🔥 TRENDING ବାତ୍ୟା ଅର୍ଣ୍ଣବ'ର ପ୍ରଭାବ : ରାଜଧାନୀରେ ପର... ગુજરાત ગ્રામ પંચાયત ચૂંટણી 2026: મતદાન... नेतरा के पास हाईवे पर हादसे में बस कंड... ਨਵੰਬਰ ਮਹੀਨੇ ਸਕੂਲਾਂ 'ਚ ਛੁੱਟੀਆਂ ਹੀ ਛੁੱਟੀ... Congress Demands State Disaster Tag, A... Devastating Fire in Vasco da Gama, Goa...
29 Oct 2026•
ગુજરાતી मराठी ਪੰਜਾਬੀ বাংলা
Weather

ଅତି ଭୀଷଣ ବାତ୍ୟା ‘ଅର୍ଣ୍ଣବ’ର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଶେଷ ହେବାକୁ କାହିଁକି ୬ ଘଣ୍ଟା ଲାଗିଲା, କାରଣ କହିଲେ ଆଇଏମ୍‌ଡି ଡିଜି

✍️ Reporter: Deepak Mahapatra 🗓 29 Oct 2026, 01:14 PM 👁 20
Share: 💬 WhatsApp 📘 Facebook 𝕏 Post
ଗତକାଲି ରାତିରେ ଲ୍ୟାଣ୍ଡଫଲ୍ କରିଥିଲା ଅତି ଭୀଷଣ ବାତ୍ୟା ‘ଅର୍ଣ୍ଣବ’। ପୂର୍ବ ଆକଳନଠାରୁ ଯଥେଷ୍ଟ ଆଗୁଆ ଆସି ଏହା ସ୍ଥଳଭାଗ ଛୁଇଁଥିଲା। କିନ୍ତୁ ଲ୍ୟାଣ୍ଡଫଲ୍‌ ପ୍ରକ୍ରିୟା ପ୍ରାୟ ୬ ଘଣ୍ଟା ଧରି ଚାଲିଥିଲା। ଅର୍ଥାତ୍ ଉପକୂଳ ଅତିକ୍ରମ କରିବାକୁ ଏହାକୁ ୬ ଘଣ୍ଟା ଲାଗିଯାଇଥିଲା। ଲ୍ୟାଣ୍ଡଫଲ ବେଳେ ‘ଅର୍ଣ୍ଣବ’ ଦିଗ ବଦଳାଇବାକୁ ଚେଷ୍ଟା କରିବାରୁ ଏମିତି ବିଳମ୍ବ ହେଲା ବୋଲି କହିଛନ୍ତି ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର।
ସେ କହିଛନ୍ତି ଯେ ଗତକାଲି ସନ୍ଧ୍ୟାରେ ଆମେ କହିଥିଲୁ ଯେ ବାତ୍ୟାଟି ବହୁତ ଧୀରେ ଧୀରେ ଚାଲୁଛି। ଆଉ ତାହା ହିଁ ହେଲା। ବାତ୍ୟା ଧୀରେ ଧୀରେ ଯାଇ ଉପକୂଳରେ ପହଞ୍ଚିଲା। ଉପକୂଳ ଅତିକ୍ରମ କରିବା ପାଇଁ ବା ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଶେଷ ହେବା ପାଇଁ ପ୍ରାୟତଃ ୬ ଘଣ୍ଟା ସମୟ ଲାଗିଲା। ସିଧା ରାସ୍ତାରୁ ବୁଲାଣି ରାସ୍ତାକୁ ଗଲା ବେଳେ ଆମେ ସାଧାରଣତଃ ସାଇକେଲ କିମ୍ବା ଗାଡ଼ିର ବେଗ ହ୍ରାସ କରିଦେଇଥାଉ। ସେହିଭଳି ଲ୍ୟାଣ୍ଡଫଲ୍ ବେଳେ ଏହି ବାତ୍ୟା ତା’ର ଦିଗ ପରିବର୍ତ୍ତନ କରିବାକୁ ଚେଷ୍ଟା କରୁଥିଲା। ସେଥିପାଇଁ ଏହା ପ୍ରାୟତଃ ସ୍ଥିର ଅବସ୍ଥାରେ ରହିଯାଇଥିଲା ବା ବହୁତ ଧୀରେ ଧୀରେ ଗତି କରୁଥିଲା। ସେଥିପାଇଁ ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଶେଷ ହେବା ପାଇଁ ପ୍ରାୟ ୬ ଘଣ୍ଟା ଲାଗିଗଲା। ଯେତେବେଳେ ବାତ୍ୟା ଧୀରେ ଧୀରେ ଗତି କରେ ଅବା ସ୍ଥିର ରହିଯାଏ ସେତେବେଳେ ଉପକୂଳରେ ବର୍ଷାର ପରିମାଣ ବଢ଼ିଯାଏ। ସେଥିପାଇଁ ଅତି ଭୀଷଣ ବର୍ଷା ରେକର୍ଡ କରାଯାଇଛି।
