🔥 TRENDING अजिंथा पुलिस थाने के अंतर्गत शिवना में... ਪੰਜਾਬ ਸਰਕਾਰ ਦੀ ਨੀਤੀ ‘ਤੇ Amandeep Singh... जिला परिषद निवडणूक साठी स्वाती रोशन लो... ભરૂચ નગરપાલિકાની સભામાં વિપક્ષના દાવાથ... करौली के सीएमएचओ ने तीन प्राथमिक स्वास... बारिश से सासाराम में कंपकंपी बढ़ी
30 Oct 2026•
ગુજરાતી मराठी ਪੰਜਾਬੀ বাংলা
Education

ବର୍ଷା ବିତ୍ପାତ: ଗଜପତି ଜିଲ୍ଲାରେ ଆଉ ୨ ଦିନ ସ୍କୁଲ ଛୁଟି

✍️ Reporter: Deepak Mahapatra 🗓 30 Oct 2026, 03:53 PM 👁 20
Share: 💬 WhatsApp 📘 Facebook 𝕏 Post
ଆନ୍ଧ୍ରରେ ସ୍ଥଳ ଭାଗ ଛୁଇଁଥିବା ବାତ୍ୟା ଅର୍ଣ୍ଣବ ଦକ୍ଷିଣ ଓଡ଼ିଶା ସ୍ଥିତିକୁ ବେହାଲ କରିଛି। ପ୍ରାୟ ୪୦ ଘଣ୍ଟା ଧରି ଦକ୍ଷିଣ ଓଡ଼ିଶାରେ ବର୍ଷା ଲାଗି ରହିଛି। ବିଶେଷ କରି ଗଜପତି ଜିଲ୍ଲାରେ ବର୍ଷା ବିତ୍ପାତ ସାଂଘାତିକ ସ୍ଥିତି କରିଛି। ହଜାର ହଜାର ଲୋକ ଜଳବନ୍ଦୀ ହୋଇ ରହିଥିବା ବେଳେ ବିଭିନ୍ନ ସ୍ଥାନରେ ଭୂସ୍ଖଳନ ମଧ୍ୟ ଘଟିଛି। ରାସ୍ତା ଉପରେ ବର୍ଷା ପାଣି ପ୍ରବାହିତ ହେଉଛି। ବିଭିନ୍ନ ନଦୀର ଜଳ ସ୍ଥଳ ମଧ୍ୟ ବୃଦ୍ଧି ପାଉଛି।
ଏହାକୁ ଦୃଷ୍ଟିରେ ରଖି ଗଜପତି ଜିଲ୍ଲାରେ ସ୍କୁଲ ଛୁଟି ଅବଧିକୁ ଆଉ ଦୁଇ ଦିନ ବୃଦ୍ଧି କରାଯାଇଛି। ଲଗାଣ ବର୍ଷା ଯୋଗୁ ଆସନ୍ତା ୩୧ ତାରିଖ ଯାଏ ଜିଲ୍ଲାର ସବୁ ସ୍କୁଲ ବନ୍ଦ ରହିବ। ପୂର୍ବରୁ ୨୯ ତାରିଖ ଯାଏ ସ୍କୁଲଗୁଡ଼ିକୁ ଛୁଟି ଘୋଷଣା କରିଥିଲା ପ୍ରଶାସନ। ଏବେ ଏହାକୁ ବୃଦ୍ଧି କରାଯାଇଛି।
ଜିଲ୍ଲାରେ ଦଶହରା ଛୁଟି ପର ଠାରୁ ଏଯାଏ ସ୍କୁଲ ଖୋଲି ନାହିଁ। ସ୍କୁଲକୁ ୩୧ ଯାଏ ଛୁଟି ଘୋଷଣା କରାଯାଇଥିବା ବେଳେ ନଭେମ୍ବର ୧ ରବିବାର। ତେଣୁ ସୋମବାର ସ୍କୁଲ ଖୋଲୁଛି କି ନାହିଁ, ତା’ ଉପରେ ସମସ୍ତଙ୍କ ନଜର ରହିଛି।
କେବଳ ଗଜପତି ନୁହେଁ, ସୁବର୍ଣ୍ଣପୁର ଓ ବୌଦ୍ଧ ଜିଲ୍ଲାର ଅଙ୍ଗନବାଡ଼ି କେନ୍ଦ୍ର ଓ ସ୍କୁଲଗୁଡିକୁ ମଧ୍ୟ ଛୁଟି ଘୋଷଣା କରାଯାଇଛି। ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ଗୁରୁତ୍ୱ ଦେଇ ଏହି ଦୁଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି। ସୁବର୍ଣ୍ଣପୁର ଜିଲ୍ଲାକୁ ଆଜି ସକାଳ ‌ସାଢେ ୮ଟା ପର୍ଯ୍ୟନ୍ତ ଅରେଞ୍ଜ ଆଲର୍ଟ ଜାରି କରାଯାଇଥିଲା। ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ନେଇ ଏହି ଆଲର୍ଟ ଜାରି କରାଯାଇଥିଲା।
ଏପଟେ ଲଗାଣ ବର୍ଷା ଓ ବନ୍ୟା ଯୋଗୁ ରେଲୱେ ଟ୍ରାକ୍‌ରେ ପାଣି ଜମି ରହିଛି। ତେଣୁ ରେଳ ବିଭାଗ ପକ୍ଷରୁ ଦକ୍ଷିଣ ଓଡ଼ିଶା ଦେଇ ଯାତାୟାତ କରୁଥିବା ୯ଟି ଟ୍ରେନକୁ ବାତିଲ କରିଦିଆଯାଇଛି। ଏବେ ଇଚ୍ଛାପୁରମ-ଝାଡୁପଡ଼ି ସେକ୍ସନ ରେଲୱେ ଟ୍ରାକ୍‌ରେ ବନ୍ୟାପାଣି ଜମି ରହିଛି। ଏଥିପାଇଁ ୯ଟି ଟ୍ରେନ୍ ବାତିଲ୍‌ ସହ ୧୪ଟି ଟ୍ରେନ୍‌ର ଗତିପଥକୁ ପରିବର୍ତ୍ତନ କରାଯାଇଛି।
ଭୁବନେଶ୍ୱର-ବିଶାଖାପାଟଣା ବନ୍ଦେ ଭାରତ, ଭୁବନେଶ୍ୱର ନିଉ-ସିକନ୍ଦରାବାଦ ବିଶାଖା, ବ୍ରହ୍ମପୁର-ବିଶାଖାପାଟଣା ପାସେଞ୍ଜର, ହାୱଡ଼ା-ସିକନ୍ଦରାବାଦ ଫଲକନାମା, ଭୁବନେଶ୍ୱର-ଜଗଦଲପୁର ହୀରାଖଣ୍ଡ ବାତିଲ୍ ହୋଇଛି। ଜଗଦଲପୁର-ଭୁବନେଶ୍ୱର ହୀରାଖଣ୍ଡ ଏକ୍ସପ୍ରେସ୍ ମଧ୍ୟ ଆସନ୍ତାକାଲି ଚାଲିବ ନାହିଁ।
📲Get App