🔥 ट्रेंडिंग ब्रजभूषण को जवाब दाखिल करने के लिए एक... સરસ મેળો 2026’નું ઉદ્ઘાટન गांधी मैदान में दशहरा मेला और पटना एक्... राजस्थान में हादसे से पीड़ित गाय को कृत... राजस्थान पुलिस | जिला दौसा पंचायतीरा... वाराणसी में शादी का झांसा देकर दुष्कर्...
28 अक्टू. 2026•
ગુજરાતી मराठी ਪੰਜਾਬੀ বাংলা

ବାତ୍ୟା ମୁକାବିଲା ପାଇଁ ସୁକମା ପ୍ରଶାସନ ସଜାଗ କୋଣ୍ଟାରେ ପ୍ରସ୍ତୁତିର ସମୀକ୍ଷା କଲେ ଜିଲ୍ଲାପାଳ ଓ ଏସ୍ପି, ୨୪ ଘଣ୍ଟିଆ ଉଦ୍ଧାର ବ୍ୟବସ୍ଥା

✍️ रिपोर्टर: SUKUMAR MANDAL 🗓 28 अक्टू. 2026, 05:31 PM 👁 16
शेयर करें: 💬 WhatsApp 📘 Facebook 𝕏 Post
ମାଲକାନଗିରି (ସୁକମା), ୨୮/୧୦: ଆଗାମୀ ବାତ୍ୟା ଓ ପ୍ରବଳ ବର୍ଷାର ସମ୍ଭାବନାକୁ ଦୃଷ୍ଟିରେ ରଖି ଛତିଶଗଡ଼ର ସୁକମା ଜିଲ୍ଲା ପ୍ରଶାସନ ଓ ପୋଲିସ ବିଭାଗ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ସମ୍ଭାବ୍ୟ ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ସହ ଜନସାଧାରଣଙ୍କ ଧନଜୀବନ ସୁରକ୍ଷାକୁ ଗୁରୁତ୍ୱ ଦେଇ ଜିଲ୍ଲାପାଳ ଅମିତ କୁମାର ଓ ପୋଲିସ ଅଧୀକ୍ଷକ ମୟଙ୍କ ଗୁର୍ଜର କୋଣ୍ଟା ଅଞ୍ଚଳ ଗସ୍ତ କରି ପ୍ରସ୍ତୁତିର ସମୀକ୍ଷା କରିଛନ୍ତି।

ଗସ୍ତ ସମୟରେ ଅଧିକାରୀମାନେ ଶବରୀ ନଦୀର ଜଳସ୍ତର, ଜଳମଗ୍ନ ହେବାର ଆଶଙ୍କା ଥିବା ଅଞ୍ଚଳ ଏବଂ ରିଲିଫ୍ ଶିବିର ପାଇଁ ଚିହ୍ନଟ ସ୍ଥାନଗୁଡ଼ିକର ସ୍ଥିତି ଅନୁଧ୍ୟାନ କରିଥିଲେ। ଏଥିସହ କୋଣ୍ଟା ସମେତ ସୀମାନ୍ତ ଥାନା ଓ ଫାଣ୍ଡି ଅଧିକାରୀଙ୍କୁ ୨୪ ଘଣ୍ଟା ସଜାଗ ରହିବାକୁ ଏସ୍‌ପି ନିର୍ଦ୍ଦେଶ ଦେଇଛନ୍ତି।

ବିପର୍ଯ୍ୟୟର ମୁକାବିଲା ପାଇଁ ଏନ୍‌ଡିଆର୍‌ଏଫ୍‌, ଏସ୍‌ଡିଆର୍‌ଏଫ୍‌ ଓ ନଗର ସେନାର ଉଦ୍ଧାରକାରୀ ଦଳ ଆବଶ୍ୟକ ଉପକରଣ ସହ ପ୍ରସ୍ତୁତ ରହିଛନ୍ତି। ଜରୁରୀ ପରିସ୍ଥିତିରେ ତୁରନ୍ତ ସହାୟତା ପହଞ୍ଚାଇବା ପାଇଁ ପୋଲିସ ପକ୍ଷରୁ ସ୍ୱତନ୍ତ୍ର ତ୍ୱରିତ ପ୍ରତିକ୍ରିୟା ଦଳ (QRT) ଗଠନ କରାଯାଇଛି। ବିଦ୍ୟୁତ୍‌ ଓ ମୋବାଇଲ୍‌ ନେଟୱର୍କ ବାଧାପ୍ରାପ୍ତ ହେଲେ ଯୋଗାଯୋଗ ଜାରି ରଖିବା ପାଇଁ ୱାୟାରଲେସ୍‌ ବ୍ୟବସ୍ଥାକୁ ମଧ୍ୟ ସୁଦୃଢ଼ କରାଯାଇଛି। ତଳିଆ ଓ ବନ୍ୟାପ୍ରବଣ ଅଞ୍ଚଳର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନେବା ସହ ରିଲିଫ୍‌ କେନ୍ଦ୍ରରେ ଆବଶ୍ୟକ ସାମଗ୍ରୀ ଯୋଗାଇବା ପାଇଁ ବ୍ୟବସ୍ଥା ହୋଇଛି।

ଅନ୍ୟପକ୍ଷରେ, ଗୁଜବ ଓ ଭ୍ରାମକ ଖବରରେ ବିଶ୍ୱାସ ନକରିବାକୁ ଜନସାଧାରଣଙ୍କୁ ଏସ୍‌ପି ଅନୁରୋଧ କରିଛନ୍ତି। ପ୍ରବଳ ପବନ ଓ ବର୍ଷା ସମୟରେ ପୁରୁଣା ଗଛ, ବିଦ୍ୟୁତ୍‌ ଖୁଣ୍ଟ ଏବଂ ଦୁର୍ବଳ ଘରଠାରୁ ଦୂରେଇ ରହିବା ସହ ଜରୁରୀ ପରିସ୍ଥିତିରେ ଡାଏଲ୍‌ ୧୧୨, ଜିଲ୍ଲା ବିପର୍ଯ୍ୟୟ ନିୟନ୍ତ୍ରଣ କକ୍ଷ ୦୭୮୬୪-୨୮୪୦୧୨ କିମ୍ବା ପୋଲିସ କଣ୍ଟ୍ରୋଲ୍‌ ରୁମ୍‌ ୯୪୭୯୧୯୧୩୦୦ ନମ୍ବରରେ ଯୋଗାଯୋଗ କରିବାକୁ କୁହାଯାଇଛି।
Show less
📲Get App