🔥 TRENDING ਰਾਤੋਂ-ਰਾਤ ਲੱਖਪਤੀ ਬਣੀ ਫਿਰੋਜ਼ਪੁਰ ਦੀ ਪਰਮਜ... छतरगढ़ में कार दुर्घटना में लापता युवक... Protesters Hold Torchlight March In De... Protesters Hold Torchlight March In De... ବାତ୍ୟା ପରିଚାଳନା ପାଇଁ ୫ ଜଣ ଅଭିଜ୍ଞ ଆଇଏଏସ... US FDA Raises Concerns at Zydus Lifesc...
26 Oct 2026•
ગુજરાતી मराठी ਪੰਜਾਬੀ বাংলা
Weather

ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା 'ଅର୍ଣ୍ଣବ'

✍️ Reporter: Deepak Mahapatra 🗓 26 Oct 2026, 12:48 PM 👁 13
Share: 💬 WhatsApp 📘 Facebook 𝕏 Post
ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ଆଜି ବାତ୍ୟାର ରୂପ ନେଇଛି। ବାତ୍ୟା 'ଅର୍ଣ୍ଣବ' ଘଣ୍ଟା ପ୍ରତି ୧୫ କିମି ବେଗରେ ଗତି କରୁଛି। ଏହା ଆନ୍ଧ୍ରପ୍ରଦେଶର ବିଶାଖାପଟନମ୍‌ ଠାରୁ ୬୫୦ କିମି ଦୂରରେ ଥିବା ବେଳେ କାକିନାଡ଼ା ଠାରୁ ୭୩୦ କିମି ଓ ମଚ୍ଛଲିପଟ୍ଟନମ ଠାରୁ ୮୩୦ କିମି ଦୂରରେ ରହିଛି। ସେହିପରି ବାପଟାଲା ଠାରୁ ୯୧୦ କିମି ଦୂରରେ କେନ୍ଦ୍ରୀଭୂତ ହୋଇଛି ବାତ୍ୟା ‘ଅର୍ଣ୍ଣବ’। ଏହା ଅଧିକ ଘନୀଭୂତ ହୋଇ ପଶ୍ଚିମ-ଉତ୍ତରପଶ୍ଚିମକୁ ମୁହାଁଇବ। ଆଜି ମଧ୍ୟରାତି ସୁଦ୍ଧା ଭୀଷଣ ବାତ୍ୟାର ରୂପ ନେବ ବାତ୍ୟା ‘ଅର୍ଣ୍ଣବ’। ଆସନ୍ତାକାଲି ଏହା ଅତି ଭୀଷଣ ବାତ୍ୟାରେ ପରିଣତ ହେବାର ସମ୍ଭାବନା ରହିଛି। ୨୮ ତାରିଖରେ ଏହା ବାପଟଲା-ବିଶାଖାପାଟଣା ମଧ୍ୟରେ ସ୍ଥଳଭାଗ ଅତିକ୍ରମ କରିବ ବୋଲି ଆକଳନ କରାଯାଇଛି। ବାତ୍ୟା ସ୍ଥଳଭାଗ ଛୁଇଁଲା ବେଳେ ପବନର ବେଗ ଘଣ୍ଟା ପ୍ରତି ସର୍ବାଧିକ ୧୪୦ କିମି ରହିପାରେ।
ବାତ୍ୟା 'ଅର୍ଣ୍ଣବ'ର ପ୍ରଭାବ ଓଡ଼ିଶାରେ ମଧ୍ୟ ପଡ଼ିବ। ତେଣୁ ଏହାର ମୁକାବିଲା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ବାତ୍ୟା ଅର୍ଣ୍ଣବକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଭିସିରେ ମୁଖ୍ୟ ସଚିବଙ୍କ ସହ କେନ୍ଦ୍ର କ୍ୟାବିନେଟ ସଚିବଙ୍କ ଆଲୋଚନା ହୋଇଛି। SRC ଓ ଉନ୍ନୟନ କମିଶନର ମଧ୍ୟ ଏହି ବୈଠକରେ ସାମିଲ ହୋଇଥିଲେ।
ବାତ୍ୟା ମୁକାବିଲା ପାଇଁ କଟକ ମୁଣ୍ଡଳିରୁ ୧୧ଟି NDRF ଟିମ୍‌କୁ ବିଭିନ୍ନ ସ୍ଥାନକୁ ପଠାଯାଇଛି। ଓଡ଼ିଶା ସମେତ ଛତିଶଗଡ଼ ଓ ଆନ୍ଧ୍ର ପ୍ରଦେଶର ବିଭିନ୍ନ ସ୍ଥାନରେ ଏହି ୧୧ଟି NDRF ଟିମ୍‌କୁ ମୁତୟନ କରାଯାଇଛି। ଓଡ଼ିଶାରେ ୧୪୦ ଜଣଙ୍କୁ ନେଇ ୪ଟି NDRF ଟିମ୍ ମୁତୟନ ହୋଇଛନ୍ତି। ଏହି ଟିମ୍‌ଗୁଡ଼ିକୁ ଗଜପତି, ରାୟଗଡ଼ା, ମାଲକାନଗିରି ଓ କୋରାପୁଟରେ ମୁତୟନ କରାଯାଇଛି। ସେହିପରି ଛତିଶଗଡ଼କୁ ୩ଟି ଓ ଆନ୍ଧ୍ର ପ୍ରଦେଶକୁ ୪ଟି NDRF ଟିମ୍ ଯାଇଛି। ସର୍ଚ୍ଚ, ରେସ୍କ୍ୟୁ, ସ୍ଥାନାନ୍ତର ଓ ରିଲିଫ୍ କାର୍ଯ୍ୟରେ ପ୍ରମୁଖ ଭୂମିକା ନେବେ ଏହି ଟିମ୍।
ବାତ୍ୟା 'ଅର୍ଣ୍ଣବ'କୁ ଦୃଷ୍ଟି ରଖି ପର୍ଯ୍ୟଟକଙ୍କ ପାଇଁ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଜାରି କରାଯାଇଛି କଡ଼ା ନିର୍ଦ୍ଦେଶ। ଆଜିଠୁ ଆସନ୍ତା ୩୦ ତାରିଖ ଯାଏ ଗଞ୍ଜାମ ଜିଲ୍ଲା କୌଣସି ବେଳାଭୂମିକୁ ନଯିବାକୁ ପର୍ଯ୍ୟଟକମାନଙ୍କୁ କୁହାଯାଇଛି। ଗୋପାଳପୁର ଓ ସୁନାପୁର ସମେତ ଜିଲ୍ଲାର ସମସ୍ତ ବେଳାଭୂମି ପର୍ଯ୍ୟଟକଙ୍କ ପାଇଁ ମନା ହୋଇଛି।
📲Get App