ଆନ୍ଧ୍ରପ୍ରଦେଶର ଉପକୂଳରେ ବାପଟଲା ଓ ବିଶାଖାପାଟନମ ମଧ୍ୟବର୍ତ୍ତୀ ପୁଡୁଚେରୀର ୟାନମର ଦକ୍ଷିଣରେ ସ୍ଥଳଭାଗ ଅତିକ୍ରମ କରିଛି ଅତି ଭୀଷଣ ବାତ୍ୟା ଅର୍ଣ୍ଣବ। ଗତକାଲି ରାତି ୨ଟାରୁ ଆଜି ସକାଳ ୮ଟା ପର୍ଯ୍ୟନ୍ତ ଚାଲିଥିଲା ଲ୍ୟାଣ୍ଡଫଲ୍ ପ୍ରକ୍ରିୟା।
ଓଡ଼ିଶାରେ ଆଜି ସର୍ବାଧିକ ବର୍ଷା
ଆଇଏମ୍‌ଡି ଡିଜି ଶ୍ରୀ ମହାପାତ୍ର କହିଛନ୍ତି ଯେ ଅତି ଭୀଷଣ ବାତ୍ୟା ‘ଅର୍ଣ୍ଣବ’ ଉପକୂଳ ଅତିକ୍ରମ କରିସାରିବା ପରେ ବହୁତ ଧୀରେ ଧୀରେ ଗତି କରୁଛି। ଏହା ଏବେ ଆନ୍ଧ୍ର ପ୍ରଦେଶ ଉପକୂଳରେ କେନ୍ଦ୍ରୀଭୂତ ହୋଇଛି। ତାହା ଦୁର୍ବଳ ହୋଇ ଭୀଷଣ ବାତ୍ୟାରେ ପରିଣତ ହୋଇଛି। ଏହା ଯେତେବେଳେ ଆନ୍ଧ୍ର ଉପକୂଳରେ ଉତ୍ତରକୁ ଗତି କରିବ ଆହୁରି ଦୁର୍ବଳ ହେବ। ପରେ ଏହା ବାତ୍ୟାର ରୂପ ନେବ ଓ ଆଜି ସନ୍ଧ୍ୟା ବେଳକୁ ଏହା ଏକ ଗଭୀର ଅବପାତରେ ପରିଣତ ହେବ। ସେତେବେଳେ ଏହା ଦକ୍ଷିଣ-ପଶ୍ଚିମ ଓଡ଼ିଶାର ଜିଲ୍ଲା- କୋରାପୁଟ, ନବରଙ୍ଗପୁର, ରାୟଗଡ଼ା ଏବଂ ଛତିଶଗଡ଼ ରାଜ୍ୟର ଦାନ୍ତେୱାଡା ଓ ବସ୍ତର ପାଖରେ କେନ୍ଦ୍ରୀଭୂତ ହେବ। ଏହାର ଗତି ଉତ୍ତର ଦିଗରେ ଜାରି ରହିବ। ଆସନ୍ତାକାଲି ସକାଳ ବେଳକୁ ଏହା ଏକ ଅବପାତରେ ପରିଣତ ହେବ ଓ ସନ୍ଧ୍ୟା ବେଳକୁ ଏହା ଆହୁରି ଦୁର୍ବଳ ହୋଇ ଲଘୁଚାପ କ୍ଷେତ୍ରରେ ପରିଣତ ହେବାର ପୂର୍ବାନୁମାନ କରାଯାଇଛି।
ସେ କହିଛନ୍ତି ଯେ ଏହାର ପ୍ରଭାବରେ ପୂର୍ବରୁ କରାଯାଇଥିବା ଆକଳନ ଅନୁଯାୟୀ ଓଡ଼ିଶାରେ ଆଜି ସର୍ବାଧିକ ବର୍ଷା ହେବାର ସମ୍ଭାବନା ରହିଛି। କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ଓ କିଛି ସ୍ଥାନରେ ଅତି ଭୀଷଣ ବର୍ଷା ହେବାର ସମ୍ଭାବନା ରହିଛି। ସେହିଭଳି ପବନର ବେଗ ଘଣ୍ଟାପ୍ରତି ସର୍ବାଧିକ ୬୦ରୁ ୮୦ କିମି ରହିପାରେ। ଝଟକା ପବନର ବେଗ ଘଣ୍ଟାପ୍ରତି ସର୍ବାଧିକ ୯୦ କିମି ରହିପାରେ। ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, ନବରଙ୍ଗପୁର ଓ ମାଲକାନଗିରି ଜିଲ୍ଲାରେ ପବନର ସ୍ଥିତି ଏମିତି ରହିପାରେ। ଆଜି ଅପରାହ୍ନରୁ ରାତି ଯାଏ ଏହି ସବୁ ସ୍ଥାନରେ ପବନ ହେବାର ସମ୍ଭାବନା ରହିଛି।
ଶ୍ରୀ ମହାପାତ୍ର ଆହୁରି କହିଛନ୍ତି ଯେ ଛତିଶଗଡ଼କୁ ଲାଗି ରହିଥିବା ଓଡ଼ିଶାର ଆଭ୍ୟନ୍ତରୀଣ ଜିଲ୍ଲାଗୁଡ଼ିକରେ ଆଜି ରାତିରୁ ଆସନ୍ତାକାଲି ସକାଳ ପର୍ଯ୍ୟନ୍ତ ଅତିବେଶୀରେ ଘଣ୍ଟାପ୍ରତି ୪୫ରୁ ୫୫ କିମି ବେଗରେ ପବନ ପ୍ରବାହିତ ହେବାର ସମ୍ଭାବନା ରହିଛି। ସେହିପରି ଝଟକା ପବନର ବେଗ ଘଣ୍ଟାପ୍ରତି ୬୫ କିମି ରହିପାରେ।
📲Get App