🔥 TRENDING गुना जिले में लापरवाही दर्शाता वायरल व... BJP Accuses AAP of Ties to Punjab Drug... एमपीएल‑8 टूनामेंट का आरम्भ 7 नवंबर से,... Fire Devastates House in Tumni, South... Chief Minister Himanta Biswa Sarma Pay... ਵਿਦਿਆਰਥੀਆਂ ਨੇ ਰੈਲੀ ਕੱਢ ਕੇ ਲੋਕਾਂ ਨੂੰ ਪ੍...
05 Nov 2026•
ગુજરાતી मराठी ਪੰਜਾਬੀ বাংলা
Politics

କୋଟିଆକୁ ନେଇ ପୁଣି ମୁହାଁମୁହିଁ ସ୍ଥିତି: ଓଡ଼ିଶା ପ୍ରଶାସନ ବିରୁଦ୍ଧରେ ଗର୍ଜିଲେ ଆନ୍ଧ୍ରର ଆଦିବାସୀ ମନ୍ତ୍ରୀ ସନ୍ଧ୍ୟାରାଣୀ,ସୁରେଶଙ୍କ ଜବାବ

✍️ Reporter: Deepak Mahapatra 🗓 05 Nov 2026, 12:36 PM 👁 9
Share: 💬 WhatsApp 📘 Facebook 𝕏 Post
କୋଟିଆରେ ନିର୍ବାଚନକୁ ନେଇ ଆନ୍ଧ୍ର ପ୍ରଦେଶ ଓ ଓଡ଼ିଶା ମଧ୍ୟରେ ବିବାଦ ପୁଣିଥରେ ଉଗ୍ରରୂପ ଧାରଣ କରିଛି। କୋଟିଆରେ ପଂଚାୟତ ଓ ମଣ୍ଡଳ ନିର୍ବାଚନ ପାଇଁ ଆସିଥିବା ପୁଲିଂ ପାର୍ଟର୍ି ଫେରିଯିବା ପରେ ଆନ୍ଧ୍ରପ୍ରଦେଶର ଆଦିବାସୀ କଲ୍ୟାଣ ମନ୍ତ୍ରୀ ଗୁମ୍ମଡି ସନ୍ଧ୍ୟାରାଣୀ କଡ଼ା ପ୍ରତିକ୍ରିୟା ରଖିଛନ୍ତି।
ଓଡ଼ିଶା ସରକାରଙ୍କ ଅଫିସରମାନଙ୍କ ବିରୋଧରେ କୋଟିଆରେ ଆଦିବାସୀଙ୍କ ମୌଳିକ ତଥା ଗଣତାନ୍ତ୍ରିକ ଅଧିକାର ଛଡ଼ାଇ ନେବା ସହ ସେମାନଙ୍କୁ ଆତଙ୍କିତ କରାଯାଉଥିବାର ସଙ୍ଗୀନ ଅଭିଯୋଗ ଆଣିଛନ୍ତି। କୋଟିଆର ୨୯ଟି ଗାଁରେ ବସବାସ କରୁଥିବା ଆଦିବାସୀ ବାସିନ୍ଦାଙ୍କ ମଧ୍ୟରେ ଓଡ଼ିଶା ପ୍ରଶାସନ ଭୟର ବାତାବରଣ ତିଆରି କରିବା ସହ ନିର୍ବାଚନ ବର୍ଜନ ଲାଗି ଚାପ ପ୍ରୟୋଗ କରୁଥିବା ଅଭିଯୋଗ କରିଛନ୍ତି। ଭୋଟର ଓ ପ୍ରାର୍ଥୀଙ୍କୁ ଏଭଳି ଧମକଚମକ ସମ୍ପୂର୍ଣ୍ଣ ଅଗଣତାନ୍ତ୍ରିକ ତଥା କଦାପି ଗ୍ରହଣୀୟ ନୁହେଁ ବୋଲି ସେ କହିଛନ୍ତି।
ଏପଟେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କଡ଼ା ପ୍ରତିକ୍ରିୟା ରଖି କୋଟିଆରେ ଆନ୍ଧ୍ରର ନିର୍ବାଚନ ପ୍ରହସନକୁ କୌଣସି ପରିସ୍ଥିତିରେ ବି ସଫଳ ହେବାକୁ ଦିଆଯିବ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି। କୋଟିଆ ପ୍ରସଙ୍ଗରେ ରାଜ୍ୟର ସବୁ ରାଜନୀତିକ ଦଳ ଏକଜୁଟ ହୋଇଥିବା ମଧ୍ୟ ଶ୍ରୀ ପୂଜାରୀ କହିଛନ୍ତି।
ଆଜି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଆନ୍ଧ୍ର୍ରପ୍ରଦେଶର ଆଦିବାସୀ କଲ୍ୟାଣ ମନ୍ତ୍ରୀ ଶ୍ରୀମତୀ ସନ୍ଧ୍ୟାରାଣୀ କୋଟିଆର ଆଦିବାସୀ ବାସିନ୍ଦାଙ୍କୁ ଅଟକ ଓ ଲୁଚାଇ ରଖାଯାଇଥିବା ଅଭିଯୋଗ କରିଛନ୍ତି। ଲୋକଙ୍କୁ ମତଦାନ ଅଧିକାରରୁ ବଂଚିତ କରିବା ଓ ସେମାନଙ୍କ ଯାତାୟାତ ସ୍ୱାଧୀନତା ଉପରେ କଟକଣା ଲଗାଇବା କେତେଦୂର ଯୁକ୍ତିଯୁକ୍ତ ବୋଲି ଆନ୍ଧ୍ରର ମନ୍ତ୍ରୀ ପ୍ରଶ୍ନ କରିଛନ୍ତି। ଭୋଟ୍ ଦେବା ପାଇଁ ଯାଇପାରନ୍ତି ବୋଲି ସନ୍ଦେହ କରି ଆଦିବାସୀଙ୍କ ଗାଡ଼ିଗୁଡ଼ିକୁ ଜବତ କରାଯାଉଥିବା ଖବରକୁ ନେଇ ମଧ୍ୟ ସେ ଗଭୀର ଉଦବେଗ ବ୍ୟକ୍ତ କରିଛନ୍ତି।
ବିଗତ କିଛି ଦିନ ଧରି ଓଡ଼ିଶାର ଅଧିକାରୀମାନେ କୋଟିଆ ଗ୍ରାମଗୁଡ଼ିକରେ ଅଶାନ୍ତି ସୃଷ୍ଟି କରୁଛନ୍ତି ଓ ଆନ୍ଧ୍ର ପ୍ରଦେଶର ଅଧିକାରୀ ତଥା ପୋଲିସ କର୍ମଚାରୀଙ୍କ ପ୍ରତି ଦୁର୍ବ୍ୟବହାର କରୁଛନ୍ତି ବୋଲି ସେ ଅଭିଯୋଗ ବାଢ଼ିଛନ୍ତି। ଏହାସହିତ ସୁପ୍ରିମକୋର୍ଟଙ୍କ ଯଥାସ୍ଥିତି ବଜାୟ ରଖିବା ନିର୍ଦ୍ଦେଶ ବହୁ ପୂର୍ବରୁ ବଳବତ୍ତର ରହିଥିବା ସତ୍ତ୍ୱେ ଏବେ ହଠାତ୍ ଏଭଳି ବ୍ୟଗ୍ରତା କାହିଁକି ଦେଖାଯାଉଛି ବୋଲି ଆନ୍ଧ୍ର୍ରପ୍ରଦେଶର ମନ୍ତ୍ରୀ ପ୍ରଶ୍ନ କରିଛନ୍ତି।
ଆନ୍ଧ୍ର୍ରପ୍ରଦେଶର ମନ୍ତ୍ରୀ ସନ୍ଧ୍ୟାରାଣୀ ସ୍ପଷ୍ଟ କରିଛନ୍ତି ଯେ, ନିର୍ବାଚନ ସ୍ଥଗିତ ରଖିବା ନିଷ୍ପତ୍ତି କେବଳ ନିର୍ବାଚନ ଆୟୋଗଙ୍କ କ୍ଷେତ୍ରାଧିକାର ଅଧୀନରେ ଆସେ ଓ ଆଦିବାସୀ ସମ୍ପ୍ରଦାୟ ବା ପ୍ରାର୍ଥୀଙ୍କୁ ନିର୍ବାଚନ ପ୍ରକ୍ରିୟା ବର୍ଜନ କରିବାକୁ ବାଧ୍ୟ କରିବାର କୌଣସି ଅଧିକାର କାହାରି ନାହିଁ। ନିରୀହ ଆଦିବାସୀଙ୍କ ସ୍ୱାଧୀନତା ଓ ଭୋଟ୍ ଅଧିକାର ସୁରକ୍ଷିତ ରହିବା ଅତ୍ୟନ୍ତ ଜରୁରୀ ବୋଲି ଦର୍ଶାଇ ସେ ଓଡ଼ିଶା ଅଧିକାରୀମାନଙ୍କୁ ଗଣତାନ୍ତ୍ରିକ ଢଙ୍ଗରେ କାର୍ଯ୍ୟ କରିବାକୁ, ଲୋକଙ୍କୁ ଡରେଇବା ବନ୍ଦ କରିବା ଓ ସେମାନଙ୍କ ସାମ୍ବିଧାନିକ ଅଧିକାରକୁ ସମ୍ମାନ ଜଣାଇବାକୁ ଆହ୍ୱାନ ଦେଇଛନ୍ତି।
