🔥 TRENDING IGN India Unveils Official Teaser for... Trump's Nicki Minaj jab provokes sharp... Official Trailer Released for Bollywoo... રાંધેજા ગામમાં આસો સુદ ચૌદસે ગરબાની રમ... Jharkhand: 16 Bitten by Rabid Dog, Rai... Husband Demands Wife Accept His Affair...
26 Oct 2026•
ગુજરાતી मराठी ਪੰਜਾਬੀ বাংলা
Weather

ବଙ୍ଗୋପସାଗର ସୃଷ୍ଟି ହେଲା ବାତ୍ୟା , ଆଜିଠାରୁ ବଦଳିବ ପାଗ

✍️ Reporter: Deepak Mahapatra 🗓 26 Oct 2026, 01:00 PM 👁 13
Share: 💬 WhatsApp 📘 Facebook 𝕏 Post
ଭୁବନେଶ୍ୱର : ବଙ୍ଗୋପସାଗର ସୃଷ୍ଟି ହେଲା ଚଳିତ ବର୍ଷର ପ୍ରଥମ ବାତ୍ୟା ଅର୍ଣ୍ଣବ। ଆଜି ସକାଳ ସମୟରେ ଘନୀଭୂତ ହୋଇ ବାତ୍ୟା ଅର୍ଣ୍ଣବ ରେ ପରିଣତ ହୋଇଛି, ଏହା ଆଜି ରାତି ସୁଦ୍ଧା ଭୀଷଣ ବାତ୍ୟା ଏବଂ ଆସନ୍ତା କାଲି ୨୭ରେ ଏକ ଅତି ଭୀଷଣ ବାତ୍ୟା ରେ ପରିଣତ ହେବା ସମ୍ଭାବନା। ଏହାର ପ୍ରଭାବରେ ଆଜିଠାରୁ ବଦଳିବ ପାଗ।
ପାଣିପାଗ ବିଭାଗର ଆକଳନ ଅନୁଯାୟୀ ଭୀଷଣ ବାତ୍ୟା ୨୮ ତାରିଖ ସକାଳେ ଅତି ଭୀଷଣ ବାତ୍ୟାରେ ପରିଣତ ହୋଇ ଆନ୍ଧ୍ର ଉପକୂଳ ନିକଟରେ ପହଞ୍ଚିବ। ଉପକୂଳ ଅତିକ୍ରମ ସମୟରେ ପବନର ବେଗ ଘଣ୍ଟାପ୍ରତି ୧୧୫ରୁ ୧୨୫ କିଲୋମିଟର ରହିବା ସହ ଝଟକା ପବନର ବେଗ ୧୪୦ କିଲୋମିଟର ଛୁଇଁପାରେ।
ବାତ୍ୟାର ପ୍ରଭାବରେ ଆନ୍ଧ୍ରପ୍ରଦେଶ ସମେତ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଓ ଝଡ଼ପବନ ହେବାର ଆଶଙ୍କା ରହିଛି। ଏଥିପାଇଁ ଆନ୍ଧ୍ର ଉପକୂଳ ସହ ଦକ୍ଷିଣ ଓଡ଼ିଶାରେ ସତର୍କତା ଜାରି କରାଯାଇଛି।
ବାତ୍ୟା ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ହେବ । ୨୭ ତାରିଖରେ ପବନର ବେଗ ଘଣ୍ଟାପ୍ରତି ୪୦ରୁ ୫୦ କିମି ରହିପାରେ । ୨୮ ତାରିଖ ରାତି ବେଳକୁ ବାତ୍ୟା ଦକ୍ଷିଣ ଓଡ଼ିଶାର ଗଜପତି, କୋରାପୁଟ, ରାୟଗଡ଼ା, ମାଲକାନଗିରି, ନବରଙ୍ଗପୁର ଜିଲ୍ଲା ଉପର ଦେଇ ଯିବ । ସେବେ ଘଣ୍ଟା ପ୍ରତି ୬୦ରୁ ୭୦ କିମି ବେଗରେ ପବନ ବହିପାରେ । ୩୦ ଯାଏଁ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।
📲Get App