Crime
ଟାଙ୍ଗିଆ ଆକ୍ରମଣରେ ବୃଦ୍ଧ ମୃତ, ଅଭିଯୁକ୍ତଙ୍କୁ ଧରିଲେ ଲୋକେ
ସାମ୍ନାକୁ ଆସିଛି ପୁଣି ଗୋଟିଏ ବୀଭତ୍ସ ହତ୍ୟାକାଣ୍ଢ। ଟାଙ୍ଗିଆ ଆକ୍ରମଣରେ ହୋଇଛି ବୃଦ୍ଧଙ୍କ ମୃତ୍ୟୁ। ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡି ଥାନା ସିରସୀ ଗ୍ରାମପଞ୍ଚାୟତ ଅନ୍ତର୍ଗତ କଦମଗୁଡ଼ା ଗାଁରେ ଏପରି ଚାଞ୍ଚଲ୍ୟକର ହତ୍ୟାକାଣ୍ଡ ଘଟିଛି।
ମୃତକ ହେଉଛନ୍ତି ନବରଙ୍ଗପୁର ବ୍ଲକ ବିକ୍ରମପୁର ପଞ୍ଚାୟତ ଡଙ୍ଗରିଗୁଡ଼ା ଗାଁର ୬୦ ବର୍ଷୀୟ ମୁଣ୍ଡରା ପୂଜାରୀ। ଏହି ଘଟଣାରେ ଅଭିଯୁକ୍ତ ଉଦୟନାଥ ଅମନାତ୍ୟ ଓରଫ ଶୁକୃକୁ ପରିବାର ଓ ଗାଁ ଲୋକ କାବୁ କରି ପୁଲିସ୍ ଜିମା ଦେଇଛନ୍ତି।
ମୁଣ୍ଡରା ନିଜ ଶ୍ୱଶୁର ଘର କଦମଗୁଡ଼ାରେ ରହୁଥିଲେ। ଆଜି ସକାଳେ ଘର ପଛ ପଟେ ଖଳା ପ୍ରସ୍ତୁତ କରିବା ପାଇଁ ସେ ସଫାସଫି କରୁଥିଲେ। ଏତିକି ବେଳେ ହାତରେ ଟାଙ୍ଗିଆ ଧରି ପହଞ୍ଚିଥିଲା ଉଦୟନାଥ।
କେହି କିଛି ବୁଝାବା ଆଗରୁ ସେ ଟାଙ୍ଗିଆରେ ଅତିର୍କିତ ଭାବେ ମୁଣ୍ଡାଙ୍କୁ ଆକ୍ରମଣ କରିଥିଲା। ମୁଣ୍ଡରାଙ୍କ ଚିତ୍କାର ଶୁଣି ପତ୍ନୀ ଓ ବୋହୂ ଘଟଣାସ୍ଥଳକୁ ଦୌଡ଼ି ଆସିଥିଲେ। ହେଲେ ସେମାନେ କିଛି କରିବା ପୂର୍ବରୁ ମୁଣ୍ଡରାଙ୍କ ମୃତ୍ୟୁ ହୋଇ ସାରିଥିଲା। ସେହିପରି ଉଦୟନାଥ ମଧ୍ୟ ନିଜ ଘରକୁ ଦୌଡ଼ି ପଳାଇଥିଲା।
ହେଲେ ଉଦୟନାଥ ଏତେ ବଡ଼ କାଣ୍ଡ ଘଟାଇଥିବା ଜଣାପଡ଼ିବା ପରେ ଏକାଠି ହୋଇଥିଲେ ଗାଁ ଲୋକ। ସେମାନଙ୍କୁ ଉଦୟନାଥର ପରିବାର ଲୋକ ମଧ୍ୟ ସାଥ ଦେଇଥିଲେ। ସମସ୍ତେ ମିଳିତ ଭାବେ ତା’କୁ କାବୁ କରି ଘର ଭିତରେ ବାନ୍ଧି ଦେଇଥିଲେ। ଏହାପରେ ପାପଡ଼ାହାଣ୍ଡି ପୁଲିସକୁ ଖବର ଦିଆଯାଇଥିଲା। ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ଅଭିଯୁକ୍ତକୁ ଗିରଫ କରିଛି।
ପୁଲିସ୍ ଉଦୟନାଥକୁ ଗିରଫ କରିଥିଲେ ହେଁ ହତ୍ୟାକାଣ୍ଡର କାରଣ ଜାଣିବାକୁ ସକ୍ଷମ ହୋଇନାହିଁ। ସେହିପର ସେମାନଙ୍କ ମଧ୍ୟରେ ପୂର୍ବରୁ ତିକ୍ତତା ଲାଗି ରହିଥିଲା କି ନାହିଁ, ସେକଥା ମଧ୍ୟ ଏଯାଏ ସ୍ପଷ୍ଟ ହୋଇନି। ପୁଲିସ୍ ଏବେ ଘଟଣାର ଅଧିକ ତଦନ୍ତ ଜାରି ରଖିଛି। ପୁଲିସ୍ ପକ୍ଷରୁ ଗାଁ ଲୋକଙ୍କୁ ପଚରାଉଚରା ମଧ୍ୟ କରାଯାଉଛି।