🔥 TRENDING Jodhpur: PG Resident Doctor Nikki Chau... ਵਿੱਤੀ ਸੰਕਟ ਅਤੇ ਹਵਾਈ ਅੱਡੇ ਦੇ ਬਕਾਇਆ ਭੁਗਤ... बिचोलीम के एएसआई निलेश फोगेरी को स्वाभ... ମହଙ୍ଗା ହେଲା ବସ୍ ଯାତ୍ରା: ସବୁ ବର୍ଗର ବସଭଡ଼... କଣ୍ଟେନର ଗାଡ଼ି ଉପରେ ପଡ଼ିଗଲା ଲୁହା ଗାର୍ଡର ବୈତରଣୀରେ ବୁଡ଼ ପକାଇବା ବେଳେ ବୁଡ଼ିଗଲେ ଦମ୍ପ...
13 Nov 2026•
ગુજરાતી मराठी ਪੰਜਾਬੀ বাংলা
Agriculture

ଭୂମିହୀନ କୃଷି ଶ୍ରମିକଙ୍କ ବାର୍ଷିକ ଆୟ ସୀମା ଲକ୍ଷେରୁ ଦେଢ଼ଲକ୍ଷ ଟଙ୍କାକୁ ବଢ଼ାଇଲେ ସରକାର

✍️ Reporter: Deepak Mahapatra 🗓 13 Nov 2026, 12:37 PM 👁 9
Share: 💬 WhatsApp 📘 Facebook 𝕏 Post
ଦୀର୍ଘ ପ୍ରାୟ ତିନି ବର୍ଷ ପରେ ଲକ୍ଷାଧିକ ଭୂମିହୀନ କୃଷି ଶ୍ରମିକଙ୍କ ବାର୍ଷିକ ଆୟସୀମାକୁ ବୃଦ୍ଧି କରିଛନ୍ତି ରାଜ୍ୟର କ୍ଷମତାସୀନ ବିଜେପି ସରକାର। ୨୦୨୩ ମସିହା ଫେବୃୟାରୀରେ ଧାର୍ଯ୍ୟ ହୋଇଥିବା ୧ ଲକ୍ଷ ଟଙ୍କାର ବାର୍ଷିକ ଆୟସୀମା ଯୋଗୁଁ ଯେଉଁ ଗରିବ କୃଷି ଶ୍ରମିକ ପରିବାରଗୁଡ଼ିକ 'ଭୂମିହୀନ କୃଷି ଶ୍ରମିକ' ମାନ୍ୟତା ପାଇବାରୁ ତଥା ଚାଷ ଉଦ୍ଦେଶ୍ୟରେ ସରକାରୀ ଜମି ବନ୍ଦୋବସ୍ତ ସୁବିଧାରୁ ବଂଚିତ ହେଉଥିଲେ, ସେମାନଙ୍କ ପାଇଁ ଏବେ ବାଟ ଫିଟିଛି।
ଓଡ଼ିଶା ସରକାର ୨୦୨୩ ମସିହାର ପୁରୁଣା ବିଜ୍ଞପ୍ତିକୁ ସମ୍ପୂର୍ଣ୍ଣ ବାତିଲ କରି ଭୂମିହୀନ କୃଷି ଶ୍ରମିକଙ୍କ ବାର୍ଷିକ ଆୟ ସୀମାକୁ ଆଜି ଏକ ଲକ୍ଷରୁ ଦେଢ଼ଲକ୍ଷ ଟଙ୍କାକୁ ବୃଦ୍ଧି କରିଛନ୍ତି।
ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଆଜି ପ୍ରକାଶିତ ବିଜ୍ଞପ୍ତି ଅନୁସାରେ, ରାଜ୍ୟର ଭୂମିହୀନ କୃଷି ଶ୍ରମିକଙ୍କ ପାଇଁ ଏହି ନୂଆ ଆୟ ସୀମା ନିର୍ଦ୍ଧାରଣ କରାଯାଇଛି। ଓଡ଼ିଶା ସରକାରୀ ଜମି ବନ୍ଦୋବସ୍ତ ଅଧିନିୟମ, ୧୯୬୨ (୧୯୬୨ର ଓଡ଼ିଶା ଅଧିନିୟମ ୩୩) ର ଧାରା ୨ର ପ୍ରାବଧାନ ଆଧାରରେ ରାଜ୍ୟ ସରକାର ୨୦୨୩ ମସିହା ଫେବୃଆରୀ ୨୨ ତାରିଖରେ ଜାରି ବିଜ୍ଞପ୍ତିକୁ ରଦ୍ଦ କରି ଆଜି ସଂଶୋଧିତ ବିଜ୍ଞପ୍ତି ଜାରି କରିଛନ୍ତି।
ଏହି ନିଷ୍ପତ୍ତିକୁ ତୁରନ୍ତ କାର୍ଯ୍ୟକାରୀ କରିବା ପାଇଁ ରାଜସ୍ୱ ବିଭାଗ ପକ୍ଷରୁ ସମସ୍ତ ଆରଡିସି, ଜିଲ୍ଲାପାଳ, ରାଜସ୍ୱ ପର୍ଷଦର ସଚିବ, ଭୂସଂସ୍କାର ଆୟୁକ୍ତ, ଜମି ରେକର୍ଡ ଓ ବନ୍ଦୋବସ୍ତ ଆୟୁକ୍ତ, ଜମି ରେକର୍ଡ, ସର୍ଭେ ଓ ଚକବନ୍ଦୀ ନିର୍ଦ୍ଦେଶକ ଓ ଆଇଜିଆରଙ୍କୁ ଅବଗତ କରାଯାଇଛି।
ରାଜ୍ୟ ସରକାରଙ୍କ ଏହି ସଂଶୋଧିତ ଆୟସୀମା ଲାଗୁ ହେବା ଫଳରେ ଗ୍ରାମାଂଚଳର ହଜାର ହଜାର ଭୂମିହୀନ କୃଷି ଶ୍ରମିକ ପରିବାର ଏବେ ସହଜରେ ଆୟ ପ୍ରମାଣପତ୍ର ପାଇପାରିବେ। ବିଶେଷକରି ବାସଗୃହ ନିର୍ମାଣ ପାଇଁ ସରକାରୀ ଜମି ଆବଣ୍ଟନ ଓ ବିଭିନ୍ନ କୃଷିଭିତ୍ତିକ କଲ୍ୟାଣକାରୀ ଯୋଜନାରେ ସେମାନଙ୍କୁ ଅନ୍ତର୍ଭୁକ୍ତ କରିବା କ୍ଷେତ୍ରରେ ପୂର୍ବରୁ ରହିଥିବା ବୈଷୟିକ ବାଧା ସମ୍ପୂର୍ଣ୍ଣ ଦୂର ହୋଇପାରିବ ବୋଲି ରାଜସ୍ୱ ବିଭାଗ ସୂତ୍ରରୁ ଜଣାପଡ଼ିଛି।
ସୂଚନାଯୋଗ୍ୟ, ଭୂମିହୀନ କୃଷି ଶ୍ରମିକଙ୍କ ବାର୍ଷିକ ଆୟସୀମା ୨୦୧୮ ମସିହାରେ ୪୦ହଜାର ଟଙ୍କା ଥିଲା। ଯାହାକୁ ୨୦୨୩ ମସିହା ଫେବୃଆରୀ ମାସରେ ୧ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଥିଲା। ଏବେ ରାଜ୍ୟର ବିଜେପି ସରକାର ସେହି ଆୟସୀମାକୁ ଦେଢ଼ଲକ୍ଷ ଟଙ୍କାକୁ ବଢ଼ାଇ ଦେଇଛନ୍ତି।
📲Get App