🔥 TRENDING गुना जिले में लापरवाही दर्शाता वायरल व... BJP Accuses AAP of Ties to Punjab Drug... एमपीएल‑8 टूनामेंट का आरम्भ 7 नवंबर से,... Fire Devastates House in Tumni, South... Chief Minister Himanta Biswa Sarma Pay... ਵਿਦਿਆਰਥੀਆਂ ਨੇ ਰੈਲੀ ਕੱਢ ਕੇ ਲੋਕਾਂ ਨੂੰ ਪ੍...
05 Nov 2026•
ગુજરાતી मराठी ਪੰਜਾਬੀ বাংলা
Lifestyle

ପଞ୍ଚଭୂତରେ ଲୀନ ହେଲେ ଡାକ୍ତର ଅଶୋକ ମହାପାତ୍ର

✍️ Reporter: Deepak Mahapatra 🗓 05 Nov 2026, 12:36 PM 👁 12
Share: 💬 WhatsApp 📘 Facebook 𝕏 Post
ପଞ୍ଚଭୂତରେ ଲୀନ ହେଲେ ପଦ୍ମଶ୍ରୀ ପୁରସ୍କାର ପ୍ରାପ୍ତ ଦେଶର ପ୍ରଖ୍ୟାତ ସ୍ନାୟୁଶଲ୍ୟ ବିଶେଷଜ୍ଞ ଡାକ୍ତର ଅଶୋକ କୁମାର ମହାପାତ୍ର। ଶୋକାକୁଳ ପରିବେଶ ମଧ୍ୟରେ ପୁରୀ ସ୍ୱର୍ଗଦ୍ୱାରରେ ସମ୍ପନ୍ନ ହୋଇଛି ତାଙ୍କ ଶେଷକୃତ୍ୟ। ଝିଅ ଶୁଭଶ୍ରୀ ମହାପାତ୍ର ଓ ପୁତୁରା ଶୁଭାଶିଷ ମହାପାତ୍ର ମିଳିତ ଭାବେ ଦେଇଥିଲେ ମୁଖାଗ୍ନି।
ପୁରୀ ସ୍ୱର୍ଗଦ୍ୱାରରେ ଡାକ୍ତର ଅଶୋକ କୁମାର ମହାପାତ୍ର ମରଶରୀର ପହଞ୍ଚିବା ପରେ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ଓ ଏସପି ପ୍ରତୀକ ସିଂହ ପୁଷ୍ପମାଲ୍ୟ ପ୍ରଦାନ ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ପରେ ଉଭୟଙ୍କ ଉପସ୍ଥିତିରେ ତାଙ୍କୁ ରାଷ୍ଟ୍ରୀୟ ସମ୍ମାନ ପ୍ରଦାନ କରାଯାଇଥିଲା। ଡାକ୍ତର ଅଶୋକ କୁମାର ମହାପାତ୍ରଙ୍କୁ ଶେଷ ଦର୍ଶନ କରିବା ପାଇଁ ଶତାଧିକ ବ୍ୟକ୍ତି ବିଶେଷଙ୍କ ଗହଳି ଲାଗିଥିଲା। ପୁରୀ ସାଂସଦ ସମ୍ବିତ ପାତ୍ର ଓ ପୁରୀର ପୂର୍ବତନ ବିଧାୟକ ଜୟନ୍ତ ଷଡ଼ଙ୍ଗୀଙ୍କ ସମେତ ଅନେକ ଡାକ୍ତର ମଧ୍ୟ ଅନ୍ତିମ ସଂସ୍କାର ବେଳେ ଉପସ୍ଥିତ ଥିଲେ।
ପୁରୀ ସ୍ୱର୍ଗଦ୍ୱାରକୁ ଆଣିବା ପୂର୍ବରୁ ଡାକ୍ତର ଅଶୋକ କୁମାର ମହାପାତ୍ରଙ୍କ ପାର୍ଥିବ ଶରୀରକୁ ତାଙ୍କ ଜନ୍ମମାଟି ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଲକ ବୀରଗୋବିନ୍ଦପୁର ଗ୍ରାମକୁ ନିଆଯାଇଥିଲେ। ତାଙ୍କ ପରଲୋକ ଖବର ପାଇବା ପରଠୁ ଶୋକରେ ବୁଡ଼ି ରହିଥିଲା ପୂରା ଗାଁ। ଆଉ ଆଜି ମରଶରୀରକୁ ଦେଖି କେହି ଅଟକାଇ ପାରି ନଥିଲେ ଆଖିର ଅଶ୍ରୁକୁ। ଗ୍ରାମବାସୀଙ୍କଠାରୁ ଆରମ୍ଭ କରି ଆତ୍ମୀୟସ୍ୱଜନଙ୍କ ପର୍ଯ୍ୟନ୍ତ ସମସ୍ତେ ତାଙ୍କର ଶେଷ ଦର୍ଶନ କରିଥିଲେ।
📲Get App