ଆନ୍ଧ୍ର ସରକାର ସର୍ବଦା ଆଦିବାସୀଙ୍କ ସହିତ ଦୃଢ଼ ଭାବେ ଠିଆ ହୋଇଛି ଓ ସେମାନଙ୍କ ସ୍ୱାଧୀନତା ତଥା ମତଦାନ ଅଧିକାର ଛଡ଼ାଇ ନେବା ଉଦ୍ୟମକୁ କୌଣସି ପରିସ୍ଥିତିରେ ବି ବରଦାସ୍ତ କରାଯିବ ନାହିଁ ବୋଲି ଦୃଢ଼ ଚେତାବନୀ ଦେଇଛନ୍ତି। ସୀମାନ୍ତରେ ଦୀର୍ଘ ଦିନ ଧରି ଚାଲିଆସୁଥିବା କୋଟିଆ ଗ୍ରାମପୁଞ୍ଜର ପ୍ରଶାସନିକ ଓ କ୍ଷେତ୍ରୀୟ ବିବାଦ ଭିତରେ ନିର୍ବାଚନକୁ ନେଇ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିବାବେଳେ ଆନ୍ଧ୍ର ମନ୍ତ୍ରୀଙ୍କ ଏହି ବୟାନ ଉଭୟ ରାଜ୍ୟ ମଧ୍ୟରେ ଉତ୍ତେଜନାକୁ ଆହୁରି ବଢ଼ାଇଦେଇଛି।
ଅନ୍ୟପକ୍ଷରେ ଓଡ଼ିଶାର ରାଜସ୍ୱ ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି ଯେ,ଆଇନ ଉଲ୍ଲଂଘନ କରୁଥିବା ଆନ୍ଧ୍ର ଅଧିକାରୀଙ୍କ ବିରୋଧରେ କୋର୍ଟ ଅବମାନନା ମାମଲା ଦାୟର କରାଯାଇଛି ଓ ଏନେଇ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯିବ। କୋଟିଆରେ ରାସ୍ତାଘାଟ, ସ୍କୁଲ ଓ ସମସ୍ତ ମୌଳିକ ଭିତ୍ତିଭୂମି ଓଡ଼ିଶା ହିଁ ନିର୍ମାଣ କରିଛି ଓ ସେଠାରେ ଓଡ଼ିଶାର କାର୍ଯ୍ୟରତ ସରପଂଚ ତଥା ସମିତି ସଭ୍ୟ ରହିଛନ୍ତି। କୋଟିଆରେ ଆନ୍ଧ୍ରର ଗୋଟିଏ ହେଲେ ପ୍ରଶାସନିକ କାର୍ଯ୍ୟାଳୟ ନାହିଁ କିମ୍ବା ପୋଲିସ ଚେକପୋଷ୍ଟ ନାହିଁ । ଗତଥର ଏକ ଚର୍ଚ୍ଚ ଭିତରେ ବେଆଇନ ଭାବେ ପୋଲିଂ ଷ୍ଟେସନ କରି ନିର୍ବାଚନ କରିବାକୁ ଚେଷ୍ଟା କରାଯାଇଥିବାବେଳେ, ଏଥର କୋଟିଆ ଭିତରେ ଗୋଟିଏ ବି ପୋଲିଂ ଷ୍ଟେସନ କରିବାକୁ ସୁଯୋଗ ଦିଆଯାଇ ନାହିଁ।
ଉଲ୍ଲେଖଯୋଗ୍ୟ, ସ୍ଥାନୀୟ ଲୋକଙ୍କ ତୀବ୍ର ବିରୋଧ ପରେ କୋଟିଆ(Kotia)କୁ ଆସିଥିବା ଆନ୍ଧ୍ରର ପୁଲିଂ ପାର୍ଟି ଆଜି ଫେରିବାକୁ ବାଧ୍ୟ ହୋଇଛନ୍ତି।
📲Get App