🔥 TRENDING ୩ କୋଟିରୁ ଅଧିକ ସରକାରୀ ଅର୍ଥ ଆତ୍ମସାତ କରି... ଗଞ୍ଜାମ ବନ୍ୟା: ତଥ୍ୟ ସହ ବିଧାନସଭାକୁ ଆସ, ଦ... किले वाले बालाजी महाराज के दरबार में अ... **पत्रकारों से दुर्व्यवहार पर जिला प्र... Ramayana Part 2: 60% Shooting Complete... Juhi Chawla Turns 59: Recalls Turning...
13 Nov 2026•
ગુજરાતી मराठी ਪੰਜਾਬੀ বাংলা
Travel

କଣ୍ଟେନର ଗାଡ଼ି ଉପରେ ପଡ଼ିଗଲା ଲୁହା ଗାର୍ଡର

✍️ Reporter: Deepak Mahapatra 🗓 13 Nov 2026, 12:40 PM 👁 8
Share: 💬 WhatsApp 📘 Facebook 𝕏 Post
ରେଳ ହାଇଟ୍ ଗେଜ୍‌କୁ ଧକ୍କା ଦେଲା କଣ୍ଟେନର ଗାଡ଼ି। ଲୁହା ଗାର୍ଡର ପଡ଼ି ଚୂରମାର୍ ହେଲା କଣ୍ଟେନର ଗାଡିର କ୍ୟାବିନ୍। ତେବେ ଅଳ୍ପକେ ବର୍ତ୍ତିଗଲେ ଚାଳକ। କଟକ ଜିଲ୍ଲା ନରାଜ-ମାର୍ଥାପୁର ରେଳ ଷ୍ଟେସନ ନିକଟସ୍ଥ କଟକ-ବାଙ୍କୀ ମୁଖ୍ୟ ରାସ୍ତା ନେତଲ ରେଳ ବ୍ରିଜ୍ ନିକଟରେ ଘଟିଛି ଏହି ଦୁର୍ଘଟଣା।
କଣ୍ଟେନର ଗାଡ଼ିଟି ଦ୍ରୁତଗତିରେ ଆସୁଥିବା ବେଳେ ରେଳ ହାଇଟ୍ ଗେଜ୍‌କୁ ଧକ୍କା ଦେଇଥିଲା। ଫଳରେ ରେଳ ହାଇଟ୍ ଗେଜ୍ ଉପରେ ଲାଗିଥିବା ଲୁହା ଗାର୍ଡରଟି ସିଧାସଳଖ କଣ୍ଟେନର ଗାଡ଼ିର କ୍ୟାବିନ୍ ଉପରେ ପଡ଼ିଯାଇଥିଲା। ଫଳରେ କ୍ୟାବିନ୍‌ଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି।
ସୌଭାଗ୍ୟବଶତଃ ଏହି ଦୁର୍ଘଟଣାରେ କଣ୍ଟେନର ଚାଳକ ସୁରକ୍ଷିତ ଅଛନ୍ତି। ଅନ୍ୟପଟେ କଣ୍ଟେନରଟି ରାସ୍ତା ମଝିରେ ଅଟକି ରହିଥିବାରୁ ଉଭୟ ପାର୍ଶ୍ୱରେ ଶହ ଶହ ଗାଡ଼ି ଅଟକି ରହିଛି। ଫଳରେ ଯାତାୟାତ ବାଧାପ୍ରାପ୍ତ ହୋଇଛି।
📲Get App