🔥 TRENDING Amul raises fresh milk pouch prices by... Sensex climbs 150 points to 82,000 as... South Gujarat’s inaugural jungle safar... Zameer Ahmed Khan to Meet CM DK Shivak... Power Outage Hits 40 Bhopal Localities... મહાદેવ મંદિરની બાજુમાં માં જોગણીની ઉજવ...
12 Nov 2026•
ગુજરાતી मराठी ਪੰਜਾਬੀ বাংলা
Local

ମିଶନ ଶକ୍ତି ଗୃହ ସମ୍ମୁଖରେ ଅସ୍ୱାସ୍ଥ୍ୟକର ପରିବେଶ! ପ୍ରଶାସନର ନିଦ କେବେ ଭାଙ୍ଗିବ?

✍️ Reporter: Deepak Mahapatra 🗓 12 Nov 2026, 12:21 PM 👁 8
Watch on: 📘 Facebook
Share: 💬 WhatsApp 📘 Facebook 𝕏 Post
ନୟାଗଡ଼ ଜିଲ୍ଲାରୁ ବିଶେଷ ଖବର।
ନୟାଗଡ଼ ଜିଲ୍ଲା ବଡ଼ ପାଣ୍ଡୁସରା ଗ୍ରାମରେ ଥିବା ମିଶନ ଶକ୍ତି ଗୃହର ଅବସ୍ଥା ଦିନକୁ ଦିନ ଚିନ୍ତାଜନକ ହେବାରେ ଲାଗିଛି। ଯେଉଁ ସ୍ଥାନରେ ମହିଳାମାନେ ଏକାଠି ହୋଇ ନିଜର ସ୍ୱାବଲମ୍ବନ ଓ ଆତ୍ମନିର୍ଭରଶୀଳତାର ସ୍ୱପ୍ନ ଦେଖୁଛନ୍ତି, ସେହି ସ୍ଥାନ ଆଜି ଅସ୍ୱାସ୍ଥ୍ୟକର ପରିବେଶର ଶିକାର ହୋଇଛି।
ମିଶନ ଶକ୍ତି ଗୃହ ଥିବା ସ୍ଥାନରେ କିଛି ଅସାମାଜିକ ବ୍ୟକ୍ତି ମଳତ୍ୟାଗ କରିବା ସହିତ ଗୁଟଖା, ପାନ ଓ ପୁଡ଼ିଆ ଖାଇ ଛେପ ପକାଉଥିବା ଅଭିଯୋଗ ହେଉଛି। ଫଳରେ ସେହି ଅଞ୍ଚଳରେ ଅପରିଷ୍କାର ପରିବେଶ ସୃଷ୍ଟି ହେବା ସହ ମହିଳା ମିଶନ ଶକ୍ତି କର୍ମୀମାନେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି।
କେବଳ ଏତିକି ନୁହେଁ, ମିଶନ ଶକ୍ତି ଗୃହକୁ ଯିବା ପାଇଁ ଉପଯୁକ୍ତ ରାସ୍ତାର ମଧ୍ୟ ଅଭାବ ରହିଛି। ଯାହାଫଳରେ ମହିଳା କର୍ମୀମାନଙ୍କୁ ଯାତାୟାତ କରିବାରେ ବହୁତ ହଇରାଣ ହେବାକୁ ପଡ଼ୁଛି।
ସବୁଠାରୁ ବଡ଼ ପ୍ରଶ୍ନ ହେଉଛି, ଏହି ସମସ୍ୟା ପ୍ରତି ସ୍ଥାନୀୟ ଗ୍ରାମପଞ୍ଚାୟତର ସରପଞ୍ଚ, ପ୍ରଶାସନ ଏବଂ ଜନପ୍ରତିନିଧିମାନଙ୍କ ନଜର କାହିଁକି ପଡ଼ୁନାହିଁ? ମହିଳାଙ୍କ ସଶକ୍ତିକରଣ ପାଇଁ ସରକାର ଅନେକ ଯୋଜନା କରୁଥିବା ବେଳେ ମିଶନ ଶକ୍ତି ଗୃହର ଏଭଳି ଅବ୍ୟବସ୍ଥା କାହିଁକି?
ମହିଳାମାନଙ୍କ ସୁରକ୍ଷା, ସମ୍ମାନ ଓ ସୁବିଧା ପ୍ରତି ଯଦି ଏଭଳି ଅବହେଳା ଜାରି ରହେ, ତେବେ ମହିଳା ସଶକ୍ତିକରଣର ସ୍ଲୋଗାନ କେତେଦୂର ସଫଳ ହେବ?
ତେଣୁ ସ୍ଥାନୀୟ ପ୍ରଶାସନ, ସରପଞ୍ଚ ଏବଂ ସମ୍ପୃକ୍ତ ଜନପ୍ରତିନିଧିମାନଙ୍କୁ ଅନୁରୋଧ, ତୁରନ୍ତ ଏହି ସମସ୍ୟାର ସମାଧାନ କରାଯାଉ। ମିଶନ ଶକ୍ତି ଗୃହ ନିକଟରେ ସଫେଇ ବ୍ୟବସ୍ଥା କରାଯିବା ସହ ଉପଯୁକ୍ତ ରାସ୍ତା ନିର୍ମାଣ କରାଯାଉ।
କାରଣ ମହିଳାଙ୍କ ସମ୍ମାନ ଓ ସୁରକ୍ଷା କେବଳ ଭାଷଣରେ ନୁହେଁ, ବରଂ କାର୍ଯ୍ୟରେ ପ୍ରତିଫଳିତ ହେବା ଦରକାର।
ଏବେ ଦେଖିବାକୁ ବାକି ରହିଲା, ଏହି ଖବର ପ୍ରସାରଣ ପରେ ପ୍ରଶାସନର ନିଦ ଭାଙ୍ଗୁଛି କି ନାହିଁ ଏବଂ ବଡ଼ ପାଣ୍ଡୁସରା ଗ୍ରାମର ମହିଳାମାନଙ୍କ ସମସ୍ୟାର ସମାଧାନ କେବେ ହେଉଛି।
📲Get App