🔥 TRENDING IIT Kanpur to Build and Run ₹104 Crore... सहसवान के सैफुल्लागंज‑गोपालगंज मार्ग क... ગાંધીધામ રેલવે સ્ટેશન બહાર ટ્રક ટક્કરથ... भोर तालुका, करंजगाव येथे 12‑13 फूट लां... दरभंगा तारामंडल में स्थापित होगी इसरो... दरभंगा तारामंडल में स्थापित होगी इसरो...
31 Oct 2026•
ગુજરાતી मराठी ਪੰਜਾਬੀ বাংলা
Crime

ଦୁର୍ଘଟଣା ପରେ ଜଣାପଡ଼ିଲା କାହିଁକି ପୁଲିସ୍‌ ଗାଡ଼ିକୁ ଦେଖି ବେଗ ବଢ଼ାଇଥିଲେ ବାଇକ୍‌ ଚାଳକ; ଖୋଲିଲା ବଡ଼ ଗୁମର

✍️ Reporter: Deepak Mahapatra 🗓 31 Oct 2026, 12:51 PM 👁 13
Share: 💬 WhatsApp 📘 Facebook 𝕏 Post
ଅଭିଯୁକ୍ତ ଲୋକନାଥ ନାୟକ ଓରଫ ଅରୁଣ ନାୟକ ସହିତ ଅନ୍ୟ ବାଇକ୍‌ରେ ଥିବା ନବରଙ୍ଗପୁର ଥାନା ତାରାଗାଁ ଗ୍ରାମର ଉଗ୍ରସେନ ହରିଜନ ଓ ଧାରଣାବେଡ଼ା ଗ୍ରାମର ଗୁପ୍ତ ହରିଜନ ଆହତ ହୋଇ ନବରଙ୍ଗପୁର ଜିଲ୍ଲା ମୁଖ୍ୟଚିକିତ୍ସାଳୟରେ ଚିକିତ୍ସତ ହେଉଛନ୍ତି।ଦୁଇଟି ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେଲା। ଦୁଇଟି ବାଇକ୍‌ରେ ବସିଥିବା ୪ ଜଣ ବ୍ୟକ୍ତି ରାସ୍ତାରେ ଛିଟିକି ପଡ଼ିଥିଲେ। ଏହା ସହିତ ଦୁର୍ଘଟଣା ପରେ ରାସ୍ତାସାରା ବିଛେଇ ହୋଇ ପଡ଼ିଥିଲା ଗଞ୍ଜେଇ। କାରଣ ଗୋଟିଏ ବାଇକ୍‌ରେ କରାଯାଉଥିଲା ଗଞ୍ଜେଇ ଚାଲାଣ। ପୁଲିସ ଦୁଇ ଅଭିଯୁକ୍ତଙ୍କୁ ଧରିଥିବା ବେଳେ ଅଧିକ ଖୋଳତାଡ଼ କରୁଛି। ଏମିତି ଏକ ଘଟଣା ଘଟିଛି ନବରଙ୍ଗପୁର ସହରରେ।
ଅଭିଯୁକ୍ତ ଦ୍ୱୟ ହେଉଛନ୍ତି କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ଗୁଣ୍ଠିଗୁଡ଼ା ଗ୍ରାମର ଲୋକନାଥ ନାୟକ ଓରଫ ଅରୁଣ ନାୟକ ଏବଂ ତାଙ୍କ ସମ୍ପର୍କୀୟ ଜ୍ୱାଇଁ ହେମନ୍ତ ନାୟକ।
