Local
ଫାଟିଗଲା ଚକା, ଗଛକୁ ପିଟିଲା ବସ୍
କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଅଞ୍ଚଳରେ ମଙ୍ଗଳବାର ସକାଳେ ଏକ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଚକା ଫାଟି ଯିବା ପରେ ବସ୍ଟି ଗଛରେ ପିଟି ହେବାରୁ ୧୩ ଜଣ ଯାତ୍ରୀ ଆହତ ହୋଇଛନ୍ତି। ଜଣଙ୍କ ଅବସ୍ଥା ଗୁରୁତର ରହିଥିବା ବେଳେ ଅନ୍ୟମାନେ ସାମନ୍ୟ ଆହତ ହୋଇଛନ୍ତି।
ଦୁର୍ଗା ମାଧବ ନାମକ ଏହି ଘରୋଇ ବସ୍ଟି ତେଲ୍କୋଇ ଥାନା କାଳିଆହତାରୁ କେନ୍ଦୁଝର ଅଭିମୁଖେ ଯାଉଥିଲା। ବସ୍ରେ ୪୦ରୁ ଅଧିକ ଯାତ୍ରୀ ଥିଲେ। ଖୁଣ୍ଟାପଡ଼ାର କୂପ ଜଙ୍ଗଲ ଦେଇ ବସ୍ଟି ଯାଉଥିବା ବେଳେ ଏହାର ଗୋଟିଏ ଆଗ ଚକା ଫାଟି ଯାଇଥିଲା। ଫଳରେ ବସ୍ ଉପରେ ଡ୍ରାଇଭର ନିୟନ୍ତ୍ରଣ ହରାଇଥିଲେ। ବସ୍ଟି ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସି ଯାଇ ଏକ ଗଛରେ ପିଟି ହୋଇଥିଲା।
ଏହି ଦୁର୍ଘଟଣା ସଂପର୍କରେ ଖବର ପାଇ ତେଲକୋଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲା। ସମସ୍ତ ଆହତଙ୍କୁ ଉଦ୍ଧାର କରାଯାଇ ତେଲକୋଇ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଜଣେ ଆହତଙ୍କ ଅବସ୍ଥା ଗୁରୁତର ଥିବାରୁ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ କେନ୍ଦୁଝର ସ୍ଥାନାନ୍ତର କରାଯାଇଥିଲା।