🔥 TRENDING रायपुर में पत्रकार पंजक शर्मा की प्रति... ఆదిలాబాద్ పోలీసుల కు 3 కాంస్యాలు ప్రధా... शिरूरमध्ये वाहतूक शाखेची धडक कारवाई; ब... समस्तीपुर में SIR विरोध में माले (CPI‑... Centre OKs ₹993.64 Crore Upgrade of NH... हरिनगर वार्ड 183 में आयोजित निःशुल्क न...
07 Oct 2026•
ગુજરાતી मराठी ਪੰਜਾਬੀ বাংলা

ଧଳପୁରରେ ଗ୍ରାମ ସ୍ତରୀୟ ଶିଶୁ ସୁରକ୍ଷା କମିଟି ବୈଠକ ।

✍️ Reporter: HRUDANANDA MEHER 🗓 07 Oct 2026, 08:05 PM 👁 37
Watch on: ▶️ YouTube
Share: 💬 WhatsApp 📘 Facebook 𝕏 Post
ଧଳପୁରରେ ଗ୍ରାମ ସ୍ତରୀୟ ଶିଶୁ ସୁରକ୍ଷା କମିଟି ବୈଠକ

ବୌଦ୍ଧ-୭ା୧୦:-ହରଭଂଗା ବ୍ଲକ୍ ଅନ୍ତର୍ଗତ ଧଳପୁର ଗ୍ରାମ ପଞ୍ଚାୟତର ଧଳପୁର ଗ୍ରାମରେ ଜଷ୍ଟ ରାଇଟ୍ସ ଫର୍ ଚିଲ୍ଡ୍ରେନ୍ (Just Rights for Children) ପ୍ରକଳ୍ପ ଅଧୀନରେ ବିଶ୍ୱ ଯୁବ କେନ୍ଦ୍ର ପକ୍ଷରୁ ଗ୍ରାମ ସ୍ତରୀୟ ଶିଶୁ ସୁରକ୍ଷା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି।

ବୈଠକରେ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗର ଶିଶୁ ସୁରକ୍ଷା ସହାୟକ ସ୍ମୃତିରେଖା ପଟ୍ଟନାୟକ ଯୋଗଦେଇ ଶିଶୁ ସୁରକ୍ଷା ସମ୍ପର୍କିତ ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ। ଏଥିରେ ଗ୍ରାମର ଆଶା କର୍ମୀ, ଅଙ୍ଗନୱାଡି କର୍ମୀ, ୱାର୍ଡ ସଭ୍ୟ, କିଶୋରୀ ବାଳିକା ଏସ୍‌ଏଚ୍‌ଜି ମା’ମାନେ ଓ ଅନ୍ୟ ଗ୍ରାମବାସୀ ଉପସ୍ଥିତ ଥିଲେ। ବିଶ୍ୱ ଯୁବ କେନ୍ଦ୍ରର ପ୍ରକଳ୍ପ ସହାୟକ ଶ୍ରଦ୍ଧାଞ୍ଜଳି ମହାନ୍ତି ବୈଠକ ପରିଚାଳନା କରିଥିଲେ।

ବୈଠକରେ ବାଲ୍ୟ ବିବାହକୁ କିପରି ରୋକାଯାଇପାରିବ, ବାଲ୍ୟ ବିବାହର କୁପରିଣାମ ଓ ଏଥିପାଇଁ ଥିବା ଆଇନଗତ ଦଣ୍ଡବିଧାନ ସମ୍ପର୍କରେ ଆଲୋଚନା ହୋଇଥିଲା। ଏଥିସହ ଶିଶୁଙ୍କ ଅଧିକାର, ଶିଶୁ ଚାଲାଣ ନିରୋଧ, ଶିଶୁ ଶ୍ରମିକ ସମସ୍ୟା, ଶିଶୁ ଯୌନ ନିର୍ଯାତନା ଓ ସମ୍ପର୍କିତ ଆଇନ, ଏବଂ ବାଲ୍ୟ ବିବାହମୁକ୍ତ ଗ୍ରାମ ଗଠନ ଉପରେ ଆଲୋଚନା କରାଯାଇଥିଲା।

ଶିଶୁ ସୁରକ୍ଷା ପାଇଁ ଚାଇଲ୍ଡ ହେଲ୍ପଲାଇନ୍ ସେବା, ଶିଶୁମାନଙ୍କ ସୁରକ୍ଷା ସମ୍ପର୍କିତ ବିଭିନ୍ନ ସରକାରୀ ଯୋଜନା ଓ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ସମ୍ପର୍କରେ ମଧ୍ୟ ଗ୍ରାମବାସୀଙ୍କୁ ସଚେତନ କରାଯାଇଥିଲା। ଏଥିସହ ଯୋଗ୍ୟ ହିତାଧିକାରୀଙ୍କୁ ବିଭିନ୍ନ ସରକାରୀ ଯୋଜନା ସହ କିପରି ଯୋଡ଼ାଯାଇପାରିବ, ସେନେଇ ମଧ୍ୟ ଆଲୋଚନା ହୋଇଥିଲା।

ଶିଶୁ ସୁରକ୍ଷା କ୍ଷେତ୍ରରେ ସମାଜର ସକ୍ରିୟ ସହଭାଗିତାର ଆବଶ୍ୟକତା ଉପରେ ଗ୍ରାମବାସୀମାନେ ଗୁରୁତ୍ୱାରୋପ କରିଥିଲେ। ବାଲ୍ୟ ବିବାହ, ଶିଶୁ ଶ୍ରମ, ଶିଶୁ ଚାଲାଣ ଓ ଶିଶୁଙ୍କ ପ୍ରତି ହେଉଥିବା ହିଂସା ରୋକିବା ପାଇଁ ସମସ୍ତେ ସଚେତନ ହୋଇ ଏକାଠି କାର୍ଯ୍ୟ କରିବାକୁ ଆହ୍ୱାନ ଦିଆଯାଇଥିଲା। ଶିଶୁଙ୍କ ସୁରକ୍ଷିତ ଭବିଷ୍ୟତ ପାଇଁ ଏଭଳି ସଚେତନତାମୂଳକ ପ୍ରୟାସ ଆଗାମୀ ଦିନରେ ମଧ୍ୟ ଲାଗି ଲାଗି ରହିବ ବୋଲି ମତପ୍ରକାଶ ପାଇଥିଲା।
📲Get App