🔥 TRENDING सहारनपुर: गर्भवती महिला से गैंगरेप माम... Defence Minister Rajnath Singh to Visi... Sikkim High Court Suspends Mangan Dist... Mizoram to Train 5,500 Students in AI... Mizoram Limits Deepawali Celebrations... Home Department Promotes 6,800 Bihar P...
07 Nov 2026•
ગુજરાતી मराठी ਪੰਜਾਬੀ বাংলা
Crime

ଚାକିରି ଆରମ୍ଭରୁ ଲାଞ୍ଚ; ସବ୍-ରେଜିଷ୍ଟ୍ରାରଙ୍କୁ ବାନ୍ଧିଲା ଭିଜିଲାନ୍ସ

✍️ Reporter: Deepak Mahapatra 🗓 07 Nov 2026, 01:11 PM 👁 15
Share: 💬 WhatsApp 📘 Facebook 𝕏 Post
ଚାକିରି ଆରମ୍ଭରୁ ଟଙ୍କା ଲୋଭ ତାଙ୍କୁ ବେଶ୍ ମହଙ୍ଗା ପଡ଼ିଛି। ଓଡ଼ିଶା ରାଜସ୍ୱ ସେବା (ଓଆରଏସ୍) ଅଧିକାରୀ ତଥା ବାଲେଶ୍ୱର ଜିଲ୍ଲା ବାଲିଆପାଳ ସବ୍-ରେଜିଷ୍ଟ୍ରାର ମନୀଷା ମିଶ୍ରଙ୍କୁ ଆଜି ଭିଜିଲାନ୍ସ ଗିରଫ କରି କୋର୍ଟ ଚାଲାଣ କରିଛି। ଗତକାଲି ସେ ଜଣେ ବ୍ୟକ୍ତିଙ୍କଠାରୁ ୭ ହଜାର ଟଙ୍କା ଲାଞ୍ଚ ନେଲା ବେଳେ ଧରାପଡ଼ିଥିଲେ।
ମନୀଷା ମିଶ୍ର ୨୦୨୪ ମସିହାରେ ଚାକିରିରେ ଯୋଗ ଦେଇଥିଲେ। ସେ ବର୍ତ୍ତମାନ ପ୍ରୋବେସନ୍ ଅବଧିରେ ଥିବାବେଳେ ବାଲିଆପାଳରେ ସବ୍‌-ରେଜିଷ୍ଟ୍ରାର ଭାବେ ନିଯୁକ୍ତ ହୋଇଥିଲେ।
୦.୧୪ ଡିସିମିଲ୍ ପରିମିତ ଏକ ‘ବାଜ୍ୟାପ୍ତି ସ୍ଥିତିବାନ’ କିସମ ଜମିର ବିକ୍ରୟ କବଲା ପଞ୍ଜୀକରଣ କରିବା ପାଇଁ ଉକ୍ତ ବ୍ୟକ୍ତି ଜଣଙ୍କ ବାଲିଆପାଳ ସବ୍‌-ରେଜିଷ୍ଟ୍ରାର ମନୀଷା ମିଶ୍ରଙ୍କୁ ଅନୁରୋଧ କରିଥିଲେ। ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ (R&DM)ର ନିର୍ଦ୍ଦେଶାବଳୀ ଅନୁଯାୟୀ ଏହି କିସମର ଜମିକୁ ସ୍ଥିତିବାନ ଭାବେ ବିବେଚନା କରାଯାଇ ପଞ୍ଜୀକରଣ କରାଯାଇପାରିବ। ଏନେଇ ସେ ବାରମ୍ବାର ଅନୁରୋଧ କରିଥିଲେ ମଧ୍ୟ ସବ୍‌-ରେଜିଷ୍ଟ୍ରାର ତାଙ୍କ କଥା ଶୁଣିନଥିଲେ।
ଅଭିଯୋଗ ଅନୁସାରେ, ଏହି କାମ କରାଇଦେବା ପାଇଁ ପ୍ରଥମେ ୧୦ ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ ସବ୍‌-ରେଜିଷ୍ଟ୍ରାର ମନୀଷା ମିଶ୍ର। ଅଭିଯୋଗକାରୀ ଏତେ ଟଙ୍କା ଦେବାକୁ ଅସମର୍ଥତା ପ୍ରକାଶ କରିବାରୁ ସେ ଲାଞ୍ଚ ପରିମାଣ ୭ ହଜାର ଟଙ୍କାକୁ କମାଇ ଦେଇଥିଲେ। ଏଥିରେ ଅତିଷ୍ଠ ଅଭିଯୋଗକାରୀ ଜଣଙ୍କ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ।
ଯୋଜନା ମୁତାବକ ଗତକାଲି ସେ ସବ୍-ରେଜିଷ୍ଟ୍ରାର ମନୀଷା ମିଶ୍ରଙ୍କୁ ଭେଟି ୭ ହଜାର ଟଙ୍କା ଦେଇଥିଲେ। ସେ ଲାଞ୍ଚ ଅର୍ଥ ନେଉଥିବା ବେଳେ ତାଙ୍କୁ ଧରିଥିଲେ ଭିଜିଲାନ୍ସ ଅଧିକାରୀ। ତାଙ୍କ ନିକଟରୁ ସମସ୍ତ ଲାଞ୍ଚ ଟଙ୍କା ଜବତ କରାଯାଇଥିଲା। ଏହା ପରେ ତାଙ୍କର ଦୁଇଟି ଠିକଣାରେ ଚଢ଼ାଉ କରିଥିଲା ଭିଜିଲାନ୍ସ ଟିମ୍। ସେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିଥିବା ସନ୍ଦେହରେ ଏହି ଚଢ଼ାଉ କରାଯାଇଥିଲା।
ଏହି ଘଟଣାକୁ ନେଇ ବାଲେଶ୍ୱର ଭିଜିଲାନ୍ସ ଥାନାରେ ଏକ ମାମଲା ରୁଜୁ ହୋଇଛି। ଏହା ସହିତ ସବ୍‌-ରେଜିଷ୍ଟ୍ରାର ମନୀଷା ମିଶ୍ରଙ୍କ ବିରୋଧରେ ତଦନ୍ତ ଜାରି ରହିଛି।
📲Get App