ଆୟୋଜନ କରିବାକୁ ପରାମର୍ଶ ଦିଆଯାଇଛି।
ତୃଣମୂଳସ୍ତରରେ ଲୋକଙ୍କ ଦେଖିବା ସୁବିଧା ପାଇଁ ପ୍ରତି ବ୍ଲକ ପିଛା ୭୫ହଜାର ଟଙ୍କା ଓ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ଆୟୋଜନ କରୁଥିବା ସଦର ମହକୁମା ବ୍ଲକଗୁଡ଼ିକ ପାଇଁ ଦେଢ଼ଲକ୍ଷ ଟଙ୍କା ଲେଖାଏଁ ଖର୍ଚ୍ଚ ମଞ୍ଜୁର କରାଯାଇଥିବା ଜଣାପଡ଼ିଛି।
📲Get App