ପୁଲିସର ସୂଚନା ଅନୁଯାୟୀ, ଏହି ଦୁଇ ଜଣ ମାଲକାନଗିରିରୁ ଗଞ୍ଜେଇ ନେଇ କଳାହାଣ୍ଡି ଜିଲ୍ଲାକୁ ଯାଉଥିଲେ। ସେମାନେ ବାଇକ୍‌ ଡିକିରେ ଗଞ୍ଜେଇ ରଖିଥିଲେ। ନବରଙ୍ଗପୁର ସହରରେ ପୁଲିସ୍‌ ଗାଡ଼ିକୁ ଦେଖି ସେମାନେ ଦ୍ରୁତଗତି ପଳାଇବାକୁ ପ୍ରୟାସ କରିଥିଲେ। କିନ୍ତୁ ଏଫସିଆଇ ଗୋଦାମ ନିକଟରେ ଏକ ହୋଟେଲ ସମ୍ମୁଖରେ ଆଉ ଏକ ବାଇକ୍ ସହିତ ସେମାନଙ୍କର ମୁହାଁମୁହିଁ ଧକ୍କା ହୋଇଥିଲା। ଚାରି ଜଣ ଯାକ ବାଇକ୍ ଆରୋହୀ ରାସ୍ତାରେ ଛିଟିକି ପଡ଼ିଥିଲେ। ଦୁର୍ଘଟଣାରେ ଅଭିଯୁକ୍ତଙ୍କ ବାଇକ୍‌ର ଡିକି ଭାଙ୍ଗିଯିବାରୁ ସେଥିରେ ଥିବା ଗଞ୍ଜେଇ ରାସ୍ତାରେ ଏଣେତେଣେ ପଡ଼ିଥିଲା।
ପୁଲିସ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରି ବାଇକ୍ ଓ ରାସ୍ତାରେ ପଡ଼ିଥିବା ଗଞ୍ଜେଇକୁ ଜବତ କରିଥିଲା। ଦୁଇ ଅଭିଯୁକ୍ତଙ୍କ ମଧ୍ୟରୁ ହେମନ୍ତ ନାୟକ ଫେରାର ହୋଇଯିବାକୁ ଉଦ୍ୟମ କରିଥିଲେ। ତେବେ ପୁଲିସ ତାଙ୍କୁ ମାଝିଗୁଡ଼ା ନିକଟରୁ ଧରିଥିଲା।
ଅଭିଯୁକ୍ତ ଲୋକନାଥ ନାୟକ ଓରଫ ଅରୁଣ ନାୟକ ସହିତ ଅନ୍ୟ ବାଇକ୍‌ରେ ଥିବା ନବରଙ୍ଗପୁର ଥାନା ତାରାଗାଁ ଗ୍ରାମର ଉଗ୍ରସେନ ହରିଜନ ଓ ଧାରଣାବେଡ଼ା ଗ୍ରାମର ଗୁପ୍ତ ହରିଜନ ଆହତ ହୋଇ ନବରଙ୍ଗପୁର ଜିଲ୍ଲା ମୁଖ୍ୟଚିକିତ୍ସାଳୟରେ ଚିକିତ୍ସତ ହେଉଛନ୍ତି।
ଏହି ଘଟଣାରେ ପୁଲିସ୍‌ ଦୁର୍ଘଟଣା ମାମଲା ସହ NDPS ଆଇନରେ ମାମଲା ରୁଜୁ କରି ତଦନ୍ତ କରୁଥିବା SDPO କୃଷ୍ଣଚନ୍ଦ୍ର ଭତରା ସୂଚନା ଦେଇଛନ୍ତି।
ଦୁର୍ଘଟଣା ନ ଘଟିଥିଲେ ହୁଏତ ଏହି ଗଞ୍ଜେଇ ଚାଲାଣ କଥାଟି ସାମ୍ନାକୁ ଆସିନଥାନ୍ତା। ତେବେ କେବଳ ଏହି ଦୁଇ ଜଣଙ୍କ ସହ ଗଞ୍ଜେଇ ଚାଲାଣରେ ଆଉ କେଉଁମାନେ ସଂପୃକ୍ତ ଅଛନ୍ତି, ତାହା ଜାଣିବା ପାଇଁ ତଦନ୍ତ ଜାରି ରଖିଛି ପୁଲିସ।
📲Get App