🔥 TRENDING Onion Crop withers in Dharashiv due to... Farmers in Buldhana Thwart Debt Collec... Indian TTE Insults Passenger, Faces Di... निर्वाचक नामावली प्रकाशन संबंधी बैठक‑प... Uttar Pradesh Teen Saves Herself From... Amar Ujala Provides Latest Bihar News...
11 Nov 2026•
ગુજરાતી मराठी ਪੰਜਾਬੀ বাংলা

ରାଜସ୍ୱ ସମୀକ୍ଷା ବୈଠକରେ ଜଳ ସଂରକ୍ଷଣ ଓ ଉନ୍ନୟନ ପ୍ରକଳ୍ପ ଉପରେ ଗୁରୁତ୍ୱ

✍️ Reporter: Sukumar Mandal 🗓 11 Nov 2026, 08:09 AM 👁 13
Share: 💬 WhatsApp 📘 Facebook 𝕏 Post
ମାଲକାନଗିରି, ୧୦ ନଭେମ୍ବର : ଜିଲ୍ଲାର ସାମଗ୍ରିକ ବିକାଶ, ରାଜସ୍ୱ ପ୍ରଶାସନରେ ସ୍ୱଚ୍ଛତା ଏବଂ ଜଳ ସୁରକ୍ଷାକୁ ଗୁରୁତ୍ୱ ଦେଇ ମାଲକାନଗିରି ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଜିଲ୍ଲାସ୍ତରୀୟ ମାସିକ ରାଜସ୍ୱ ସମୀକ୍ଷା, ପିଏମଜି ପ୍ରଗତି ଏବଂ ଜଳ ସୁରକ୍ଷା କାର୍ଯ୍ୟ ଯୋଜନା ସମ୍ପର୍କିତ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି।

ବୈଠକରେ ଜିଲ୍ଲାର ବିଭିନ୍ନ ରାଜସ୍ୱ ମାମଲା, ଜମି ପଟ୍ଟା ବଣ୍ଟନ, ରାଜସ୍ୱ ଆଦାୟ ଓ ଜନକଲ୍ୟାଣକାରୀ ପ୍ରକଳ୍ପଗୁଡ଼ିକର ଅଗ୍ରଗତି ସମ୍ପର୍କରେ ବିସ୍ତୃତ ସମୀକ୍ଷା କରାଯାଇଥିଲା। ସମସ୍ତ ଉନ୍ନୟନମୂଳକ ପ୍ରକଳ୍ପକୁ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଉଚ୍ଚମାନର ସହ ସମ୍ପୂର୍ଣ୍ଣ କରିବାକୁ ଜିଲ୍ଲାପାଳ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ଏଥିସହ ଜିଲ୍ଲାର ଜଳ ସୁରକ୍ଷା କାର୍ଯ୍ୟ ଯୋଜନା ଉପରେ ସ୍ୱତନ୍ତ୍ର ଆଲୋଚନା ହୋଇଥିଲା। ପ୍ରୋଜେକ୍ଟର ମାଧ୍ୟମରେ ଲୁଜ୍ ବୋଲ୍ଡର ଷ୍ଟ୍ରକଚର ଭଳି ସ୍ୱଳ୍ପ ଖର୍ଚ୍ଚରେ ଜଳ ସଂରକ୍ଷଣ କରିବାର ବିଭିନ୍ନ ପଦ୍ଧତି ପ୍ରଦର୍ଶିତ ହୋଇଥିଲା। ଆଗାମୀ ଦିନରେ ବୃଷ୍ଟିଜଳ ଅମଳ, ନଦୀବନ୍ଧର ସଠିକ୍ ପରିଚାଳନା ଏବଂ ସମସ୍ତଙ୍କ ନିକଟରେ ବିଶୁଦ୍ଧ ପାନୀୟ ଜଳ ପହଞ୍ଚାଇବା ଉପରେ ପ୍ରଶାସନ ପକ୍ଷରୁ ବ୍ୟାପକ ପଦକ୍ଷେପ ନେବାକୁ ଗୁରୁତ୍ୱ ଦିଆଯାଇଥିଲା।

ଜନସାଧାରଣଙ୍କ ସମସ୍ୟାର ତ୍ୱରିତ ସମାଧାନ ଓ ସରକାରୀ ଯୋଜନାର ସଫଳ ରୂପାୟନ ପ୍ରଶାସନର ପ୍ରମୁଖ ପ୍ରାଥମିକତା ବୋଲି ଜିଲ୍ଲାପାଳ କହିଥିଲେ। ଜଳ ସଂରକ୍ଷଣ ଦିଗରେ ବ୍ୟବହାରିକ ପଦକ୍ଷେପ ନେବା ସହ ଜିଲ୍ଲାରେ ଚାଲୁ ରହିଥିବା ସମସ୍ତ ପ୍ରକଳ୍ପକୁ ଧାର୍ଯ୍ୟ ସମୟ ପୂର୍ବରୁ ଶେଷ କରିବା ପାଇଁ ସମସ୍ତ ବିଭାଗ ସମନ୍ୱୟ ରକ୍ଷା କରି ଆନ୍ତରିକତାର ସହ କାର୍ଯ୍ୟ କରିବାକୁ ସେ ପରାମର୍ଶ ଦେଇଥିଲେ।

ଏହି ବୈଠକରେ ଡିଏଫଓ ସାଇ କିରଣ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ବେଦବର ପ୍ରଧାନ, ସିଡିଓ-କମ୍-ଇଓ ଦାଶରଥୀ ସରାବୁ, ପିଏ ଆଇଟିଡିଏ ହଳଧର ଶବର ଏବଂ ଉପଜିଲ୍ଲାପାଳ ଦୁର୍ଯ୍ୟୋଧନ ଭୋଇଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ଉପସ୍ଥିତ ଥିଲେ।
📲Get App