🔥 TRENDING Sanjay Raut raises NCP merger issue, s... નવી સિવિલ હોસ્પિટલમાં વર્ગ‑૪ કર્મચારીઓ... Uttar Pradesh Govt Mulls Rs 50,000 Wom... Delhi Court Orders Bullet‑Proof Jacket... हनुमानगढ़ के पुलिस अधीक्षक बी. आदित्य... Explosion at Ghaziabad Police Outpost...
07 Nov 2026•
ગુજરાતી मराठी ਪੰਜਾਬੀ বাংলা
Education

ଦଶମ ଶ୍ରେଣୀ ଛାତ୍ରୀ ପୁତ୍ର ସନ୍ତାନ ପ୍ରସବ କରିବା ଘଟଣା; ପ୍ରଧାନଶିକ୍ଷୟିତ୍ରୀ ନିଲମ୍ବିତ

✍️ Reporter: Deepak Mahapatra 🗓 07 Nov 2026, 01:45 PM 👁 15
Share: 💬 WhatsApp 📘 Facebook 𝕏 Post
ମୟୂରଭଞ୍ଜ ଜିଲ୍ଲା ବେତନଟୀ ବ୍ଲକ ଅଞ୍ଚଳରେ ଏକ ସରକାରୀ ବିଦ୍ୟାଳୟର ଛାତ୍ରୀନିବାସରେ ରହି ଦଶମ ଶ୍ରେଣୀରେ ପଢ଼ୁଥିବା ଜଣେ ଛାତ୍ରୀ ସନ୍ତାନ ପ୍ରସବ କରିବା ଘଟଣାରେ ପ୍ରଧାନଶିକ୍ଷୟିତ୍ରୀଙ୍କୁ ନିଲମ୍ବନ କରାଯାଇଛି। ପ୍ରଧାନଶିକ୍ଷୟିତ୍ରୀ ନମିତା ମାଝିଙ୍କୁ ନିଳମ୍ବନ କରାଯାଇଥିବା ନେଇ ବେତନଟୀ ବିଇଓ ବିପ୍ଳବ କର ସୂଚନା ଦେଇଛନ୍ତି।
ଏହି ଛାତ୍ରୀ ଜଣଙ୍କ ନିକଟରେ କିଛି ଦିନ ଘରେ ରହି ହଷ୍ଟେଲକୁ ଫେରିଥିଲେ। ଗତ ମଙ୍ଗଳବାର ସେ ଅସୁସ୍ଥ ଅନୁଭବ କରିଥିଲେ। ଧୀରେ ଧୀରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଅବନ୍ନତି ହେବାରୁ ସ୍କୁଲ କର୍ତ୍ତୃପକ୍ଷ ତାଙ୍କୁ ବେତନଟୀ ଡାକ୍ତରଖାନାକୁ ନେଇଥିଲେ। ସେଠାରେ ସ୍ୱାସ୍ଥ୍ୟ ପରୀକ୍ଷା ପରେ ଜଣାପଡ଼ିଥିଲା ଯେ ସେ ୭ ମାସର ଗର୍ଭବତୀ ଅଛନ୍ତି। ଡାକ୍ତରଙ୍କ ପରାମର୍ଶକ୍ରମେ ତାଙ୍କୁ ବାରିପଦା ସ୍ଥିତ ପିଆରଏମ୍ ମେଡିକାଲ କଲେଜ ଓ ହସ୍‌ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ଗତକାଲି ସକାଳେ ସେ ସେଠାରେ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲେ।
ଜଣେ ଦଶମ ଶ୍ରେଣୀ ଛାତ୍ରୀ ମା’ ହେବା ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲିଟିଛି। ଏହାକୁ ନେଇ ସମସ୍ତେ ଅସନ୍ତୋଷ ପ୍ରକାଶ କରିଛନ୍ତି। ସେ କେମିତି ଗର୍ଭବତୀ ହେଲେ, ହଷ୍ଟେଲ କର୍ତ୍ତୃପକ୍ଷ କେମିତି ଜାଣିପାରିଲେ ନାହିଁ, ତାକୁ ନେଇ ଉଠିଥିଲା ପ୍ରଶ୍ନ। ସ୍କୁଲରେ ପ୍ରତି ମାସରେ ପିଲାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଉଛି। ବାଳିକା ହଷ୍ଟେଲ ମାନଙ୍କରେ ଛାତ୍ରୀମାନଙ୍କ ପାଇଁ ଅନେକ ପ୍ରୋଟୋକଲ ରହିଛି। ତଥାପି ଝିଅଟି ଗର୍ଭବତୀ ଥିବା କଥା କେମିତି ଜଣାପଡ଼ିଲାନି ବୋଲି ପ୍ରଶ୍ନ ଉଠିଛି। ଏମିତିକି ସ୍କୁଲ ହଷ୍ଟେଲରେ ଛାତ୍ରମାନଙ୍କ ସୁରକ୍ଷାକୁ ନେଇ ବି ପ୍ରଶ୍ନ ଉଠିଛି। ଏହି ଘଟଣାକୁ ନେଇ ଗତକାଲି ସ୍କୁଲ ପରିସରରେ ଉତ୍ତେଜନା ପ୍ରକାଶ ପାଇଥିଲା।
ଏହି ମାମଲା ସାମ୍ନାକୁ ଆସିବା ପରେ ସ୍ଥାନୀୟ ପୁଲିସ ଏବଂ ଶିଶୁ ସୁରକ୍ଷା ସମିତି (CWC) ପକ୍ଷରୁ ତତ୍ପରତା ପ୍ରକାଶ ପାଇଥିଲା। ଘଟଣାର ଗୁରୁତ୍ୱକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ଏକ ସ୍ୱତନ୍ତ୍ର ଟିମ୍‌କୁ ତଦନ୍ତ ପାଇଁ ସ୍କୁଲକୁ ପଠାଇଥିଲେ। ସେମାନେ ଜିଲ୍ଲାପାଳଙ୍କୁ ତଦନ୍ତ ରିପୋର୍ଟ ଦେଇଥିଲେ। ସ୍କୁଲ କାର୍ଯ୍ୟରେ ଅବହେଳା ପ୍ରଦର୍ଶନ କରାଯାଇଥିବା ଯୋଗୁ ପ୍ରଧାନ ଶିକ୍ଷୟିତ୍ରୀ ନମିତା ମାଝିଙ୍କୁ ନିଳମ୍ବିତ କରାଯାଇଥିବା ବିଇଓ କହିଛନ୍ତି।
ଅନ୍ୟପକ୍ଷରେ ସନ୍ତାନ ପ୍ରସବ ପରେ ଛାତ୍ରୀଙ୍କ ସ୍ୱାସ୍ଥ୍ୟାବସ୍ଥା ଠିକ୍ ଥିବାବେଳେ ପୁଲିସ୍ ପାଖରେ ଏନେଇ କୌଣସି ଅଭିଯୋଗ ହୋଇ ନଥିବା ଜଣାପଡ଼ିଛି।
📲Get App