🔥 ट्रेंडिंग छत्तीसगढ़ ने दिवाली के अवसर पर 1,703 स... पंचायतीराज चुनाव के तीसरे चरण मे ं 4 प... कलेक्टर ने स्वदेशी उत्पाद अपनाने की अप... सुप्रीम कोर्ट ने कहा अनिवार्य सेवानिवृ... पंजाब में भूसा जलाने के 3,000 से अधिक... छत्तीसगढ़ स्टेट पावर कंपनी ने 2026 में...
07 नव. 2026•
ગુજરાતી मराठी ਪੰਜਾਬੀ বাংলা
शिक्षा

୩୦ ହଜାର ନେଇ ଧରାପଡ଼ିଲେ; ଚଢ଼ାଉ ବେଳେ ପୁଳାପୁଳା ସଂପତ୍ତି ଠାବ, ନଗଦ ୫.୧୬ ଲକ୍ଷ ଟଙ୍କା ଜବତ

✍️ रिपोर्टर: Deepak Mahapatra 🗓 07 नव. 2026, 03:25 PM 👁 15
शेयर करें: 💬 WhatsApp 📘 Facebook 𝕏 Post
ଅତିଥି ଇନ୍‌ଷ୍ଟ୍ରକ୍ଟରଙ୍କଠାରୁ ୩୦ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଥିବା ବଲାଙ୍ଗିର ସରକାରୀ ଆଇଟିଆଇର ଅଧ୍ୟକ୍ଷ ସୁରେଶ କୁମାର ଦଳବେହେରା ଠୁଳ କରିଛନ୍ତି ପୁଳାପୁଳା ସମ୍ପତ୍ତି। ତାଙ୍କର ଏକାଧିକ ଠିକଣାରେ ଭିଜିଲାନ୍ସ ଚଢ଼ାଉ କରିବା ପରେ ସାମ୍ନାକୁ ଆସିଛି ତାଙ୍କର ସମ୍ପତ୍ତି ସଂପର୍କିତ ତଥ୍ୟ।
ଅଧ୍ୟକ୍ଷ ଶ୍ରୀ ଦଳବେହେରା ଓ ତାଙ୍କ ପରିବାର ଲୋକଙ୍କ ନାଁରେ ୨ଟି କୋଠା ଓ ୧୧ଟି ମୂଲ୍ୟବାନ ପ୍ଲଟ ଥିବା ବେଳେ ତାଙ୍କ ଘରୁ ୨୬୨ ଗ୍ରାମ ସୁନା ଅଳଙ୍କାର, ଅଢ଼େଇ କେଜି ରୁପା ସହିତ ନଗଦ ୫ ଲକ୍ଷ ୧୬ ହଜାର ଟଙ୍କା ଜବତ କରାଯାଇଛି। ତାଙ୍କର ଗୋଟିଏ କାର ଓ ୩ଟି ଦୁଇ ଚକିଆ ଗାଡ଼ି ଅଛି।
୨ଟି କୋଠା ମଧ୍ୟରୁ ଗୋଟିଏ ହେଉଛି ଦ୍ୱିମହଲା, ଯାହା ରାଉରକେଲାରେ ଅଛି। ୧୧ଟି ମୂଲ୍ୟବାନ ପ୍ଲଟ୍‌ଗୁଡ଼ିକ ରାଉରକେଲା, ସୁନ୍ଦରଗଡ଼, ଜଟଣୀ, କଟକ ଓ କେନ୍ଦ୍ରାପଡ଼ାର ମହାକାଳପଡ଼ାରେ ଅଛି।
ଅଧ୍ୟକ୍ଷ ଶ୍ରୀ ଦଳବେହେରାଙ୍କୁ ଭିଜିଲାନ୍ସ ଗିରଫ କରି କୋର୍ଟ ଚାଲାଣ କରିଛି। ସେ ଏତେ ସମ୍ପତ୍ତି କିପରି ଠୁଳ କଲେ, ତା’ର ସନ୍ତୋଷଜନକ ଉତ୍ତର ଦେଇ ନପାରିବାରୁ ତାଙ୍କୁ ଗିରଫ କରିଥିଲା ଭିଜିଲାନ୍ସ।
ବଲାଙ୍ଗିର ସରକାରୀ ଆଇଟିଆଇର ୯ ଜଣ ଅତିଥି ଇନ୍‌ଷ୍ଟ୍ରକ୍ଟରଙ୍କୁ ମୋଟ ୧ ଲକ୍ଷ ୧୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଅତିଥି ଇନ୍‌ଷ୍ଟ୍ରକ୍ଟର ଭାବେ ଆଗକୁ ସେମାନଙ୍କୁ ନିୟୋଜିତ କରି ରଖିବାକୁ ତଥା ନିୟମିତ ଭାବେ ଦରମା ପ୍ରଦାନ କରିବାକୁ ସେ ଏହି ଲାଞ୍ଚ ମାଗିଥିଲେ। ଲାଞ୍ଚ ନଦେଲେ ସେମାନଙ୍କୁ ଦରମା ନଦେବାକୁ ତଥା ବାହାର କରି ଦେବାକୁ ଅଧ୍ୟକ୍ଷ ଶ୍ରୀ ଦଳବେହେରା ଧମକ ଦେଇଥିଲେ।
ଅନ୍ୟ କୌଣସି ଉପାୟ ନପାଇ ଏହି ଅତିଥି ଇନ୍‌ଷ୍ଟ୍ରକ୍ଟରମାନେ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ। ଯୋଜନା ପ୍ରକାରେ ଗତକାଲି ଜଣେ ଅତିଥି ଇନ୍‌ଷ୍ଟ୍ରକ୍ଟର ଅଧ୍ୟକ୍ଷଙ୍କୁ ଭେଟି ୩୦ ହଜାର ଟଙ୍କା ଦେଇଥିଲେ। ଏହା ଥିଲା ସେ ମାଗିଥିବା ୧ ଲକ୍ଷ ୧୫ ହଜାର ଟଙ୍କର ପ୍ରଥମ କିସ୍ତି। ସେ ବଲାଙ୍ଗିର ରେଳ ଷ୍ଟେସନରେ ଏହି ଟଙ୍କା ଗ୍ରହଣ କରିବା ପରେ ଭିଜିଲାନ୍ସ ଟିମ୍ ତାଙ୍କୁ ଧରିଥିଲା। ତାଙ୍କ ପାଖରୁ ସମସ୍ତ ଲାଞ୍ଚ ଅର୍ଥ ଜବତ କରାଯାଇଥିଲା।
ଏହା ପରେ ଅଧ୍ୟକ୍ଷ ଶ୍ରୀ ଦଳବେହେରାଙ୍କ ୩ଟି ଠିକଣାରେ ଚଢ଼ାଉ କରାଯାଇଥିଲା। ଏହି ଘଟଣାରେ ସମ୍ବଲପୁର ଭିଜିଲାନ୍ସ ଥାନାରେ ଅଧ୍ୟକ୍ଷଙ୍କ ନାଁରେ ମାମଲା ରୁଜୁ କରାଯାଇଥିବା ବେଳେ ତଦନ୍ତ ଜାରି ରହିଛି।
📲Get App