अपराध
ଟ୍ରେନ୍ରୁ ଅପହରଣ ଘଟଣା: ୯ ଜଣଙ୍କୁ ଆଜୀବନ କାରାଦଣ୍ଡାଦେଶ
ରାୟଗଡ଼ାର ବହୁ ଚର୍ଚ୍ଚିତ ୨୦୧୯ ଅପହରଣ ଓ ମୁକ୍ତିପଣ ଦାବି ମାମଲାରେ ଏଡିଜେ କୋର୍ଟଙ୍କ ବଡ଼ ରାୟ। ୯ ଦୋଷୀଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି କୋର୍ଟ। ୮ ଜଣଙ୍କ ଉପରେ ୨୦ ହଜାର ଓ ଜଣଙ୍କ ଉପରେ ୧୦ ହଜାର ଟଙ୍କା ଜରିମାନା ହୋଇଛି। ଜରିମାନା ଅନାଦେୟରେ ସେମାନଙ୍କୁ ଯଥାକ୍ରମେ ୬ ମାସ ଓ ୩ ମାସର ଅତିରିକ୍ତ ଜେଲ୍ ଦଣ୍ଡ ଭୋଗିବାକୁ ପଡ଼ିବ।
ଏହି ରାୟ ଆସିବା ପରେ କୋର୍ଟ ପରିସରରେ ଉତ୍ତେଜନା ଦେଖାଦେଇଥିଲା। ଦୋଷୀମାନଙ୍କ ପରିବାର ଲୋକେ ହୋହଲ୍ଲା କରିଥିଲେ। ଖବର ପାଇ ଏସ୍ଡିପିଓ ଗୌରହରି ସାହୁ ପୁଲିସ୍ ଟିମ୍ ସହ ସେଠାରେ ପହଞ୍ଚିଥିଲେ ଓ ସ୍ଥିତିକୁ ନିୟନ୍ତ୍ରଣ କରିଥିଲେ।
୨୦୧୯ ନଭେମ୍ବର ୧୮ ତାରିଖରେ ପୁନେରୁ ବିଶାଖାପଟନମ ଆସୁଥିବା ସୁବର୍ଣ୍ଣପୁର ଜିଲ୍ଲାର ବିଭୂତି ଭୂଷଣ ପୂଜାରୀଙ୍କୁ ଟ୍ରେନ୍ରୁ ଅପହରଣ କରିଥିଲେ ଦୋଷୀ ସାବ୍ୟସ୍ତ ହୋଇଥିବା ଏହି ୯ ଅପରାଧୀ। ସେମାନେ ବିଭୂତିଙ୍କ ବିରୋଧରେ ଗଞ୍ଜେଇ ଚାଲାଣର ମିଥ୍ୟା ଅଭିଯୋଗ ଆଣି ୧୦ ଲକ୍ଷ ଟଙ୍କା ମୁକ୍ତିପଣ ଦାବି କରିଥିଲେ। ପରେ ତାଙ୍କୁ ରାୟଗଡ଼ା ଆଣି ନାଗାବଳୀ ନଦୀ ନିକଟରେ ଅଟକ ରଖିଥିଲେ।
ଖବର ପାଇ ପୁଲିସ ସେଠାରେ ଚଢ଼ାଉ କରିଥିଲେ। ହେଲେ ଅପରାଧୀମାନେ ପୁଲିସ ଉପରକୁ ଆକ୍ରମଣ କରିଥିଲେ। ଆତ୍ମରକ୍ଷା ପାଇଁ ପୁଲିସ ଗୁଳି ଚଳାଇଥିଲା। ଏହି ଘଟଣାରେ ରାୟଗଡ଼ା ଥାନାରେ ମାମଲା ରୁଜୁ ହୋଇଥିଲା। ଦୀର୍ଘ ବର୍ଷ ଧରି ବିଚାର ପ୍ରକ୍ରିୟା ଚାଲିବା ପରେ ଶେଷରେ ଆଜି ରାୟ ପ୍ରକାଶ ପାଇଛି।